Posted inଜାତୀୟ

ସ୍ୱୀକାର କରାଯିବନି ଦୁଇଟି ଭାରତ: ରାହୁଲ

ନୂଆଦିଲ୍ଲୀ,୭ ।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ କର୍ନାଟକରେ ଚାଲିଛି । ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ପରଠାରୁ ରାହୁଲ ଗାନ୍ଧୀ ଆଗ ଅପେକ୍ଷା ଆଉ ଟିକେ ଆକ୍ଟିଭ ହୋଇଯାଇଛନ୍ତି । ଏହାସହ ସେ ବିଭିନ୍ନ ପ୍ରସଙ୍ଗକୁ ବି ଉଠାଉଥିବା ଦେଖାଯାଇଛି । ରାହୁଲ ଶୁକ୍ରବାର ଏକ ଟୁଇଟ କରି ଜଣାଇଛନ୍ତି, ଯେ ସେ ଗୁରୁବାର ଜଣେ ମହିଳାଙ୍କୁ ଭେଟିଥିଲେ । ଯାହାର କୃଷକ ସ୍ୱାମୀ ୫୦,୦୦୦ ଟଙ୍କା କରଜ ଥିବାରୁ ଆତ୍ମହତ୍ୟା କରିଦେଇଛନ୍ତି ।
ଏବେ ରାହୁଲ ଦୁଇଟି ଭାରତ କଥା ଉଠାଇ କହିଛନ୍ତି, ଗୋଟିଏ ଭାରତ ଯେଉଁଠି ପୁଞ୍ଜିପତି ମିତ୍ରଙ୍କୁ ୬ ପ୍ରତିଶତ ସୁଧହାର ହିସାବରେ ଋଣ ଓ କୋଟି କୋଟି ଟଙ୍କାର ଋଣ ଛାଡ ଓ ଅନ୍ୟ ଏକ ଭାରତ, ଯେଉଁଠି ଅନ୍ନଦାତାଙ୍କୁ ୨୪ ପ୍ରତିଶତ ସୁଧହାରରେ ଋଣ ଦିଆଯାଉଛି ଓ ସେମାନଙ୍କ ଜୀବନ କଷ୍ଟରେ କଟୁଛି । ରାହୁଲ କହିଛନ୍ତି ଦେଶରେ ଏହି ‘ଦୁଇ ଭାରତ’ ସ୍ୱୀକାର କରାଯିବ ନାହିଁ ।
ସୂଚନାଯୋଗ୍ୟ, କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ବେକାରୀ ଓ ଗରିବଙ୍କୁ ଭେଟୁଛନ୍ତି । ଗୋଟିଏ ଦିନ ପୂର୍ବରୁ ସୋନିଆ ଗାନ୍ଧୀ ବି ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ କର୍ମୀଙ୍କ ମନୋବଳ ବଢାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ତାତି: ଦେଶରେ ବ୍ଲାକଆଉଟ ହେବା ଆଶଙ୍କା ଘନେଇଲା…

ନୂଆଦିଲ୍ଲୀ,୧୯।୪ : ଏହା ଗ୍ରୀଷ୍ମର ଆରମ୍ଭ ମାତ୍ର, କିନ୍ତୁ ସୂର୍ଯ୍ୟର ଉତ୍ତାପ ଯୋଗୁ ଅସହ୍ୟ ତାତି ଲୋକଙ୍କୁ ଅସୁବିଧାରେ ପକାଉଛି। ଚଳିତ ସପ୍ତାହରେ ସାରା ଦେଶରେ...

ବଜେଟ୍‌ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ବିରୋଧୀଙ୍କ ସହଯୋଗ ଲୋଡିଲେ ସରକାର

ନୂଆଦିଲ୍ଲୀ,୧୬।୬: ସୋମବାରଠାରୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନରେ ତିନି...

ମେଟାରୁ ଛଟେଇ ହେଲେ ଭାରତୀୟ ମୂଳ ବାସିନ୍ଦା ସୁରଭି ଗୁପ୍ତା, ନେଟଫ୍ଲିକ୍ସ ଶୋ’ରେ ଆସିଥିଲେ ନଜର

ନୂଆଦିଲ୍ଲୀ,୯ ।୧୨: ଏବେ ବଡ ବଡ କମ୍ପାନୀରେ ଛଟେଇ ଅଭିଯାନ ଚାଲିଛି । ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ବି ଏଥିରୁ ଗୋଟିଏ । ନିକଟରେ...

ସୁପ୍ରିମକୋର୍ଟ ବିଚାରପତି ପଦ ପାଇଁ ମନା କରିଥିଲେ ଏହି ଓକିଲ…

ନୂଆଦିଲ୍ଲୀ,୧୯।୫: ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନ ଶୁକ୍ରବାର ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି। ବାର୍‌ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିବା ଓକିଲଙ୍କ ମଧ୍ୟରେ...

ଘୋଡା ଚଢି ବିଧାନସଭାରେ ପହଞ୍ଚିଲେ ବିଧାୟିକା

ରାଞ୍ଚି,୮।୩: ଆଜି ବିଶ୍ୱ ମହିଳା ଦିବସ। ପ୍ରତିବର୍ଷ ପରି, ଏଥର ମଧ୍ୟ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ କରାଯାଉଛି। ଏହି ଅବସରରେ ଝାଡଖଣ୍ଡ...

୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…

କୋଲକାତା,୧୭।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଶନିବାର ଭୋଟିଂ ଜାରି ରହିଛି। ୬ଟି ଜିଲାର ୪୫ଟି ବିଧାନସଭା ଆସ ପାଇଁ ମତଦାନ କରାଯାଉଛି। ୩୧୯...

ଆଉ ତିନି ଦିନ ଜେଲରେ ରହିବେ ରିଆ

ମୁମ୍ବାଇ,୧୧ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକଶନକୁ ନେଇ ଫସି ଯାଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତି । ଶୁକବ୍ରାର ରିଆ...

ଆଜମ ଖାନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୨୩।୮: ସମାଜବାଦୀ ପାର୍ଟି ନେତା ଆଜମ ଖାନ ୨୦୦୭ରେ ରାମପୁରର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ବିବୃତ୍ତି ମାମଲାର ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଥିଲା।...

Advertisement
Archives

Model This Week