Posted inଜାତୀୟ

କଂଗ୍ରେସ ବିଧାୟକ ଗିରଫ

ଚଣ୍ଡିଗଡ,୨୮।୯: ପଞ୍ଜାବ ପୋଲିସ ପଞ୍ଜାବ କଂଗ୍ରେସ ବିଧାୟକ ସୁଖପାଲ ଖଇରାଙ୍କୁ ପୋଲିସ ଗିରଫ କରିଛି। ପଞ୍ଜାବର ଭୁଲଥାରୁ କଂଗ୍ରେସ ବିଧାୟକ ସୁଖପାଲଙ୍କୁ ଗୁରୁବାର ଦିନ ପ୍ରାୟ ୫ଟା ସମୟରେ ଜଲାଲାବାଦ ପୋଲିସ ଗିରଫ କରିଥିଲା। ତାଙ୍କୁ ଗିରଫ କରିବା ପାଇଁ ଜଲାଲାବାଦ ପୋଲିସ ଚଣ୍ଡିଗଡ଼ର ଖଇରାଙ୍କ ବାସଭବନରେ ପହଞ୍ଚିଥିଲା। ପୋଲିସ କହିଛି ଯେ, ତାଙ୍କ ବିରୋଧରେ ଏକ ପୁରୁଣା ଏନଡିପିଏସ ଆକ୍ଟ ମାମଲା ରହିଥିଲା ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୂପ ତାଙ୍କୁ ଗିରଫ କରାଯାଇଥିଲା। ତେବେ କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାଗବତ ମାନ ତାଙ୍କ ବିରୋଧରେ ଶତ୍ରୁତା ଆଚରଣ କରି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଆଜି ୧୧.୧୫ରେ ସୁଖପାଲ ଜଲାଲାବାଦ କୋର୍ଟରେ ହାଜର ହେବେ।
ସୂଚନାନୁସାରେ, ମାର୍ଚ୍ଚ ୫, ୨୦୧୫ରେ ଜାଲାଲାବାଦ ପୋଲିସ ଷ୍ଟେଶନ ସାଦର ପୋଲିସ ହେରୋଇନ୍‌ ଏବଂ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗରେ ଆଠ ଜଣଙ୍କୁ ଗିରଫ କରିଥିଲା। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କାପୁରଥାଲାର ଜଣେ ଅଭିଯୁକ୍ତଙ୍କୁ ସୁଖପାଲ ଖଇରା ସୁପାରିଶ କରିଥିଲେ। ପରେ ସୁଖପାଲ ସିଂ ଖଇରାଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଦିନରେ କୋଟି କୋଟି ଟଙ୍କାର ଶେୟାର କିଣିଲେ ଟ୍ରମ୍ପ, ଥରି ଉଠିଲା ଆମେରିକା

ଓ୍ବାଶିଂଟନ,୧୮।୫: ଏହି ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ତାଙ୍କ ପରାମର୍ଶଦାତାମାନେ ୩,୭୦୦ରୁ ଅଧିକ ଷ୍ଟକ ବାଣିଜ୍ୟ କରିଛନ୍ତି। ଏହି…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri