Posted inଜାତୀୟ

ଶହ ଶହ କଂଗ୍ରେସକର୍ମୀଙ୍କୁ ହତ୍ୟା କରିଥିବା କମ୍ୟୁନିଷ୍ଟ ସହିତ ଏବେ ଇଲୁ-ଇଲୁ କରୁଛି କଂଗ୍ରେସ: ଶାହା…

ଅଗରତାଲା,୧୨।୨ : ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଜୋରଦାର ପ୍ରଚାର ଅଭିଯାନ ଜାରି ରଖିଛି। ରାଜ୍ୟରେ କ୍ରମାଗତ ଭାବେ ବଡ ବଡ ଭାଜପା ନେତାଙ୍କ ନିର୍ବାଚନ ରାଲି ଅନୁଷ୍ଠିତ ହେଉଛି। ରବିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚାନ୍ଦିପୁରରେ ବିଜୟ ସଂକଳ୍ପ ରାଲିରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ଯଦି ତ୍ରିପୁରାରେ ବିକାଶ ଆସିଛି, ତେବେ କେବଳ ଭାଜପାର ୫ବର୍ଷ ଶାସନ ମଧ୍ୟରେ ହୋଇଛି।

ଭାଜପା ସରକାର ରାଜ୍ୟର ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ବୀମା ଦେବା କାମ କରିଛନ୍ତି। ସମସ୍ତ ଘରେ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯାଇଛି। ଗ୍ୟାସ ସିଲିଣ୍ଡର ଯୋଗାଣ, ଶୌଚାଳୟ ନିର୍ମାଣ କାର୍ଯ୍ୟ ଏବଂ ମାଗଣାରେ ଖାଦ୍ୟ ଦେବା କାମ କରାଯାଇଛି। ସମସ୍ତଙ୍କୁ ସମ୍ମାନ ଅଧିକାର ପ୍ରଦାନ କରିବାର କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନେତୃତ୍ୱରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାଣିକ ସାହା ସରକାର କରିଛନ୍ତି।

ଗତ ୫ ବର୍ଷ ମଧ୍ୟରେ ଭାଜପା ଏହି ଅଞ୍ଚଳରେ ଶାନ୍ତି ଆଣିଛି। କମ୍ୟୁନିଷ୍ଟ ଏବଂ କଂଗ୍ରେସ ମଧ୍ୟରେ ରାଜ୍ୟରେ ଏକ ମିଳିତ ମଞ୍ଚ ଗଠନ କରାଯାଇଛି। ମିଳିତ ମଞ୍ଚ ଗଠନ ହେବା ମାତ୍ରେ କମ୍ୟୁନିଷ୍ଟମାନେ ସ୍ବୀକାର କରିଛନ୍ତି ଯେ ଭାଜପା ସହିତ ଏକା ଲଢ଼ିବା ସମ୍ଭବ ନୁହେଁ। ଶହ ଶହ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିଥିବା କମ୍ୟୁନିଷ୍ଟମାନେ ଆଜି କଂଗ୍ରେସ ସହ ଇଲୁ-ଇଲୁ କରୁଛନ୍ତି।

ଶାହା କହିଛନ୍ତି ଯେ କଂଗ୍ରେସ ସହ ମେଣ୍ଟ କରି ସିପିଆଇ (ଏମ) ପ୍ରମାଣ କରିଛି ଯେ ସେମାନେ ନିର୍ବାଚନରେ ହାରିଯିବେ। ଏକୁଟିଆ ଭାଜପାର ସାମ୍ନା ସେମାନେ ପଛଘୁଞ୍ଚା ଦେଉଛନ୍ତି। କଂଗ୍ରେସକୁ ଲଜ୍ଜା ଲାଗିବା କଥା। ସେମାନେ ସିପିଆଇ (ଏମ) ସହିତ ମିଳିତ ହୋଇଛନ୍ତି। କମ୍ୟୁନିଷ୍ଟ ସେମାନଙ୍କର ଅନେକ ସଦସ୍ୟଙ୍କୁ ହତ୍ୟା କରିଥିଲା। ଏକଥା କଂଗ୍ରେସ ବୋଧେ ଭୁଲି ଯାଇଛି ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri