Posted inଜାତୀୟ

ବିଦେଶ ଯିବେ ରାହୁଲ

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଦେଶ ଯାତ୍ରା କରିବାକୁ ପ୍ରସ୍ତୁତ ହେଲେଣି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ସେ ୟୁରୋପ ଯିବେ ବୋଲି ଜଣାପଡିଛି। ଏହାପୂର୍ବରୁ ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିଲେ ଯେତେବେଳେ ପାର୍ଲାମେଣ୍ଟରୁ ତାଙ୍କର ସଦସ୍ୟତା ରଦ୍ଦ ହୋଇଯାଇଥିଲା।
ଏବେ ରାହୁଲ ଗାନ୍ଧୀ ୟୁରୋପୀୟ ଦେଶ, ବେଲଜିୟମର ବ୍ରୁସେଲ୍ସ, ନରୱେର ଓସଲୋ ଏବଂ ଫ୍ରାନ୍ସର ପ୍ୟାରିସ ଯାତ୍ରା କରିବେ। ସେ ୟୁରୋପୀୟ ସଂସଦ ପରିଦର୍ଶନ କରିବେ ଏବଂ ୟୁରୋପୀୟ ୟୁନିୟନର ସାଂସଦମାନଙ୍କ ସହ ଆଲୋଚନା କରିବେ। ଏହା ସହିତ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ବୈଠକ ମଧ୍ୟ ହେବ ଏବଂ ସେଠାରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହିତ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ମଧ୍ୟ ଅଛି।
୨୦୨୩ରେ ଏହା ରାହୁଲ ଗାନ୍ଧୀଙ୍କ ତୃତୀୟ ବିଦେଶ ଯାତ୍ରା ହେବ। ଏହାପୂର୍ବରୁ ରାହୁଲ ମେ’ର ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯାଇଥିଲେ। ଆମେରିକା ଗସ୍ତରେ ସେ ସାନ ଫ୍ରାନ୍ସିସ୍କୋ, ୱାଶିଂଟନ ଡିସି ଏବଂ ନ୍ୟୁୟର୍କର ତିନୋଟି ସହରକୁ ଯାଇଥିଲେ। ଏହି ସମୟରେ କଂଗ୍ରେସ ନେତା ଉଦ୍ୟୋଗୀ, ଆମେରିକୀୟ ସାଂସଦଙ୍କ ସହ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ ଟାର୍ଗେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ…

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପ୍ରକ୍ରିୟାରେ ବିଳମ୍ବ, ତେଜୁଛି ଅସନ୍ତୋଷ

ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର…

ଶିକ୍ଷା ବିଭାଗରେ ଚହଳ! ଘରେ ପଶି ଶିକ୍ଷୟିତ୍ରୀଙ୍କୁ ବଳାତ୍କାର, ବିରୋଧ କରିବାରୁ….

ଲକ୍ଷ୍ନୌ,୯ା୮: ଉତ୍ତରପ୍ରଦେଶର ହରଦୋଇ ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି…

ମମତା ବାନାର୍ଜୀଙ୍କ କାର ଉପରକୁ ପଥରମାଡ଼: ଚୋର-ଚୋର ନାରା ଦେଲେ….

କୋଲକାତା,୯ା୮: ପଶ୍ଚିମବଙ୍ଗର ହାଲିସହରରେ ତୃଣମୂଳ କଂଗ୍ରେସର ଜଣେ ମୃତ କର୍ମୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ବିରୋଧର ସାମ୍ନା କରିବାକୁ ପଡ଼ିଛି…

ବିଶ୍ୱ ଆଦିବାସୀ ଦିବସରେ ପେସା ଆଇନ ଲାଗୁ ନେଇ ଉଠିଲା ଦାବି

ପଟ୍ଟାଙ୍ଗି,୯ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାରେ ଏକାଠି ହୋଇ ପାଳନ କଲେ ବିଶ୍ୱ ଆଦିବାସୀ ଦିବସ। ସୂଚନା ଅନୁଯାୟୀ, ସାରା ରାଜ୍ୟରେ ବିଶ୍ୱ…

ନିଜର ହକ୍‌ ପାଇଁ ଶୋଭାଯାତ୍ରାରେ ବାହାରିଲେ ଆଦିବାସୀ, କୁସଂସ୍କାର ଦୂର ପାଇଁ ଏକଜୁଟ୍‌ ହୋଇ…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ରାଜୀବଗାନ୍ଧୀ ଭବନଠାରେ ଜୋରାଡବରା ପଞ୍ଚାୟତ କନ୍ଧ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ରବିବାର ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri