Posted inଜାତୀୟ

ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦ ନବଜାତ ଶିଶୁ ମୃତ

ଭଣ୍ଡାରା,୯।୧: ମହାରାଷ୍ଟ୍ରର ଭଣ୍ଡାରା ଜିଲାରେ ଥିବା ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଅଗ୍ନିକାଣ୍ଡ ଯୋଗୁ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନବଜାତ କେୟାର ୟୁନିଟ୍‌ରେ ଶୁକ୍ରବାର-ଶନିବାର ରାତ୍ର ୨ଟାରେ ଅଗ୍ନିକାଣ୍ଡ ଘଟି ଏଭଳି ହୋଇଛି। ଏହି ୟୁନିଟ୍‌ରେ ୧୭ ନବଜାତ ଶିଶୁଙ୍କୁ ରଖାଯାଇଥିଲା ବୋଲି ଜିଲାପାଳ ସନ୍ଦୀପ୍‌ କଦମ କହିଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହିତ ଏହାର ତଦନ୍ତ ନିଦ୍ଦେର୍ଶ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ମୃତ ନବଜାତକଙ୍କ ପରିବାରଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏନେଇ ସେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହିତ ଆଲୋଚନା କରିଛନ୍ତି। ଏହି ହୃଦୟ ବିଦାରକ ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ରାହୁଲ ଗାନ୍ଧୀ ପ୍ରମୁଖ ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ଘଣ୍ଟା ହସ୍ପିଟାଲ୍‌ରେ ରହିବା ପରେ ପୁଣି ଜେଲ୍‌ ଗଲେ ଇମ୍ରାନ: ନାଟକ କରୁଛନ୍ତି ମୁନିର

ଇସଲାମାବାଦ୍‌,୨୧।୮: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ଥମିବାର ନାଁ ଧରୁନି। ତାଙ୍କୁ ହସ୍ପିଟାଲରୁ ପୁଣି ଜେଲକୁ ପଠାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ଇମ୍ରାନଙ୍କୁ କଡ଼ା…

୬ ଘଣ୍ଟାରେ ଜେଲକୁ ଫେରିଲେ ଇମ୍ରାନ, ହସ୍ପିଟାଲରେ ହେଲା….

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri