Odisha Elections 2024

ଚିରଞ୍ଜୀବ-ମୋକିମ୍‌ଙ୍କୁ ନିଲମ୍ବନ ପରେ ତେଜିଲା କଂଗ୍ରେସ ରାଜନୀତି

ଭୁବନେଶ୍ବର, ୧୭ା୭(ସୁନିତ୍‌ ମିଶ୍ର): କଂଗ୍ରେସର ଦୁଇ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଏବଂ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ନିଲମ୍ବିତ କରାଯିବା ପରେ ଦଳ ଭିତରେ ଜୋର୍‌ ଧରିଛି ରାଜନୀତି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ର ଏଭଳି ନିଷ୍ପତ୍ତି ପାଇଁ ଉଭୟ ନେତାଙ୍କ ସମର୍ଥକମାନେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ଦୋଷ ଦେଇଛନ୍ତି। ଅନ୍ୟପଟେ ଏହି ଦୁଇ ନେତାଙ୍କ ସମର୍ଥକମାନେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛନ୍ତି। ମୋକିମ୍‌ ସିଧାସଳଖ ଦଳର ରାଜ୍ୟ ନେତୃତ୍ୱକୁ ଟାର୍ଗେଟ କରିଥିବା ବେଳେ ସୋମବାର ଚିରଞ୍ଜୀବ ଏକ ଖବରଦାତା ସମ୍ମିଳନୀ ଜରିଆରେ ତାଙ୍କ ପ୍ରତିକ୍ରିୟା ରଖିବେ ବୋଲି ଜଣାପଡ଼ିଛି।
ନିଲମ୍ବନ ଆଦେଶକୁ ନେଇ ମହମ୍ମଦ ମୋକିମ୍‌ କହିଛନ୍ତି ଯେ, ଯଦି କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନରେ ଲଢ଼ିବାର ସୁଯୋଗ ନ ଦେବ ତେବେ ଲୋକଙ୍କ ସମର୍ଥନ ନେଇ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇ ରଣାଙ୍ଗନକୁ ଓହ୍ଲାଇବେ। ଅନ୍ୟ କୌଣସି ଦଳକୁ ଯିବେ ନାହିଁ। ତେଣୁ ଯେଉଁମାନେ ଚକ୍ରାନ୍ତ କରିଛନ୍ତି ସେମାନଙ୍କ ଯୋଜନା ପଣ୍ଡ ହେବ। ତାଙ୍କୁ ଦଳରୁ କାଢ଼ିବା ଲାଗି ଦଳର ମୁଖିଆ ଅର୍ଥାତ୍‌ ପରୋକ୍ଷରେ ସେ ଶରତ ପଟ୍ଟନାୟକଙ୍କୁ ଦୋଷ ଦେଇଛନ୍ତି। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଭୁଲ୍‌ଭଟକା ସମସ୍ତଙ୍କର ରହିଛି। ତାଙ୍କର ଏବଂ ବହୁ ଲୋକଙ୍କର ମଧ୍ୟ ଅନେକ ସ୍ଥାନରେ ଭୁଲ୍‌ ରହିଛି। ଚିରଞ୍ଜୀବ କଂଗ୍ରେସର ବରିଷ୍ଠ ନେତା ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ। ବସନ୍ତଙ୍କର କଂଗ୍ରେସ ପାଇଁ ବହୁ ଅବଦାନ ରହିଛି। ତେଣୁ ଯେଉଁ ନିଲମ୍ବନ ଆଦେଶ ଦିଆଯାଇଛି ଏହା ଉପରେ ତର୍ଜମା କରି ଏହାକୁ ପ୍ରତ୍ୟାହାର କରିବାକୁ ସୁର ଅନୁରୋଧ କରିଛନ୍ତି। ଅନ୍ୟପଟେ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଏଆଇସିସି ଯେଉଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାକୁ ସମର୍ଥନ କରୁଛି। ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସ୍ବର୍ଣ୍ଣିମଯୁଗ ନାଁରେ ଯେଉଁ ସମାବେଶ କରାଗଲା ସେଠାରେ ଦଳର ନେତୃତ୍ୱକୁ ଟାର୍ଗେଟ କରାଗଲା ଏହା ସମ୍ପୂର୍ଣ୍ଣ ଭୁଲ୍‌। ଏହାର ପ୍ରଚ୍ଛଦପଟ୍ଟରେ ଆହୁରି ଅନେକ ନେତା ଅଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ପିସିସି ସଭାପତି କହିଛନ୍ତି, ସମସ୍ତଙ୍କ ଅବଦାନ ଯୋଗୁ କଂଗ୍ରେସ ଉଠିଛି। ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ହାଇକମାଣ୍ଡ ନିଜେ କହିଥିଲେ। ତେଣୁ ହାଇକମାଣ୍ଡ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଗ୍ରହଣ କରିଛନ୍ତି। ଏହାଦ୍ୱାରା କଂଗ୍ରେସର କିଛି କ୍ଷତି ହେବାର ନାହିଁ ବୋଲି ସେ କହିଛନ୍ତି।
ତେବେ ଏହି ଘଟଣାକୁ ନେଇ ଉଭୟ ନେତାଙ୍କ ସମର୍ଥକମାନେ କଂଗ୍ରେସ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ମୋକିମ୍‌ଙ୍କ ସମର୍ଥକମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ପିସିସି ସଭାପତିଙ୍କ ପୋଷ୍ଟର ଦାହ କରିଛନ୍ତି। ତୁରନ୍ତ ମୋକିମ୍‌ଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ସହ ଶରତ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି ମଧ୍ୟ କରିଛନ୍ତି। ଅନ୍ୟପଟେ ଜଗତସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ମଧ୍ୟ କଂଗ୍ରେସ କର୍ମୀମାନେ ଚିରଞ୍ଜୀବଙ୍କୁ ନିଲମ୍ବନ କରାଯିବା ନେଇ ପ୍ରତିବାଦ କରିବା ସହ ସଭାପତିଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ରାଜଧାନୀଠାରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି ଯେ, ଅଗଣତାନ୍ତ୍ରିକ ପଦ୍ଧତିରେ ଉଭୟ ନେତାଙ୍କୁ ନିଲମ୍ବିତ କରାଯାଇଛି। ଯେଉଁସବୁ ଜିଲାରେ କଂଗ୍ରେସ ଶକ୍ତିଶାଳୀ ଅଛି ଏବଂ ଦୁଇ ନମ୍ବର ସ୍ଥାନରେ ରହିଛି ସେଠାରେ ଦଳକୁ ଦୁର୍ବଳ କରି ସ୍ଥାନୀୟ ନେତୃତ୍ୱଙ୍କୁ ଦଳରୁ ବିଦା କରି ଭାଜପାକୁ ଆଗକୁ ନେବା ଲାଗି ପିସିସି ସଭାପତି ଯୋଜନା କରୁଛନ୍ତି। ସଭାପତି ସମ୍ପୂର୍ଣ୍ଣ ଭାବେ ଭାଜପାକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି। ପ୍ରଥମେ ଏଆଇସିସି ଉଭୟ ନେତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରୁ। ଏହାପରେ ସଭାପତି ପଦ ପରିବର୍ତ୍ତନ କରୁ ବୋଲି ଦଳର ସାଧାରଣ ସମ୍ପାଦକ ନାରାୟଣ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର): ନବୀନବାବୁ ଓଡ଼ିଆ ଅସ୍ମିତାର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ। ଓଡ଼ିଶାର ଶାସନ ଭାର...

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ନା ବିଜୁ ବାବୁ କରିଥିଲେ, ନା ନବୀନ କରିବେ; ଜାଣନ୍ତୁ ଏଭଳି କାହିଁକି କହିଲେ ପାଣ୍ଡିଆନ…

ଭୁବନେଶ୍ୱର,୨୧।୫: ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଏକପ୍ରକାର ସମ୍ଭାଳିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିଲାଗି ବିରୋଧୀ ଦଳ ପକ୍ଷରୁ ତାଙ୍କୁ ପ୍ରାୟତଃ...

ପାଗ ବିଗାଡିବ ନିର୍ବାଚନ: ୨୪ ଘଣ୍ଟାରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ, ଏହି ଜିଲାରେ ଛେଚିବ

ଭୁବନେଶ୍ୱର,୨୧।୫: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।...

ପାଣ୍ଡିଆନ କହିଲେ ଭିତିରି କଥା! ମେଣ୍ଟ ପାଇଁ ଭାଜପା-ବିଜେଡି ମଧ୍ୟରେ କୌଣସି ବୈଠକ ହୋଇ ନ ଥିଲା, କେବଳ ଦୁଇ ଜଣ ନେତା…

ଭୁବନେଶ୍ୱର,୨୧।୫: ଓଡ଼ିଶାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପା ପରସ୍ପରକୁ କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri