Posted inଜାତୀୟ

ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ କଂଗ୍ରେସର ଦାବି, ମହିଳା ସଂରକ୍ଷଣ ବିଲ ପାସ କରନ୍ତୁ ମୋଦି ସରକାର

ହାଇଦ୍ରାବାଦ,୧୭।୯: କଂଗ୍ରେସ ଦଳ ଆଗାମୀ ଲୋକ ସଭା ଏବଂ ରାଜ୍ୟ ସଭା ନିର୍ବାଚନ ପାଇଁ ମନ୍ଥନ ଆରମ୍ଭ କରି ଦେଇଛନ୍ତି। ନବ ଗଠିତ କଂଗ୍ରେସ କାର୍ଯ୍ୟ କମିଟିର ଦୁଇ ଦିନିଆ ବୈଠକର ଦ୍ୱିତୀୟ ଦିନରେ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ତେଲେଙ୍ଗାନାର ହାଇଦ୍ରାବାଦରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଏଠାରେ ଉପସ୍ଥିତ ଥିଲେ।
କାର୍ଯ୍ୟ କାରିଣୀ କମିଟି ବୈଠକ ପରେ କଂଗ୍ରେସ ନେତା ପୱନ ଖେରା କହିଛନ୍ତି, ୧୯୮୯ରେ ରାଜୀବ ଗାନ୍ଧୀ ସ୍ଥାନୀୟ ନିର୍ବାଚନରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ସୁନିଶ୍ଚିତ କରିଥିଲେ। ତାପରେ ଏହି ବିଲ ମନମୋହନ ସିଂ ସରକାରଙ୍କ ନିକଟକୁ ଆସିଥିଲା। ଆଜି ପର୍ଯ୍ୟନ୍ତ ଜୀବିତ ରହିଛି।
କଂଗ୍ରେସ ନେତା ଆହୁରି କହିଛନ୍ତି ଯେ ସିଡବ୍ଲୁସି ବୈଠକରେ ପାସ ହୋଇଥିବା ସଂକଳ୍ପ ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବାକୁ ଦାବି କରିଛି।
ଏହି ପରିପ୍ରେକ୍ଷୀରେ ପୂର୍ବତନ କଂଗ୍ରେସ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯଦି ଚୁକ୍ତି ବିଫଳ ହୁଏ ତେବେ ମୁଁ ଯାହା କରିବି…’, ଶାନ୍ତି ଆଲୋଚନା ମଧ୍ୟରେ ଏଥର ବଡ଼ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଲିଥିବା ଆଲୋଚନା ମଧ୍ୟରେ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଇରାନ ଆମେରିକା ସହିତ…

ଚୂଡ଼ାନ୍ତ ଚୁକ୍ତିନାମାରେ ପବଞ୍ଚିବା କାର୍ଯ୍ୟପନ୍ଥାରେ ଆମେରିକା, ଇରାନ ରାଜି

ଓବୁର୍ଜେନ୍‌,୨୩ା୬: ସୁଇଜରଲାଣ୍ଡରେ ଆମେରିକା ଏବଂ ଇରାନର ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସୋମବାର ଶେଷ ହୋଇଥିବା ମଧ୍ୟସ୍ଥମାନେ କହିଛନ୍ତି। ୧୦୦ ଦିନରୁ ଊର୍ଦ୍ଧ୍ୱ ଚାଲିଥିବା…

ସାମାନ୍ୟ ବିଳମ୍ବ ପାଇଁ ବହୁ ପିଲା ଏନ୍‌ଇଇଟି ପରୀକ୍ଷାରୁ ବଞ୍ଚିତ

ନୂଆଦିଲ୍ଲୀ,୨୩ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ବାତିଲ ହେବା ପରେ ପାଖାପାଖି ୨୩ ଲକ୍ଷ ଛାତ୍ରୀଛାତ୍ର ପୁନଃ ପରୀକ୍ଷା ପାଇଁ ମାସେରୁ ଅଧିକ ସମୟ ଅପେକ୍ଷା କଲେ। ପୁଣି ଥରେ…

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶା ଛୁଇଁବ ମୌସୁମୀ: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷା ସହ ପବନ

ଭୁବନେଶ୍ୱର, ୨୩।୬ (ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ଓଡ଼ିଶାର ଆହୁରି କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବଲାଙ୍ଗୀର…

ହ୍ବାଟ୍‌ସଆପ୍‌ ମୁଖ୍ୟ ହେବେ କୁନାଲ ଶାହା

ନୂଆଦିଲ୍ଲୀ,୨୩ା୬: ଫିନ୍‌ଟେକ୍‌ କମ୍ପାନୀ ସିଆର୍‌ଇଡି(କ୍ରେଡ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ରହିଥିବା କୁନାଲ ଶାହା ତାଙ୍କ ପଦବୀ ଛାଡ଼ି ମେଟାରେ ଯୋଗ ଦେବେ ବୋଲି ସୋମବାର ଘୋଷଣା କରିଛନ୍ତି।…

ରାଜନୀତିରେ ହଇଚଇ: ୧୧ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଆବେଦନକୁ ଖାରଜ କଲେ ବାଚସ୍ପତି

ଭୁବନେଶ୍ୱର,୨୩ା୬(ସୁନିତ୍‌ ମିଶ୍ର): ବିଜେଡି ପକ୍ଷରୁ ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ଲାଗି କରାଯାଇଥିବା ଆବେଦନକୁ ବାଚସ୍ପତି ସୁରମା ପାଢ଼ୀ ଅଗ୍ରାହ୍ୟ କରିଦେଇଛନ୍ତି। ସେହିପରି କଂଗ୍ରେସର…

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri