Posted inଜାତୀୟ

ହିଂସାଗ୍ରସ୍ତ ରାଜ୍ୟ ମଣିପୁରରେ ରାହୁଲ ଖୋଲିବେ ‘ପ୍ରେମର ଦୋକାନ’

ଇମ୍ଫାଲ,୨୯।୬: ଗତ ପ୍ରାୟ ୫୫ ଦିନରୁ ଅଧିକ ସମୟ ହେବ ମଣିପୁରରେ ହିଂସା ଥମିବାର ନାମ ନେଉନାହିଁ। ସେଠାକାର ଦୁଇ ସ୍ଥାନୀୟ ଜାତି ମୌତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଭଳି ସଂଘର୍ଷ ଜାରି ରହିଛି। ଏପଟେ କେନ୍ଦ୍ର ସରକାରଙ୍କ ସହ ସର୍ବଦଳୀୟ ବୈଠକ ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭଲପାଇବା ବାଣ୍ଟିବାକୁ ଦୁଇ ଦିନିଆ ମଣିପୁର ଗସ୍ତରେ ବାହାରିଯାଇଛନ୍ତି।

ଏହି ଗସ୍ତ ସମୟରେ ରାହୁଲ ରାଜ୍ୟରେ ସ୍ଥାପିତ ରିଲିଫ କ୍ୟାମ୍ପ ପରିଦର୍ଶନ କରିବେ ଏବଂ ରାଜଧାନୀ ଇମ୍ଫାଲ ଏବଂ ଚୁରାଚାନ୍ଦପୁରରେ ନାଗରିକ ସମାଜର ପ୍ରତିନିଧୀଙ୍କ ସହ ମଧ୍ୟ ଆଲୋଚନା କରିବେ। ସେ ମଣିପୁରରେ ଦୁଇ ଦିନ ରହିବେ ଏବଂ ସେଠାରେ ଥିବା ପରିସ୍ଥିତି ଏବଂ ଉତ୍ତେଜନା ସ୍ଥିତିକୁ ମଧ୍ୟ ବୁଝିବାକୁ ଚେଷ୍ଟା କରିବେ। ମିଳିଥିବା ସୂଚନା ଅନୁଯାୟୀ ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ମଧ୍ୟ ତାଙ୍କ ସହ ଅଛନ୍ତି।
ମେ ୩ ରେ ମଣିପୁରରେ ହିଂସା ଆରମ୍ଭ ହେବା ପରେ ଏହା ଉତ୍ତର-ପୂର୍ବ ରାଜ୍ୟକୁ କଂଗ୍ରେସ ନେତାଙ୍କ ପ୍ରଥମ ଗସ୍ତ। କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଇମ୍ଫାଲରେ ପହଞ୍ଚିବା ପରେ ରାହୁଲ ଚୁରଚାନ୍ଦପୁର ଜିଲ୍ଲା ଯିବେ ଏବଂ ସେଠାରେ ରିଲିଫ କ୍ୟାମ୍ପ ପରିଦର୍ଶନ କରିବେ। ଏହା ପରେ ସେ ବିଷ୍ଣୁପୁର ଜିଲ୍ଲାର ମୋଇରଙ୍ଗକୁ ଯାଇ ବିସ୍ଥାପିତ ଲୋକଙ୍କ ସହ ଯୋଗାଯୋଗ କରିବେ। ସେ କହିଛନ୍ତି, ରାହୁଲ ଶୁକ୍ରବାର ଇମ୍ଫାଲରେ ରିଲିଫ କ୍ୟାମ୍ପ ପରିଦର୍ଶନ କରିବେ ଏବଂ ପରେ କିଛି ନାଗରିକ ସଂଗଠନ ସହିତ ମଧ୍ୟ ଯୋଗାଯୋଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri