୯ରେ ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ

ଭୁବନେଶ୍ୱର,୪ା୫(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି)କୁ ନୂଆ ସଭାପତି ମିଳିପାରନ୍ତି। ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର ନିକଟରେ ଓଡ଼ିଶା ଗସ୍ତରେ ଆସି ଦଳର ସବୁ ବିଧାୟକଙ୍କ ସହ ପୃଥକ୍‌ ପୃଥକ୍‌ ଭାବେ ଆଲୋଚନା କରିବା ସହିତ ଦଳର ଅନ୍ୟ ନେତାଙ୍କୁ ମଧ୍ୟ ଭେଟି ସମସ୍ତଙ୍କ ମତାମତ ଲୋଡ଼ିଥିଲେ। ଏହାପରେ ଦଳ ବାହାରର କେତେଜଣ ବରିଷ୍ଠ ନେତାଙ୍କ ସହ ମଧ୍ୟ ଚେଲ୍ଲାକୁମାର ଆଲୋଚନା କରିଥିବା ଜଣାପଡ଼ିଥିଲା। ତେବେ ରାଜ୍ୟରେ କଂଗ୍ରେସର ସ୍ଥିତି ସଜାଡ଼ିବା ଲାଗି କଂଗ୍ରେସ କ’ଣ କରିବା ଦରକାର ବୋଲି ସେ ନେତାଙ୍କ ମତାମତ ନେବା ସହ କାହାକୁ ପିସିସି ସଭାପତି ପଦରେ ବସାଇଲେ ଭଲ ହେବ ସେକଥା ମଧ୍ୟ ପଚାରି ବୁଝିଥିଲେ। ତେବେ ଦଳର ସବୁ ବିଧାୟକ ପିସିସି ସଭାପତି ପରିବର୍ତ୍ତନ ଦାବି ଜୋର୍‌ଦାର ଭାବେ କରିଥିବା ବେଳେ ଏଥର ଜଣେ ବିଧାୟକଙ୍କୁ ଏହି ଦାୟିତ୍ୱ ଦେବାକୁ ଦାବି କରିଥିଲେ। ଏଭଳି ସ୍ଥିତିରେ ଆସନ୍ତା ୯ ତାରିଖରେ ଦଳର ସବୁ ବିଧାୟକ ଦିଲ୍ଲୀ ଗସ୍ତ କରିବେ। ରାହୁଲ ଗାନ୍ଧୀ ବିଧାୟକମାନଙ୍କୁ ଭେଟିବେ ବୋଲି ଦିଲ୍ଲୀରୁ ସବୁ ବିଧାୟକଙ୍କୁ ଫୋନ୍‌ ଆସିଥିବା ଜଣାପଡ଼ିଛି। ତେବେ ବିଧାୟକମାନଙ୍କ ମଧ୍ୟରୁ କାହାରିକୁ ପିସିସି ସଭାପତି କରିବା ଲାଗି ଦିଲ୍ଲୀରୁ ଡାକରା ଆସିଛି ଏବଂ ସେନେଇ ଆଲୋଚନା ହେବ ନା ସେମାନଙ୍କୁ ବୁଝାଇ ଜଣେ ଅଣବିଧାୟକଙ୍କୁ ଦାୟିତ୍ୱ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଦୁଇଟି ମଧ୍ୟରୁ ଗୋଟିଏ କାରଣ ହୋଇଥାଇପାରେ ବୋଲି ବିଧାୟକମାନେ ଅନୁମାନ କରୁଛନ୍ତି। ତେବେ ସଭାପତି ଦୌଡ଼ରେ ଥିବା କେତେଜଣ ବିଧାୟକ କିନ୍ତୁ ଦିଲ୍ଲୀରୁ ଡାକରା ପାଇବା ପରେ ସାମାନ୍ୟ ଉତ୍ସାହିତ ଥିବା ଭଳି ମନେହେଉଛି।
ମିଳିଥିବା ସୂଚନା ମୁତାବକ, ରାହୁଲ ଓଡ଼ିଶାର ଦଳର ସବୁ ବିଧାୟକଙ୍କ ସହ ପୃଥକ୍‌ ପୃଥକ୍‌ ଭାବେ ଭେଟି ଆଲୋଚନା କରିବେ। ଚେଲ୍ଲାକୁମାର ଓଡ଼ିଶା ନେତାଙ୍କୁ ଭେଟିବା ପରେ ପ୍ରସ୍ତୁତ କରିଥିବା ରିପୋର୍ଟ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ନିକଟରେ ପହଞ୍ଚାଇବା ପରେ ବିଧାୟକଙ୍କୁ ଡାକରା ଆସିଥିବା କୁହାଯାଉଛି। ବିଧାୟକମାନଙ୍କୁ ଏ ନେଇ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ମହମ୍ମଦ ମୋକିମ ସୂଚନା ଦେଇଛନ୍ତି।
ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଆସନ୍ତା ୯ ତାରିଖରେ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀରୁ ଟେଲିଫୋନ୍‌ ଆସିଛି। ସେଥିଲାଗି ପ୍ରଥମ ୯ ବିଧାୟକ ବସି ଆଲୋଚନା କରିବୁ। ଆମ୍ଭମାନଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କଲେ ଭଲ ହେବ। ତଥାପି ସୋନିଆ ଏବଂ ରାହୁଲ ଯାହା ନିଷ୍ପତ୍ତି ନେବେ ତାକୁ ମାନିବୁ ବୋଲି ତାରା କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ପଦରୁ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଏକଥାକୁ ତାରା ସ୍ବୀକାର କରିଛନ୍ତି। ନରସିଂହ ମିଶ୍ର ମଧ୍ୟ କଂଗ୍ରେସ ବିଧାୟକ ଦଳ ନେତା ପଦବୀରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ସତ୍ୟ ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?