Posted inଜାତୀୟ

ଗେହଲୋଟ-ପାଇଲଟଙ୍କ ବିବାଦର ସମାଧାନ ପାଇଁ ପହଞ୍ଚିଲେ ଭେଣୁଗୋପାଳ

ଜୟପୁର,୨୩।୬: କଂଗ୍ରେସ ସଙ୍ଗଠନର ମହାସଚିବ କେସି ଭେଣୁଗୋପାଳ ଗୁରୁବାର ବିଳମ୍ବିତ ରାତିରେ ରାଜସ୍ଥାନ ଜୟପୁରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଛନ୍ତି। ଏହି ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ହୋଇଥିବା ବିବାଦକୁ ସମାଧାନ କରିବାକୁ ନେଇ ଚର୍ଚ୍ଚା ହୋଇଛି। ଏବେ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି, କଂଗ୍ରେସ ଚାହୁଁନାହଁି ସଚ୍ଚିନ ପାଇଲଟ ପାର୍ଟି ଛାଡି ଦିଅନ୍ତୁ ଅବା ଏମିତି କିଛି ସମସ୍ୟା ଆସୁ। ସେଥିପାଇଁ ଦୁଇ ନେତାଙ୍କ ମଧ୍ୟରେ ଥିବା ସମସ୍ୟାକୁ ସମାଧାନ କରିବାକୁ ଓ ସଚ୍ଚିନ ପାଇଲଟଙ୍କୁ ଏକ ସମ୍ମାନଜନକ ସ୍ଥିତିକୁ ଆଣିବାକୁ ଚେଷ୍ଟା ଚାଲିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେସି ଭେନୁଗୋପାଳ ଅତୀତରେ ଦିଲ୍ଲୀରେ ସଚିନ ପାଇଲଟଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିଲେ ଏବଂ ଏହା ପରେ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଭେଟିବା ପାଇଁ ଜୟପୁରରେ ପହଞ୍ଚିଥିଲେ। ଯଦିଓ ଆନୁଷ୍ଠାନିକ ଭାବେ କୁହାଯାଇଥିଲା ଯେ ଭେନୁଗୋପାଳ ଜୟପୁରରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ, କିନ୍ତୁ ଦୁହେଁ ଏଠାରେ ଏକ ଘଣ୍ଟାରୁ ଅଧିକ ସମୟ ଧରି କଥାବାର୍ତ୍ତା ହୋଇଥିଲେ।

ଦୁଇ ନେତାଙ୍କ ବୈଠକରୁ ବିଭିନ୍ନ ଅର୍ଥ ବାହାର କରାଯାଉଛି। ଗୁରୁବାର ଭେନୁଗୋପାଳ ପିଡବବ୍ଲ୍ୟୁଡି ମନ୍ତ୍ରୀ ଭଜନ ଲାଲ ଜାତବଙ୍କ ଝିଅର ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ଏଠାରେ କଂଗ୍ରେସ ନେତାଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ସବୁ ଠିକ ଅଛି ଏବଂ ଉଭୟ ନେତା ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?