୯ରେ ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ

ଭୁବନେଶ୍ୱର,୪ା୫(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି)କୁ ନୂଆ ସଭାପତି ମିଳିପାରନ୍ତି। ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର ନିକଟରେ ଓଡ଼ିଶା ଗସ୍ତରେ ଆସି ଦଳର ସବୁ ବିଧାୟକଙ୍କ ସହ ପୃଥକ୍‌ ପୃଥକ୍‌ ଭାବେ ଆଲୋଚନା କରିବା ସହିତ ଦଳର ଅନ୍ୟ ନେତାଙ୍କୁ ମଧ୍ୟ ଭେଟି ସମସ୍ତଙ୍କ ମତାମତ ଲୋଡ଼ିଥିଲେ। ଏହାପରେ ଦଳ ବାହାରର କେତେଜଣ ବରିଷ୍ଠ ନେତାଙ୍କ ସହ ମଧ୍ୟ ଚେଲ୍ଲାକୁମାର ଆଲୋଚନା କରିଥିବା ଜଣାପଡ଼ିଥିଲା। ତେବେ ରାଜ୍ୟରେ କଂଗ୍ରେସର ସ୍ଥିତି ସଜାଡ଼ିବା ଲାଗି କଂଗ୍ରେସ କ’ଣ କରିବା ଦରକାର ବୋଲି ସେ ନେତାଙ୍କ ମତାମତ ନେବା ସହ କାହାକୁ ପିସିସି ସଭାପତି ପଦରେ ବସାଇଲେ ଭଲ ହେବ ସେକଥା ମଧ୍ୟ ପଚାରି ବୁଝିଥିଲେ। ତେବେ ଦଳର ସବୁ ବିଧାୟକ ପିସିସି ସଭାପତି ପରିବର୍ତ୍ତନ ଦାବି ଜୋର୍‌ଦାର ଭାବେ କରିଥିବା ବେଳେ ଏଥର ଜଣେ ବିଧାୟକଙ୍କୁ ଏହି ଦାୟିତ୍ୱ ଦେବାକୁ ଦାବି କରିଥିଲେ। ଏଭଳି ସ୍ଥିତିରେ ଆସନ୍ତା ୯ ତାରିଖରେ ଦଳର ସବୁ ବିଧାୟକ ଦିଲ୍ଲୀ ଗସ୍ତ କରିବେ। ରାହୁଲ ଗାନ୍ଧୀ ବିଧାୟକମାନଙ୍କୁ ଭେଟିବେ ବୋଲି ଦିଲ୍ଲୀରୁ ସବୁ ବିଧାୟକଙ୍କୁ ଫୋନ୍‌ ଆସିଥିବା ଜଣାପଡ଼ିଛି। ତେବେ ବିଧାୟକମାନଙ୍କ ମଧ୍ୟରୁ କାହାରିକୁ ପିସିସି ସଭାପତି କରିବା ଲାଗି ଦିଲ୍ଲୀରୁ ଡାକରା ଆସିଛି ଏବଂ ସେନେଇ ଆଲୋଚନା ହେବ ନା ସେମାନଙ୍କୁ ବୁଝାଇ ଜଣେ ଅଣବିଧାୟକଙ୍କୁ ଦାୟିତ୍ୱ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଦୁଇଟି ମଧ୍ୟରୁ ଗୋଟିଏ କାରଣ ହୋଇଥାଇପାରେ ବୋଲି ବିଧାୟକମାନେ ଅନୁମାନ କରୁଛନ୍ତି। ତେବେ ସଭାପତି ଦୌଡ଼ରେ ଥିବା କେତେଜଣ ବିଧାୟକ କିନ୍ତୁ ଦିଲ୍ଲୀରୁ ଡାକରା ପାଇବା ପରେ ସାମାନ୍ୟ ଉତ୍ସାହିତ ଥିବା ଭଳି ମନେହେଉଛି।
ମିଳିଥିବା ସୂଚନା ମୁତାବକ, ରାହୁଲ ଓଡ଼ିଶାର ଦଳର ସବୁ ବିଧାୟକଙ୍କ ସହ ପୃଥକ୍‌ ପୃଥକ୍‌ ଭାବେ ଭେଟି ଆଲୋଚନା କରିବେ। ଚେଲ୍ଲାକୁମାର ଓଡ଼ିଶା ନେତାଙ୍କୁ ଭେଟିବା ପରେ ପ୍ରସ୍ତୁତ କରିଥିବା ରିପୋର୍ଟ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ନିକଟରେ ପହଞ୍ଚାଇବା ପରେ ବିଧାୟକଙ୍କୁ ଡାକରା ଆସିଥିବା କୁହାଯାଉଛି। ବିଧାୟକମାନଙ୍କୁ ଏ ନେଇ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ମହମ୍ମଦ ମୋକିମ ସୂଚନା ଦେଇଛନ୍ତି।
ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଆସନ୍ତା ୯ ତାରିଖରେ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀରୁ ଟେଲିଫୋନ୍‌ ଆସିଛି। ସେଥିଲାଗି ପ୍ରଥମ ୯ ବିଧାୟକ ବସି ଆଲୋଚନା କରିବୁ। ଆମ୍ଭମାନଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କଲେ ଭଲ ହେବ। ତଥାପି ସୋନିଆ ଏବଂ ରାହୁଲ ଯାହା ନିଷ୍ପତ୍ତି ନେବେ ତାକୁ ମାନିବୁ ବୋଲି ତାରା କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ପଦରୁ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଏକଥାକୁ ତାରା ସ୍ବୀକାର କରିଛନ୍ତି। ନରସିଂହ ମିଶ୍ର ମଧ୍ୟ କଂଗ୍ରେସ ବିଧାୟକ ଦଳ ନେତା ପଦବୀରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ସତ୍ୟ ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri