ଛକାପଞ୍ଝାରେ କଂଗ୍ରେସ ଆଶାୟୀ ପ୍ରାର୍ଥୀ

ଗୁଣପୁର,୨୧ା୨(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦୯ରୁ ବିଜେଡି ପ୍ରାର୍ଥୀ ଜିତିଆସୁଛନ୍ତି। ୨୦୦୪ରେ କଂଗ୍ରେସରୁ ହେମାବତୀ ଗମାଙ୍ଗ ବିଜୟୀ ହୋଇଥିଲେ। ତେଣୁ କଂଗ୍ରେସ ଆଗାମୀ ନିର୍ବାଚନରେ ଏହି ଆସନ ଅକ୍ତିଆର କରିବା ଲାଗି କସରତ ଆରମ୍ଭ କରିଦେଇଛି। ହେଲେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଦଳୀୟ ନେତୃବୃନ୍ଦଙ୍କ ଚିନ୍ତା ବଢ଼ିଯାଇଛି।
ଏବେ ଜିଲା ସଭାପତି ବିଜୟ ଗମାଙ୍ଗ, ତାଙ୍କ ପୁଅ ଅବିନାଶ ଗମାଙ୍ଗ, ଗୁଡାରି ଅଞ୍ଚଳର ଯୁବ ନେତା ସତ୍ୟଜିତ୍‌ ଗମାଙ୍ଗ, ଭାସ୍କର ଜାଗରେଙ୍ଗା, ଶାନ୍ତି ଜାଗରେଙ୍ଗା ଏବଂ ପଦ୍ମପୁର ବ୍ଲକ ନାଇରା ସରପଞ୍ଚ ତୁଳସା ଶବର ଆଶାୟୀ ପ୍ରାର୍ଥୀ ରହିଛନ୍ତି। ନିକଟରେ ଦଳରେ ପୁଣି ଯୋଗ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମା ଗମାଙ୍ଗ ମଧ୍ୟ ଟିକେଟ ପାଇଁ ଆଶାୟୀ ଅଛନ୍ତି। ଏହିପରି ୭ ଜଣ ଆଶାୟୀ ରହିଥିବାବେଳେ ଦଳ କାହାକୁ ପ୍ରାର୍ଥୀ କରିବ ତା’ ଉପରେ ଭୋଟରଙ୍କ ନଜର। ଆଶାୟୀ ପ୍ରାର୍ଥୀମାନେ ଗୁଣପୁର ସହରଠାରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀର ଅନେକ ସ୍ଥାନରେ ବଡ଼ ହୋର୍ଡିଂ ଲଗାଇଥିବା ଦେଖିବାକୁ ମିଳୁଛି।
ବିଧାନସଭା ନିର୍ବାଚନମଣ୍ଡଳୀ ଏକଦା କଂଗ୍ରେସର ଗଡ଼ ଥିଲା। ଅତୀତକୁ ଦେଖିଲେ ୧୯୯୦ରେ କଂଗ୍ରେସ ପ୍ରାର୍ଥୀ ଭାଗୀରଥି ଗମାଙ୍ଗଙ୍କୁ ପରାସ୍ତ କରି ଜନତା ଦଳରୁ ରାମମୂର୍ତ୍ତି ଗମାଙ୍ଗ ବିଜୟ ଲାଭ କରି କଂଗ୍ରେସ ଗଡ଼ରେ ପଶିବାରେ ସଫଳ ହୋଇଥିଲେ। ଆଉ ଏକ ଘଟଣାକ୍ରମକୁ ଦେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମାବତୀ ଗମାଙ୍ଗ କଂଗ୍ରେସରୁ ବିଜୟଲାଭ କରି ଗୁଣପୁର ନିର୍ବାଚନମଣ୍ଡଳୀରୁ ପ୍ରଥମ ମହିଳା ବିଧାୟିକା ହୋଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ବିଜେଡି-ଭାଜପା ମେଣ୍ଟ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ରାମମୂର୍ତ୍ତି ମୁଟ୍ଟିକା ପ୍ରାର୍ଥୀ ହୋଇ ଗିରିଧରଙ୍କ ପୁଅ ତଥା କଂଗ୍ରେସର ଶିଶିର ଗମାଙ୍ଗଙ୍କୁ ପରାସ୍ତ କରିଥିଲେ। ୨୦୧୪ରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରି ରାମମୂର୍ତ୍ତି ମୁଟ୍ଟିକାଙ୍କ ବଦଳରେ ତ୍ରିନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଥିଲା। ତ୍ରିନାଥଙ୍କଠାରୁ କଂଗ୍ରେସ ପ୍ରାର୍ଥୀ ପୁରୁଷତ୍ତମ ଗମାଙ୍ଗ ହାରି ଯାଇଥିଲେ। ୨୦୧୯ ନିର୍ବାଚନରେ ବିଜେଡି ପୁଣି ତା’ର ପ୍ରାର୍ଥୀ ପରିବର୍ତ୍ତନ କରି ତ୍ରିନାଥଙ୍କ ବଦଳରେ ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଥିଲା। ସେପଟେ କଂଗ୍ରେସ ପୁଣି ପୁରୁଷତ୍ତମଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ପ୍ରାର୍ଥୀଙ୍କଠାରୁ ସେ ହାରିଯାଇଥିଲେ। ସୂଚନା ଦିଆଯାଇପାରେ ଯେ, ୨୦୧୯ ଡିସେମ୍ବର ୨୪ରେ ସଡ଼କ ଦୁର୍ଘଟଣାରେ ପୁରୁଷତ୍ତମଙ୍କ ମୃତ୍ୟୁ ଘଟିଥିଲା। କଂଗ୍ରେସର ବରିଷ୍ଠ ନେତା ଗିରିଧର ଏବଂ ତାଙ୍କ ପୁତ୍ର ଶିଶିର ଗମାଙ୍ଗ ମଧ୍ୟ ଦଳ ଛାଡ଼ିଥିଲେ। କିଛିଦିନ ପୂର୍ବରୁ ଗିରିଧରଙ୍କ ପରିବାର ପୁଣି କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗୁଣୁପୁର ରାଜନୀତି ସରଗରମ ହୋଇଛି।
ଗଲେ ବିଜୟ ଗମାଙ୍ଗ ଦଳର ଦୁର୍ଦ୍ଦିନରେ ମଧ୍ୟ ସେହିପରି ରହିଛନ୍ତି। ଏଣୁ ତାଙ୍କୁ କିମ୍ବା ତାଙ୍କ ପୁଅଙ୍କୁ ଟିକେଟ ମିଳିବା ନେଇ ସେ ଆଶାବାଦୀ ଅଛନ୍ତି। ସେହିପରି ଯୁବ ନେତା ସତ୍ୟଜିତ ମଧ୍ୟ ଆଶାୟୀ ଅଛନ୍ତି, କାରଣ ତାଙ୍କ ଉପରେ କୁଆଡ଼େ ଏମ୍‌ପି ସପ୍ତଗିରି ଉଲାକାଙ୍କ ଆଶୀର୍ବାଦ ରହିଛି। ହେମା ଥରେ ବିଧାୟିକା ସହ କୋରାପୁଟ ଆସନରୁ ଏମ୍‌ପି ମଧ୍ୟ ଥିଲେ। ଦଳକୁ ପୁଣି ପ୍ରତ୍ୟାବର୍ତ୍ତନ କରିବା ନେଇ ତାଙ୍କ ଉଦ୍ଦେଶ୍ୟ କ’ଣ ରହିଛି, ତାହା କାହାରିକୁ ବୁଝିବା କଷ୍ଟକର ନୁହେଁ। କଂଗ୍ରେସ ଯାହାଙ୍କୁ ଏଠାରୁ ପ୍ରାର୍ଥୀ କରିବ ତାଙ୍କୁ ସମର୍ଥନ କରିବେ ବୋଲି ସମସ୍ତ ଆଶାୟୀ ପ୍ରାର୍ଥୀ କହୁଥିବା ଶୁଣିବାକୁ ମିଳୁଛି। ବାସ୍ତବରେ ତାହା କେତେଦୂର ଆଶାୟୀଙ୍କ ଭିତରେ ହଜମ ହେବ, ଟିକେଟ ମିଳିବା ପରେ ଜଣାପଡ଼ିବ।
ଏକ ଘଟଣାକ୍ରମରେ ଭାଜପା-ବିଜେଡିର ବାହାଘର କରିବା ଲାଗି ଆଶାୟୀ ପ୍ରାର୍ଥୀଙ୍କୁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା। ଗତ ୧୩ ତାରିଖରେ ପ୍ରଥମେ ସତ୍ୟଜିତ ବିବାହ କାର୍ଯ୍ୟକ୍ରମ କରିଥିଲେ। ଏମ୍‌ପି ସପ୍ତଗିରିଙ୍କୁ ବାଦ୍‌ ଦେଲେ ସେଥିରେ କୌଣସି ଆଶାୟୀ ପ୍ରାର୍ଥୀ, ଏପରିକି ଜିଲା ସଭାପତି ବିଜୟ ଗମାଙ୍କ ଯୋଗ ଦେଇ ନ ଥିଲେ। ଅନୁରୂପ ଭାବେ ୧୭ ତାରିଖରେ ଅନ୍ୟ ଆଶାୟୀ ବିଜୟ ଗମାଙ୍ଗ, ତାଙ୍କ ପୁଅ ଅବିନାଶ, ଭାସ୍କର ଜାଗରେଙ୍ଗା, ଶାନ୍ତି ଜାଗରେଙ୍ଗା ମିଶି ବିବାହ କାର୍ଯ୍ୟକ୍ରମ କରିଥିଲୋ। କିନ୍ତୁ ସେଥିରେ ଏମ୍‌ପି ସପ୍ତଗିରି ଉପସ୍ଥିତ ନ ଥିଲେ। ଆଶାୟୀଙ୍କ ଭିତରେ ଏଭଳି ଛକାପଞ୍ଝାକୁ ଦେଖି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି, ଗୁଣୁପୁର କଂଗ୍ରେସରେ କିଛି ଠିକ୍‌ ଚାଲିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri