Posted inଜାତୀୟ

‘କଙ୍ଗନାଙ୍କ ଗାଲଠାରୁ ଅଧିକ ଚିକ୍କଣ ହେବ ରାସ୍ତା’

ରାଞ୍ଚି,୧୫।୧: ଝାଡ଼ଖଣ୍ଡର ଜାମତରା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଇରଫାନ୍‌ ଅନସାରୀ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଗାଲ ଅପେକ୍ଷା ତାଙ୍କ ଅଞ୍ଚଳର ରାସ୍ତା ଅଧିକ ଚିକ୍କଣ ହେବ।

ଏକ ଭିଡିଓ ଜାରି କରି ଇରଫାନ୍‌ କହିଛନ୍ତି, ଜାମତରାରେ ବିଶ୍ୱସ୍ତରୀୟ ମସୃଣ ରାସ୍ତା ତିଆରି ହେବ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ କହି ମୋ ଅଞ୍ଚଳରେ ୧୪ ରାସ୍ତା ପାସ୍‌ କରିଛି। ଏହି ରାସ୍ତାଗୁଡ଼ିକ କଙ୍ଗନାଙ୍କ ଗାଲଠାରୁ ଅଧିକ ଚିକ୍କଣ ହେବ। ଆମ ଆଦିବାସୀ ପିଲା, ଯୁବଗୋଷ୍ଠୀ, ବ୍ୟବସାୟୀ, ସାଧାରଣ ଲୋକ ଏହି ରାସ୍ତାରେ ଚାଲିବେ। ଚକାଚକ୍‌ ରାସ୍ତା ହେବ।

ଏଭଳି ବୟାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ଇରଫାନ୍‌ ଲୋକଙ୍କୁ ଅଧିକ ସମୟ ମାସ୍କ ନ ପିନ୍ଧିବାକୁ କହି ବିବାଦକୁ ଆସିଥିଲେ। ଅଧିକ ସମୟ ମାସ୍କ ପିନ୍ଧିଲେ ଅଙ୍ଗାରକାମ୍ଳ ଶରୀରକୁ ଯାଇଥାଏ। ଏହା ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ ବହୁ ବର୍ଷ ପୂର୍ବେ ବିହାରର ରାସ୍ତାକୁ ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀଙ୍କ ଗାଲ ପରି କରିବା ନେଇ ବୟାନ ଦେଇଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ତାଣ୍ଡବ ଆରମ୍ଭ, ୨୪ ଘଣ୍ଟାରେ ୮୯୩ ମୃତ…

ନୂଆଦିଲ୍ଲୀ, ୩୦।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୧୫।୭: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦ୍ୱିଗୁଣ ସୁବିଧା ପାଇବାକୁ ଯାଉଛନ୍ତି। ୨୮ ପ୍ରତିଶତ ମହଙ୍ଗା ଭତ୍ତା ପରେ ଏବେ ଘର ଭଡା ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ...

ଲଦାଖ ସୀମାରେ ଉତ୍ତେଜନା ପ୍ରସଙ୍ଗ,ଆଜି ୧୬ତମ କମାଣ୍ଡର ସ୍ତରୀୟ ବୈଠକ …

ଲଦାଖ,୧୭।୭ : ଲଦାଖ ସୀମାରେ ଉତ୍ତେଜନା ପ୍ରସଙ୍ଗରେ ରବିବାର ଦିନ ଭାରତ ଏବଂ ଚାଇନା ମଧ୍ୟରେ ୧୬ ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ...

ଚୋରି ଶିଶୁ ଭାଜପା ନେତାଙ୍କ ଘରୁ ଉଦ୍ଧାର

ଲକ୍ଷ୍ନୌ,୩୦।୮:ମଥୁରା ରେଳଷ୍ଟେଶନରୁ ଗତ ସପ୍ତାହରେ ଜଣେ ୭ ମାସର ଶିଶୁ ଚୋରି ହୋଇଥିଲା। ଚୋରି ସମୟର ଦୃଶ୍ୟ ଷ୍ଟେଶନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ପୋଲିସ...

ଆଧାର କାର୍ଡ ନେଇ ସରକାରଙ୍କ ଆଡଭାଇଜରୀ, ମାସ୍କଡ୍‌ କାର୍ଡ ବ୍ୟବହାର କରିବାକୁ ପରାମର୍ଶ..

ନୂଆଦିଲ୍ଲୀ, ୨୯।୫ : ଆଧାର କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। କୌଣସି ସରକାରୀ ଯୋଜନାର ଲାଭ ଉଠାଇବା କିମ୍ବା ଆର୍ଥିକ କାରବାର କରିବା କ୍ଷେତ୍ରରେ ଏହା...

ଏବେ ବାଇକ୍‌-କାର୍‌ ପାଇଁ କରିହେବ ନୋମିନି…

ନୂଆଦିଲ୍ଲୀ,୨୦।୫: ବ୍ୟାଙ୍କରେ ଖାତା ଖୋଲିବା ସମୟରେ ନୋମିନିର ଆବଶ୍ୟକତା ପଡ଼ିଥାଏ। ଏଭଳି ନିୟମ ଏବେ ବାଇକ୍‌ ଅବା କାର୍‌ ପାଇଁ ମଧ୍ୟ କରାଯାଇପାରିବ। କେନ୍ଦ୍ରୀୟ ମୋଟର...

ବିଚ୍‌ ରାସ୍ତାରେ ଯୁବକଙ୍କୁ ନିସ୍ତୁକ ପିଟିଲେ ଟ୍ରାଫିକ୍‌ ପୋଲିସ

ଲକ୍ଷ୍ନୌ,୧୩।୯: ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଏହାର ଦୂରୁପଯୋଗ ହେବାସହ ରାସ୍ତାରେ ଅଜବ ଅଜବ ଘଟଣା ସମ୍ନାକୁ ଆସିଛି। ଶୁକ୍ରବାର...

ଭାରତରେ ବିଏଫ୍‌.୭ ଭାରିଆଣ୍ଟର ୪ ମାମଲା ଚିହ୍ନଟ…

ନୂଆଦିଲ୍ଲୀ,୨୨।୧୨ : ସମଗ୍ର ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିଛି। ଚାଇନାରେ ବଢୁଥିବା କରୋନା ଓମିକ୍ରନର ସବ-ଭାରିଆଣ୍ଟ ବିଏଫ୍‌.୭ ଏବଂ ବିଏଫ୍‌.୧୨ ମାମଲା କାୟା...

Advertisement
Archives

Model This Week