ଧନୁ ସଂକ୍ରାନ୍ତି ପାଳନକୁ ନେଇ ଦ୍ୱନ୍ଦ୍ୱ

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଚଳିତବର୍ଷ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ୱନ୍ଦ୍ୱ ରହିଛି। ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜିର ଗଣନା ମଧ୍ୟରେ ତାଳମେଳ ରହୁନାହିଁ। ଏହାଦ୍ୱାରା ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ପୂର୍ବରୁ ଚଳିତବର୍ଷ କୁମାର ପୂର୍ଣ୍ଣିମା, କାଳୀପୂଜା ଓ ଦୀପାବଳି ଅମାବାସ୍ୟା ପାଳନକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା। ଏବେ ଧନୁ ସଂକ୍ରାନ୍ତିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ମୁଖ୍ୟତଃ ଧନୁ ସଂକ୍ରାନ୍ତିରେ ଦେବାଳୟଗୁଡ଼ିକରେ ପହିଲି ଭୋଗ ଆରମ୍ଭ ହୋଇଥାଏ। ସେହିପରି ମୁଆଁ ଭୋଗ କରାଯାଇଥାଏ। ଚଳିତବର୍ଷ କିଛି କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ତାରିଖରେ ଧନୁ ସଂକ୍ରାନ୍ତି ଦର୍ଶାଯାଇଛି। କିଛି କ୍ୟାଲେଣ୍ଡରରେ ୧୫ ତାରିଖରେ ଏବଂ ଅନ୍ୟ କିଛି କ୍ୟାଲେଣ୍ଡରରେ ୧୬ତାରିଖରେ ଧନୁ ସଂକ୍ରାନ୍ତି ପଡ଼ୁଥିବା ଦର୍ଶାଯାଇଛି। ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଏନେଇ ମୁକ୍ତିମଣ୍ଡପ ସଦସ୍ୟ ତଥା ଜ୍ୟୋତିର୍ବିଦ୍‌ ହରିଶଙ୍କର ମିଶ୍ର କହିଛନ୍ତି, ଯେଉଁଦିନ ସୂର୍ଯ୍ୟ ଗୋଟିଏ ରାଶି ଛାଡ଼ି ଅନ୍ୟ ରାଶିର ଘରକୁ ପ୍ରବେଶ କରିଥାନ୍ତି, ସେହିଦିନକୁ ସଂକ୍ରାନ୍ତି ବୋଲି ବିବେଚନା କରାଯାଇଥାଏ। ରବି ବା ସୂର୍ଯ୍ୟ ବର୍ତ୍ତମାନ ବିଛା ରାଶିରେ ଅବସ୍ଥାନ କରିଛନ୍ତି। ସୂର୍ଯ୍ୟ ରବିବାର ରାତି ୧୦ଟା ୧୧ ମିନିଟ୍‌ରେ ବିଛା ରାଶି ତ୍ୟାଗ କରି ଧନୁ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଯଦି ଆମେ ପ୍ରଖ୍ୟାତ ଜ୍ୟୋତିର୍ବିଦ୍‌ ପଠାଣି ସାମନ୍ତଙ୍କ ଗଣନାକୁ ନେବା, ତେବେ ସୂର୍ଯ୍ୟ ଉଦୟରୁ ତା’ର ପରଦିନ ସୂର୍ଯ୍ୟ ଉଦୟକୁ ଗୋଟିଏ ଦିନ ବୋଲି ଧରାଯାଏ। ଏହି ନିୟମ ଅନୁଯାୟୀ ରବିବାର ସଂକ୍ରାନ୍ତି ପାଳନ କରିବା କଥା। ଯେଉଁ ପାଞ୍ଜିରେ ସୋମବାର ଦର୍ଶାଯାଇଛି, ତାହା ଠିକ୍‌ ନୁହେଁ। ସଂକ୍ରାନ୍ତିର ପୂର୍ବ ୧୨ ଘଣ୍ଟା ଏବଂ ପର ୧୨ ଘଣ୍ଟା ପୂର୍ଣ୍ଣକାଳ ହେଲେ ମଧ୍ୟ ସିଦ୍ଧାର୍ଥ ଦର୍ପଣ ଅନୁଯାୟୀ ଯେଊଁଦିନ ରବି ସଂକ୍ରମଣ କରିବ, ଉକ୍ତ ଦିନକୁ ସଂକ୍ରାନ୍ତି ଧରାଯାଏ। ଗଣନା ଭୁଲ ହେଲେ ଦିନ ନିର୍ଦ୍ଧାରଣ ଭୁଲ୍‌ ହୋଇଯିବ। ଗଣନା ଠିକ ହେଲେ, ଦିନ ଠିକ୍‌ ରହିବ। ଯେଉଁମାନେ ପଠାଣି ସାମନ୍ତ ଗଣନାକୁ ସ୍ବୀକାର କରୁଛନ୍ତି, ସେମାନେ ରବିବାର ପାଳନ କରିପାରିବେ। ମାତ୍ର ମୁକ୍ତିମଣ୍ଡପ ପଣ୍ଡିତ ସଭାରେ ସ୍ବୀକୃତ ପଞ୍ଜିକାରେ ସୋମବାର ସଂକ୍ରାନ୍ତି ଦର୍ଶାଯାଇଛି। ଲୋକଙ୍କ ଭାବାବେଗ ପଣ୍ଡିତ ସଭା ସହ ଜଡ଼ିତ ଥିବାରୁ ଲୋକେ ସୋମବାର ସଂକ୍ରାନ୍ତି ପାଳନ କରିବେ ବୋଲି ମିଶ୍ର କହିଛନ୍ତି। ଯେଉଁ ରାଶିରେ ସୂର୍ଯ୍ୟ ଉଦୟ ହୋଇଛନ୍ତି ସେହି ତିଥି ମାନିବା ଉଚିତ। ଅନ୍ୟପକ୍ଷରେ ସୋମବାର ଶ୍ରୀମନ୍ଦିରରେ ଧନୁସଂକ୍ରାନ୍ତି ନୀତିକାନ୍ତି ହେବାକୁ ଯାଉଥିବାରୁ ଉକ୍ତଦିନ ଧନୁସଂକ୍ରାନ୍ତି ପାଳନ କରାଯିବା ଉଚିତ ବୋଲି କେତେଜଣ ପଞ୍ଜିକାର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ହଲଚଲ! TMCରେ ଫାଟ ଭିତରେ ଦିଲ୍ଲୀ ଗସ୍ତ କଲେ ମମତା, ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି

କୋଲକାତା,୭।୬: ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ବ୍ଲକ୍‌ର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଯୋଗଦେବା ପାଇଁ ଟିଏମ୍‌ସି ସୁପ୍ରିମୋ ମମତା…

ଭାଜପା ଛାଡିବା ପରେ ନୂଆ ଆନ୍ଦୋଳନ ଆରମ୍ଭ କଲେ ଆନ୍ନାମଲାଇ, ଆଖି ପିଛୁଳାକେ ଯୋଡି ହେଲେ ୧୫ ଲକ୍ଷରୁ ଅଧିକ ସଦସ୍ୟ

ନୂଆଦିଲ୍ଲୀ,୭।୬: ତାମିଲନାଡୁର ପୂର୍ବତନ ଭାଜପା ଅଧ୍ୟକ୍ଷ କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେବାର କିଛି ଦିନ ପରେ ଏକ ନୂତନ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି…

ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ…

ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଗୁଳି ମାରିଦେଲେ ସ୍ବାମୀ, ପୁଅ ହସ୍ତକ୍ଷେପ କରିବାରୁ ତାଙ୍କୁ ବି ଛାଡିଲେନି

ନୂଆଦିଲ୍ଲୀ,୭।୬: ଗୁରୁଗ୍ରାମର ଅଶୋକ ବିହାର କଲୋନୀରେ ଜଣେ ୫୦ବର୍ଷୀୟ ସୁରକ୍ଷା ଅଧିକାରୀ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା କରିଛନ୍ତି । ଘରୋଇ ବିବାଦ ପରେ, ଅଭିଯୁକ୍ତ…

ପୁରୁଷୋତ୍ତମପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ, ଗ୍ୟାଙ୍ଗକୁ ଠାବ କରିବା ଲାଗି ପୋଲିସ…

ପୁରୁଷୋତ୍ତମପୁର,୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଅପରାଧୀମାନେ ଦିନକୁ ଦିନ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିବାରୁ ପୋଲିସର ନିଦ ହଜିଯାଇଛି। ଏମାନଙ୍କୁ ଧରିବା ଲାଗି…

ଭାରତକୁ ବନ୍ଦ ହୋଇଯିବ କି LPG ଯୋଗାଣ? ହର୍ମୁଜରେ ଫସି ରହିଥିବା ଜାହାଜକୁ ନେଇ…

ନୂଆଦିଲ୍ଲୀ,୭।୬: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଫେବୃଆରୀ ୨୮, ୨୦୨୬ ରେ ଆରମ୍ଭ ହୋଇଥିଲା। ପ୍ରତିଶୋଧ ସ୍ବରୂପ, ଇରାନ ଷ୍ଟ୍ରେଟ ଅଫ ହର୍ମୁଜ ରାସ୍ତାକୁ…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

ସୁନ୍ଦରପୁର,ଗଙ୍ଗାପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ଆଗାମୀ ପିଢ଼ି ପାଇଁ ସୃଷ୍ଟି କରିବ ଶିକ୍ଷାର ବାତାବରଣ

ଛତ୍ରପୁର, ୭।୬ (ଦିଲ୍ଲୀପ କୁମାର ସାମଲ): ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେଉଛି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଏକ ପ୍ରମୁଖ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri