ସଂରକ୍ଷଣ ଅସନ୍ତୋଷ ବଢୁଛି

ଭୁବନେଶ୍ୱର,୫ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ପାଖେଇ ଆସୁଥିବାବେଳେ ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ସାନି ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ଏଥିରେ ଓବିସି ସଂରକ୍ଷଣକୁ ବାଦ୍‌ ଦିଆଯାଇଛି। ଆସନ୍ତା ୧୦ ତାରିଖରେ ରାଜ୍ୟ ନିର୍ବାଚନ କମିଶନ(ଇସି) ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହା ପରେ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ଘୋଷଣା କରାଯାଇପାରେ। ହେଲେ ଇତିମଧ୍ୟରେ ଆସନ ସଂରକ୍ଷଣକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ଦଳୀୟ ନେତାମାନେ ପରସ୍ପର ଉପରକୁ ଦୋଷ ଠେଲି ଆଶାୟୀଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ଉଦ୍ୟମ ଚଳାଇଛନ୍ତି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ସ୍ଥାନ ସଂରକ୍ଷଣ ତାଲିକା ମାମଲା ହାଇକୋର୍ଟକୁ ଯିବା ପରେ ଏହାର ସାନି ପ୍ରକାଶନ ପାଇଁ ରାଜ୍ୟ ସରକାର ଅଦାଲତଙ୍କୁ ଜଣାଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶ ପରେ ଚଳିତ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ବ୍ୟବସ୍ଥା ହଟିଯାଇଛି। କୋର୍ଟ ନିର୍ଦ୍ଦେଶ ଦେବା ପରେ ୨୦୨୧ ଡିସେମ୍ବର ୨୪ରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ଯେଉଁ ଚିଠା ତାଲିକା ପ୍ରକାଶ ପାଇଛି ସେଥିରେ ପ୍ରଥମ ତାଲିକା ତୁଳନାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଅନୁସୂଚିତ ଜନଜାତି ପାଇଁ ୭ ଜିଲା ପରିଷଦ ଆସନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ପାଇଁ ୫ ଜିଲା ପରିଷଦ ଆସନ ସଂରକ୍ଷିତ ରହିଛି। ସେହିପରି ୧୦ ଜିଲା ପରିଷଦ ଆସନ ଅଣସଂରକ୍ଷିତ ଏବଂ ୮ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ରାଜ୍ୟ ସରକାର ୫୦ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ପୂର୍ବ ବିଜ୍ଞପ୍ତିରେ ପ୍ରକାଶ କରିଥିବା ବେଳେ ସାନି ବିଜ୍ଞପ୍ତିରେ ମଧ୍ୟ ସମାନ ସଂଖ୍ୟକ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରିଛନ୍ତି।  ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପଛୁଆବର୍ଗ ପାଇଁ କୌଣସି ସ୍ଥାନ ସଂରକ୍ଷିତ କରାଯାଇ ନାହିଁ। ପୂର୍ବ ବିଜ୍ଞପ୍ତିରେ ପଛୁଆବର୍ଗଙ୍କ ପାଇଁ ୪ ଜିଲା ସଂରକ୍ଷିତ ରଖାଯାଇଥିବା ବେଳେ ଏସ୍‌ସି/ଏସ୍‌ଟିଙ୍କ ପାଇଁ ୧୪ ଏବଂ ୬ ଜିଲା ଅଣସଂରକ୍ଷିତ ମହିଳାଙ୍କ ପାଇଁ ରଖାଯାଇଥିଲା। କେନ୍ଦ୍ରାପଡ଼ା, ନୟାଗଡ଼, ଦେବଗଡ଼, ସୋନପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲା ପରିଷଦ ଆସନ ଅଣସଂରକ୍ଷିତ ଥିଲା। ତେବେ ସାନି ବିଜ୍ଞପ୍ତିରେ ଏଥିରେ ବ୍ୟାପକ ଅଦଳବଦଳ କରାଯାଇଛି।
ପ୍ରଥମ ତାଲିକା ପ୍ରକାଶ ପରେ ଯେଉଁ ଆଶାୟୀମାନେ ପୋଷ୍ଟର ବ୍ୟାନର ମାରିବା ସହିତ ଭୋଜିଭାତ କରିଥିଲେ ସେମାନଙ୍କ ମଧ୍ୟରୁ ଅନେକ ହତାଶ ହୋଇପଡ଼ିଛନ୍ତି। ଓବିସିଙ୍କ ପାଇଁ ସଂରକ୍ଷିତ ଥିବା ଆସନ ସାଧାରଣ ବର୍ଗ ଓ ଅନୁସୂଚିତ ଜାତିଙ୍କ ପାଇଁ ରହିଛି। ସେହିଭଳି ଅନୁସୂଚିତ ଜନଜାତି ବହୁଳ ଅଞ୍ଚଳରେ ମଧ୍ୟ କେତେକ ଆସନରେ ପରିବର୍ତ୍ତନ ହୋଇ ସାଧାରଣବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଛି। ଏହାକୁ ନେଇ ଆଦିବାସୀ ବହୁଳ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରି କି ଏହାକୁ ପ୍ରତିବାଦ କରି ସୋମବାର ପଶ୍ଚିମଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁ୍‌ଖରେ ବିଶାଳ ଶୋଭାଯାତ୍ରା କରାଯାଇଥିଲା।
ସାନି ବିଜ୍ଞପ୍ତିକୁ ନେଇ ଆଶାୟୀମାନେ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଏଥିପାଇଁ ସ୍ଥାନୀୟ ବିଧାୟକମାନଙ୍କ ଉପରେ ବିରୋଧରେ ବିଷୋଦଗାର କରୁଛନ୍ତି। ଏହାକୁ ନେଇ କେତେକ ସ୍ଥାନରେ ବିଧାୟକଙ୍କ ସହ ଉଚ୍ଚବାଚ ଓ ଠେଲାପେଲା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ତେବେ ନିଜ ଉପରକୁ ଆସୁଥିବା ଦୋଷକୁ ନେତାମାନେ ବିରୋଧୀଙ୍କ ଉପରକୁ ଖସାଇ ଦେଉଛନ୍ତି। ଆସନ ସଂରକ୍ଷଣ ପାଇଁ ବିରୋଧୀ ନେତା ଦାୟୀ ଓ ସେମାନେ ଏଭଳି କରିଛନ୍ତି କହି ଅସନ୍ତୁଷ୍ଟଙ୍କୁ ବୁଝାଇ ଶାନ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ଜାନୁୟାରୀ ୩ ତାରିଖ ସୁଦ୍ଧା ସଂରକ୍ଷଣ ସଂକ୍ରାନ୍ତୀୟ ଅଭିଯୋଗ ଦାଖଲ ଶେଷ ହୋଇଛି। ୫ ତାରିଖରେ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ। ଜାନୁୟାରୀ ୭ ତାରିଖରେ ସରକାର ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରଦାନ କରିବେ। ଏହାପରେ କୌଣସି ସମୟରେ କମିଶନ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ସହିତ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି। ହାଇକୋର୍ଟ ମଧ୍ୟ ମାର୍ଚ୍ଚ ୮ତାରିଖ ସୁଦ୍ଧା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ଏବେ ସଂରକ୍ଷଣ ତାଲିକାରେ ଓଲଟପାଲଟ ସ୍ଥାନୀୟ ବିଧାୟକଙ୍କୁ ଅଡୁଆରେ ପକାଇ ଦେଇଛି। ପରିବର୍ତ୍ତିତ ସଂରକ୍ଷଣ ତାଲିକାରେ କାଟ୍‌ ଖାଇଯାଇଥିବା ଆଶାୟୀଙ୍କୁ କିଭଳି ବୁଝାଇ ପାଖରେ ରଖିବେ ତାହା ଏବେ ସେମାନଙ୍କ ପାଇଁ ବଡ଼ ଆହ୍ବାନ ହୋଇଛି। ଏଠାରେ ସୂଚନାଯୋଗ୍ୟ, ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହଟିଯିବା ପରେ ବିଜେଡି ପଞ୍ଚାୟତ ନିର୍ବାଚନରେ ୪୦ପ୍ରତିଶତ ସିଟ୍‌ ଓବିସିଙ୍କ ପାଇଁ ସଂରକ୍ଷିତ ରଖିବ ବୋଲି ଘୋଷଣା କରିସାରିଛି। ତେବେ ଅନ୍ୟ ଦଳଗୁଡ଼ିକ ଓବିସି ଭୋଟ ହାତେଇବାକୁ କେଉଁ ରଣନୀତି ଆପଣାଇବେ ତାହା ନିର୍ବାଚନ ତାରିଖ ଘୋଷଣା ପରେ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?