Posted inଖେଳ

କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌: ଜାଡେଜାଙ୍କ ସ୍ଥାନରେ ଖେଳିଲେ ଚହଲ

କାନବେରା,୫।୧୨(ପି.ଟି.): ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରଥମେ ଭାରତୀୟ ଦଳରେ ସାମିଲ ନ ଥିଲେ। ପ୍ରଥମ ଟି୨୦ ମ୍ୟାଚ୍‌ରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ ହିସାବରେ ଚହଲ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିଲେ ଓ ଦମ୍‌ଦାର ବୋଲିଂ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ମ୍ୟାଚ୍‌ର ଅନ୍ତିମ ଓଭରର ଦ୍ୱିତୀୟ ବଲ୍‌ରେ ଅଷ୍ଟ୍ରେଲିଆ ଯୁବ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଏକ ବାଉନ୍‌ସର ଜାଜେଡାଙ୍କ ହେଲମେଟ୍‌ରେ ବାଜିଥିଲା। ଏହାପରେ ସେ ବ୍ୟାଟିଂ ଜାରି ରଖିଥିଲେ ଓ ଇନିଂସ ଶେଷ ବେଳକୁ ୪୪ ରନ କରି ଅପରାଜିତ ରହିଥିଲେ। ତେବେ ରନ୍‌ ନେବା ବେଳେ ସେ ସଂଘର୍ଷ କରୁଥିବାର ଅର୍ଥାତ୍‌ ଛୋଟଉଥିବାର ଦେଖାଯାଇଥିଲା। ଏହାପରେ ଅଷ୍ଟ୍ରେଲିଆ ଇନିଂସରେ ଜାଡେଜା ପଡିଆକୁ ଆସି ନ ଥିଲେ। ତାଙ୍କ ସ୍ଥାନରେ କନକସନ ସବଷ୍ଟିଚ୍ୟୁଟ୍‌ ହିସାବରେ ଚହଲ ଖେଳିଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମେଡିକାଲ ଟିମ୍‌ ଜାଡେଜାଙ୍କୁ ନେଇ ପରୀକ୍ଷା କରୁଛି। ଏନେଇ ବିସିସିଆଇ ଟୁଇଟ୍‌ କରି ଜଣାଇଛି। ଚହଲଙ୍କୁ ଖେଳିବାର ସୁଯୋଗ ଦିଆଯିବା ପରେ ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର ଆଇସିସି ମ୍ୟାଚ ରେଫରି ଡେଭିଡ୍‌ ବୁନ୍‌ଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖାଯାଇଥିଲା। ଉଲ୍ଲେଖଥାଉ କି, ଗତବର୍ଷ ଜୁଲାଇରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) କନ୍‌କସନ ସବଷ୍ଟିଚ୍ୟୁଟ୍‌ ନିୟମକୁ ଲାଗୁ କରିଥିଲା। ଯଦି କୌଣସି ଖେଳାଳିଙ୍କ ମୁଣ୍ଡ ଓ ବେକରେ ବଲ୍‌ ବାଜେ ଓ ସମ୍ପୃକ୍ତ ଖେଳାଳି ଆହତ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ଆଉ ଜଣେ ସେହିଭଳି ଖେଳାଳିଙ୍କୁ ସୁଯୋଗ ଦିଆଯାଇଥାଏ। ଅର୍ଥାତ୍‌ ବ୍ୟାଟ୍ସମ୍ୟାନଙ୍କ ବଦଳରେ ଜଣେ ବ୍ୟାଟ୍ସମ୍ୟାନ, ବୋଲରଙ୍କ ବଦଳରେ ଜଣେ ବୋଲର ଖେଳିପାରିବେ। ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ ଯଦି ଜଣେ ଅଲରାଉଣ୍ଡରଙ୍କୁ ଖେଳାଯାଏ, ତାହେଲେ ସେ କେବଳ ବ୍ୟାଟିଂ ହିଁ କରିବେ। ୧୨ରୁ ଊର୍ଦ୍ଧ୍ୱ ଖେଳାଳି ବୋଲିଂ କିମ୍ବା ବ୍ୟାଟିଂ କରିପାରିବେ। ଏହି ପ୍ରକ୍ରିୟାକୁ କନ୍‌କସନ ସବଷ୍ଟିଚ୍ୟୁଟ୍‌ କୁହାଯାଏ। ଇତିମଧ୍ୟରେ କେତେଟି ଦଳ ଏହି ନିୟମ ଲାଗୁ କରିଛନ୍ତି। ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ଏହି ନିୟମ ଲାଗୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri