Posted inଖେଳ

କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌: ଜାଡେଜାଙ୍କ ସ୍ଥାନରେ ଖେଳିଲେ ଚହଲ

କାନବେରା,୫।୧୨(ପି.ଟି.): ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରଥମେ ଭାରତୀୟ ଦଳରେ ସାମିଲ ନ ଥିଲେ। ପ୍ରଥମ ଟି୨୦ ମ୍ୟାଚ୍‌ରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ ହିସାବରେ ଚହଲ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିଲେ ଓ ଦମ୍‌ଦାର ବୋଲିଂ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ମ୍ୟାଚ୍‌ର ଅନ୍ତିମ ଓଭରର ଦ୍ୱିତୀୟ ବଲ୍‌ରେ ଅଷ୍ଟ୍ରେଲିଆ ଯୁବ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଏକ ବାଉନ୍‌ସର ଜାଜେଡାଙ୍କ ହେଲମେଟ୍‌ରେ ବାଜିଥିଲା। ଏହାପରେ ସେ ବ୍ୟାଟିଂ ଜାରି ରଖିଥିଲେ ଓ ଇନିଂସ ଶେଷ ବେଳକୁ ୪୪ ରନ କରି ଅପରାଜିତ ରହିଥିଲେ। ତେବେ ରନ୍‌ ନେବା ବେଳେ ସେ ସଂଘର୍ଷ କରୁଥିବାର ଅର୍ଥାତ୍‌ ଛୋଟଉଥିବାର ଦେଖାଯାଇଥିଲା। ଏହାପରେ ଅଷ୍ଟ୍ରେଲିଆ ଇନିଂସରେ ଜାଡେଜା ପଡିଆକୁ ଆସି ନ ଥିଲେ। ତାଙ୍କ ସ୍ଥାନରେ କନକସନ ସବଷ୍ଟିଚ୍ୟୁଟ୍‌ ହିସାବରେ ଚହଲ ଖେଳିଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମେଡିକାଲ ଟିମ୍‌ ଜାଡେଜାଙ୍କୁ ନେଇ ପରୀକ୍ଷା କରୁଛି। ଏନେଇ ବିସିସିଆଇ ଟୁଇଟ୍‌ କରି ଜଣାଇଛି। ଚହଲଙ୍କୁ ଖେଳିବାର ସୁଯୋଗ ଦିଆଯିବା ପରେ ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର ଆଇସିସି ମ୍ୟାଚ ରେଫରି ଡେଭିଡ୍‌ ବୁନ୍‌ଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖାଯାଇଥିଲା। ଉଲ୍ଲେଖଥାଉ କି, ଗତବର୍ଷ ଜୁଲାଇରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) କନ୍‌କସନ ସବଷ୍ଟିଚ୍ୟୁଟ୍‌ ନିୟମକୁ ଲାଗୁ କରିଥିଲା। ଯଦି କୌଣସି ଖେଳାଳିଙ୍କ ମୁଣ୍ଡ ଓ ବେକରେ ବଲ୍‌ ବାଜେ ଓ ସମ୍ପୃକ୍ତ ଖେଳାଳି ଆହତ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ଆଉ ଜଣେ ସେହିଭଳି ଖେଳାଳିଙ୍କୁ ସୁଯୋଗ ଦିଆଯାଇଥାଏ। ଅର୍ଥାତ୍‌ ବ୍ୟାଟ୍ସମ୍ୟାନଙ୍କ ବଦଳରେ ଜଣେ ବ୍ୟାଟ୍ସମ୍ୟାନ, ବୋଲରଙ୍କ ବଦଳରେ ଜଣେ ବୋଲର ଖେଳିପାରିବେ। ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ ଯଦି ଜଣେ ଅଲରାଉଣ୍ଡରଙ୍କୁ ଖେଳାଯାଏ, ତାହେଲେ ସେ କେବଳ ବ୍ୟାଟିଂ ହିଁ କରିବେ। ୧୨ରୁ ଊର୍ଦ୍ଧ୍ୱ ଖେଳାଳି ବୋଲିଂ କିମ୍ବା ବ୍ୟାଟିଂ କରିପାରିବେ। ଏହି ପ୍ରକ୍ରିୟାକୁ କନ୍‌କସନ ସବଷ୍ଟିଚ୍ୟୁଟ୍‌ କୁହାଯାଏ। ଇତିମଧ୍ୟରେ କେତେଟି ଦଳ ଏହି ନିୟମ ଲାଗୁ କରିଛନ୍ତି। ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ଏହି ନିୟମ ଲାଗୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri