କ୍ଷୀରପାନକୁ ନେଇ ଦ୍ୱନ୍ଦ୍ୱ

ମାନେକା ଗାନ୍ଧୀ

କ୍ଷୀର ପିଇବା ପରମ୍ପରା ଶ୍ରୀକୃଷ୍ଣଙ୍କଠାରୁ କିମ୍ବା ବେଦରୁ ଆମ ପାଖକୁ ଆସିନାହିଁ, ଆସିଛି ଇଂରେଜମାନଙ୍କଠାରୁ। ରାବିଡି କ୍ଷୀରପାନ ସଂସ୍କୃତିକୁ ସେମାନେ ଭାରତକୁ ଆଣିଛନ୍ତି। ସେମାନେ ଭାରତରେ ପ୍ରଥମେ ଡାଇରୀ ଫାର୍ମ ଆରମ୍ଭ କରି ଏହାକୁ ଅତ୍ୟଧିକ ପ୍ରୋତ୍ସାହିତ କରିଥିଲେ। ପରେ ଆମ ସରକାର ଏହାକୁ ଆଗକୁ ନେଇ ଲୋକମାନଙ୍କ ମନରେ ଏହି ସଂସ୍କୃତିକୁ ଭରିଦେଲେ। କ୍ଷୀରକୁ ପବିତ୍ର କହି ତାହାକୁ ଏକ ଧାର୍ମିକ ସଂଜ୍ଞା ଦେବା ସହ ପ୍ରଚାର କରାଗଲା ଯେ ଏହା କ୍ୟାଲସିୟମ ଏବଂ ପ୍ରୋଟିନ୍‌ରେ ଭରପୂର,ଏହା ପିଲାଙ୍କ ପାଇଁ ଅତି ଦରକାରୀ ଖାଦ୍ୟ ଓ ଦିନକୁ ସେମାନେ ଅତିକମ୍‌ରେ ତିନିବେଳା ପିଇବା ଦରକାର। ‘କ୍ଷୀର ସ୍ବାସ୍ଥ୍ୟ ପାଇଁ ଉତ୍ତମ’ କୁହାଯାଉଛି ହେଲେ ଖାଦ୍ୟ ଭାବେ କ୍ଷୀର ଏହି ଗୁଣବତ୍ତାର ଅଧିକାରୀ କି? ଏବେ ବୈଜ୍ଞାନିକମାନେ ଏହାକୁ ଅସ୍ବୀକାର କରିବା ସହ ସେମାନଙ୍କ ପୂର୍ବ ମତ ବଦଳାଇଛନ୍ତି। ବିଶ୍ୱର ପ୍ରମୁଖ ମେଡିକାଲ ମାଗାଜିନ ‘ଦି ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍‌ ମେଡିସିନ’ରେ ଫେବୃୟାରୀ ୨୦୨୦ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ହାଓ୍ବାର୍ଡସ୍ଥିତ ଟି.ଏଚ୍‌. ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ନ୍ୟୁଟ୍ରିଶନ ଆଣ୍ଡ୍‌ ଏପିଡେମିଓଲୋଜିର ପ୍ରାଧ୍ୟାପକ ବଜ୍ଞାନିକ ଓ୍ବାଲଟର ଓ୍ବିିଲେଟ୍‌ ଏବଂ ତାଙ୍କ ସହ ଗବେଷକ ତଥା ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟର ପେଡିିଆଟିକ୍ସ ଆଣ୍ଡ୍‌ ନ୍ୟୁଟ୍ରିଶନର ପ୍ରାଧ୍ୟାପକ ଡାଭିଡ୍‌ ଲୁଡଓ୍ବିଗ୍‌ ପ୍ରକାଶ କରିଛନ୍ତି ଯେ, ଖାଇବାକୁ ପରାମର୍ଶ ଦିଆଯାଉଥିବା ଡାଏଟାରୀ ପ୍ରଡକ୍ଟଗୁୁଡିକ( କ୍ଷୀର ଓ କ୍ଷୀରଜାତୀୟ ଉତ୍ପାଦ) ପଛରେ ପ୍ରାୟତଃ କୌଣସି ବୈଜ୍ଞାନିକ ଆଧାର ନାହିଁ। ଏହା ଖାଇବା ଆମ ପାଇଁ କ୍ଷତିକାରକ ହୋଇପାରେ। ବିଶ୍ୱରେ ଡାଇରୀ ଉପରେ ଓ୍ବିଲେଟ ଜଣେ ଜଣାଶୁଣା ବୈଜ୍ଞାନିକ। ଏହି ଦୁଇ ବୈଜ୍ଞାନିକଙ୍କ ମତରେ କ୍ଷୀର ପିଇବାର ମୂଳ କାରଣ ହେଉଛି ଏଥିରେ ଥିବା କ୍ୟାଲସିୟମ। ତ୍ରୁଟିପୂର୍ଣ୍ଣ ପ୍ରମାଣ ଆଧାରରେ ଏହା କୁହାଯାଉଛି। ଟୁସ୍କୋନ ସ୍ଥିତ ୟୁନିଭର୍ସିଟି ଅଫ୍‌ ଆରିଜୋନା କଲେଜ ଅଫ୍‌ ପବ୍ଲିକ ହେଲ୍‌ଥର ଏପିଡେମିଓଲୋଜି, ବାୟୋଷ୍ଟାଟିଷ୍ଟିକ୍ସ ଆଣ୍ଡ୍‌ ନ୍ୟୁଟ୍ରିଶନ ସାଇନ୍ସର ପ୍ରାଧ୍ୟାପିକା ଏଲିଜାବେଥ୍‌ ଜ୍ୟାକୋବ୍ସ ‘ନ୍ୟୁଟ୍ରିଶନାଲ ରିଭ୍ୟୁଜ’ରେ ତାଙ୍କ ମତ ପ୍ରକାଶ କରିଛନ୍ତି। ଏଥିରେ ସେ କ୍ଷୀରକୁ ଏକ ଭିନ୍ନ ଏବଂ ଆବଶ୍ୟକୀୟ ଖାଦ୍ୟ ଭାବେ ସେ ଗ୍ରହଣ କରିନାହାନ୍ତି।
ଠିକ୍‌ ଜ୍ୟାକୋବ୍ସଙ୍କ ମତ ପ୍ରକାଶ ପାଇବା ସମୟରେ ଓ୍ବିଲେଟ ଓ ଲୁଡଓ୍ବିଗଙ୍କ ଅନୁଧ୍ୟାନମୂଳକ ଲେଖା ବି ସାମନାକୁ ଆସିଛି। ଜ୍ୟାକୋବ୍ସ କହିଛନ୍ତି ଯେ, ପ୍ରୋଟିନ ଯୋଗାଉଥିବା ଖାଦ୍ୟ ତାଲିକାର ବହୁ ତଳେ କ୍ଷୀର ରହିବ।
ଆମେରିକାରେ ୧୯୭୫ଠାରୁ କ୍ଷୀରପାନ ୪୦% କମିଯାଇଛି। କିନ୍ତୁ ଏହାର ଉତ୍ପାଦନ ଓ ଉପଯୋଗ ୯% ବୃଦ୍ଧି ପାଇଛି। ଲୋକମାନେ ଅଧିକ ଛେନା,ଲହୁଣି ଖାଇବା ଓ ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରଚୁର ପରିମାଣର କ୍ଷୀର ଆବଶ୍ୟକ ହେଉଥିବାରୁ ଏଭଳି ବୃଦ୍ଧି ଘଟିଛି। ଭାରତରେ ବି ସମାନ ପ୍ରକାର ଧାରା ଦେଖିବାକୁ ମିଳେ। ପିଲାଙ୍କୁ ବହୁତ କମ୍‌ କ୍ଷୀର ପିଇବାକୁ ଦିଆଯାଉଛି, ଅପରପକ୍ଷେ କ୍ଷୀରରୁ ଅଧିକ ପନିର, ଦହି ଓ ମିଠା ପ୍ରସ୍ତୁତ କରାଯାଉଛି। ଓ୍ବିଲେଟ ଏବଂ ତାଙ୍କ ଗବେଷକ ଟିମ୍‌ଙ୍କ ମତରେ କ୍ଷୀରକୁ କ୍ୟାଲସିୟମର ଏକ ମୁଖ୍ୟ ଉତ୍ସ ବୋଲି ଯାହା କୁହାଯାଉଛି ତାହା ପ୍ରମାଣ କରିବା ଲାଗି ଏକ ସ୍ବଳ୍ପ ଅବଧି (କିଛି ସପ୍ତାହର)ରେ କମ୍‌ ଲୋକଙ୍କୁ ନେଇ ଅନୁଧ୍ୟାନ କରାଯାଇଥିଲା। ଶରୀରରେ କ୍ୟାଲସିୟମ ବାଲାନ୍ସ ବା ସନ୍ତୁଳନ ରଖିବାକୁ କେତେ କ୍ୟାଲସିୟମ୍‌ ଦରକାର ତାହା ଜାଣିବା ପାଇଁ ଏହା କରାଯାଇଥିଲା। ବୟସ୍କଙ୍କ କ୍ଷେତ୍ରରେ କ୍ୟାଲସିୟମ ବାଲାନ୍ସ ପୂରା ଶୂନ ରହିବା ଉଚିତ। ଅର୍ଥାତ ଶରୀର ଯେତିକି ପରିମାଣର କ୍ୟାଲସିୟମ ଗ୍ରହଣ କରେ ସେତିକି ପରିମାଣର କ୍ୟାଲସିୟମ ବାହାରକୁ ଛାଡିବା ଆବଶ୍ୟକ। ଏହା ଉପରେ ଅନୁଧ୍ୟାନ କରି ଗବେଷକମାନେ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ, ବାଲାନ୍ସ ଲାଗି ଦୈନିକ ଆମେରିକୀୟମାନଙ୍କ ପାଇଁ ୭୪୧ ମିଲିଗ୍ରାମ କ୍ୟାଲସିୟମ ଯଥେଷ୍ଟ। କିନ୍ତୁ ପେରୁ ଭଳି ବ୍ରିଟିଶ ଶାସନ ପୂର୍ବରୁ ସବୁ ଏସିଆ ଓ ଆଫ୍ରିକୀୟ ଦେଶଗୁଡ଼ିକରେ ଯେଉଁଠି ଡାଇରୀ ବା କ୍ଷୀରକୁ ଏକ ସାଧାରଣ ଖାଦ୍ୟଭାବେ ଗ୍ରହଣ କରାଯାଉ ନ ଥିଲା ସେଠାରେ କ୍ୟାଲସିୟମ ବାଲାନ୍ସ ଲାଗି ବହୁତ କମ୍‌ ଅର୍ଥାତ ପାଖାପାଖି ୨୦୦ ମିଲିଗ୍ରାମ୍‌ କ୍ୟାଲସିୟମ ଆବଶ୍ୟକ ହେଉଥିଲା। ଓ୍ବିଲେଟ କହନ୍ତି, ସାଧାରଣତଃ ଯାହା ବାଲାନ୍ସ ପାଇଁ ଆବଶ୍ୟକ ଶରୀର ତାହା ହିଁ ଗ୍ରହଣ କରିଥାଏ। ଯେ କୌଣସି ଖାଦ୍ୟ ଯଥା ଫଳ, ପରିବା, ଶାଗ କିମ୍ବା ମାଛ ଆଦିରୁ ଶରୀରକୁ ଏହା ଅଧିକ ମିଳିଥାଏ।
ଶରୀର ମଧ୍ୟକୁ ଅତ୍ୟଧିକ କ୍ୟାଲସିୟମ ପ୍ରବେଶ କଲେ କ’ଣ ଘଟେ ତାହା ଜାଣିବା ଲାଗି ଅଧିକ ଲୋକଙ୍କୁ ନେଇ ଓ୍ବିଲେଟ ମଧ୍ୟ ଏକ ଅନୁଧ୍ୟାନ କରିଛନ୍ତି। ଏଥିରେ ଲୋକମାନେ ବର୍ଷ ବର୍ଷ ଧରି କେମିତି ଖାଉଥିଲେ ଓ ସେମାନଙ୍କ ଶରୀରରେ କ’ଣ ପରିବର୍ତ୍ତନ ଘଟୁଥିଲା ତା’ଉପରେ ଲକ୍ଷ୍ୟ ରଖାଯାଇଥିଲା । ଯେଉଁମାନେ ଅଧିକ କ୍ଷୀର ପିଉଥିଲେ ସେମାନଙ୍କ ହାଡ଼( ମୁଖ୍ୟତଃ ଅଣ୍ଟା ହାଡ଼) ଭାଙ୍ଗିଯିବା ଲକ୍ଷ୍ୟ କରାଯାଇଥିଲା । ଯେଉଁ ପୁରୁଷମାନେ ପିଲାଦିନେ ଅଧିକ କ୍ଷୀର ପିଇଥାନ୍ତି ସେମାନଙ୍କ ହାଡ ଭାଙ୍ଗିଯିବାର ବିଦପ ବେଶି। ବହୁସଂଖ୍ୟକ ମହିଳାଙ୍କୁ ନେଇ କରାଯାଇଥିବା ଅନୁଧ୍ୟାନରୁ ଜଣାପଡିଥିଲା ଯେ,ଯେଉଁ ମହିଳାମାନେ ଦିନକୁ ୨.୫ ଗ୍ଲାସ କିମ୍ବା ଅଧିକ କ୍ଷୀର ପିଅନ୍ତି ଏହାଠାରୁ କମ୍‌ ପରିମାଣର କ୍ଷୀର ପିଉଥିବା ମହିଳାମାନଙ୍କ ତୁଳନାରେ ସେମାନଙ୍କ ହାଡ ଭାଙ୍ଗିବାର ଆଶଙ୍କା ବେଶି ରହିଥାଏ। ଅନୁଧ୍ୟାନରୁ ଆଉ ଯାହା ସବୁ ଓ୍ବିଲେଟ ପାଇଛନ୍ତି ତାହାର କୌଣସି ପ୍ରାମାଣିକ ଆଧାର ନାହିଁ ବୋଲି ଅନ୍ୟମାନେ ଦାବି କରିଥାନ୍ତି। ଓ୍ବିଲେଟଙ୍କ ସିଦ୍ଧାନ୍ତଗୁଡିକ ମଧ୍ୟରେ ରହିଛି- କ୍ଷୀର ଆପଣଙ୍କ ଓଜନ କମାଏ, କ୍ଷୀର ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାହାର କୌଣସି ପ୍ରମାଣ ନାହିଁ। କ୍ଷୀର କାର୍ଡିଓଭାସ୍କୁଲାର ଡିଜିଜ୍‌ ହାର କମାଏ ବୋଲି କହିଛନ୍ତି। ସବୁ ଗବେଷଣାରୁ ଜଣାପଡିଛି ଯେ, କାର୍ଡିଓଭାସ୍କୁଲାର ଡିଜିଜ୍‌ ସହ କ୍ଷୀରର କୌଣସି ସମ୍ପର୍କ ନାହିଁ। ଯାହା ହେଉ ଏବେ ସୁଦ୍ଧା କରାଯାଇଥିବା ସବୁ ଅନୁଧ୍ୟାନରେ ସ୍ବାସ୍ଥ୍ୟ ପାଇଁ କ୍ଷୀର ଜରୁରୀ ନୁହେଁ ବୋଲି ଜଣାପଡିଥିବା କହନ୍ତି ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ନ୍ୟୁଟ୍ରିିଶନ, ଫୁଡ୍‌ ଷ୍ଟଡିଜ ଆଣ୍ଡ୍‌ ପବ୍ଲିକ ହେଲ୍‌ଥର ପ୍ରାଧ୍ୟାପିକ ମ୍ୟାରିୟନ ନେସ୍‌ଲେ।
ଗାଈ କ୍ଷୀର ପିଉ ନ ଥିବା ପିଲାଙ୍କ ତୁଳନାରେ ଏହି କ୍ଷୀର ପିଉଥିବା ପିଲାମାନେ ବେଶି ଡେଙ୍ଗା ହେଉଥିବା ସପକ୍ଷରେ ତଥ୍ୟ ରହିଛି। କିନ୍ତୁ କ୍ଷୀର କିଭଳି ଓ କେମିତି ଶାରୀରିକ ବିକାଶ କରାଏ ତା’ଉପରେ କୌଣସି ବୈଜ୍ଞାନିକ କାରଣ ନାହିଁ। ଓ୍ବିଲେଟ ଏହା ପଛରେ ଏକ ଠୋସ୍‌ କାରଣ ରହିଥିବା ଦର୍ଶାଇଛନ୍ତି। ଅନେକ ସମୟରେ ଗାଈ ଗର୍ଭବତୀ ଥିବାବେଳେ କ୍ଷୀର ଦୁହଁାଯାଏ। ଏହି ସମୟରେ ଏଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟେରୋନ ହର୍ମୋନ ବୃଦ୍ଧିପାଏ। ଏହାସହ ଇନ୍‌ସ୍ୟୁଲିନ ଲାଇକ୍‌ ଗ୍ରୋଥ ଫ୍ୟାକ୍ଟର (ଆଇଜିଏଫ୍‌) ହର୍ମୋନ ବି ଶରୀରରେ ବଢିଯାଏ। ଏହା ଅଧିତ୍କ କ୍ଷୀର ସୃଷ୍ଟି କରେ (କ୍ୟାନ୍‌ସରର ବି ଏକ କାରଣ)। ଏହିସବୁ ହର୍ମୋନ ମଣିଷ ଶରୀରର ବିକାଶ କରିପାରେ ବୋଲି କହନ୍ତି ଓ୍ବିଲେଟ।
କ୍ଷୀର କିମ୍ବା ଦୁଗ୍ଦଜାତୀୟ ଖାଦ୍ୟ ହାଡ ମଜଭୁତ କରିଥାଏ ବୋଲି କୌଣସି ଅନୁଧ୍ୟାନରେ ପ୍ରମାଣିତ ହୋଇନାହିଁ। ଗବେଷକ ଭୋଗେଲ,ମାର୍ଟିନ ମ୍ୟାକ କ୍ୟାବେ କିଶୋର ବୟସରେ ପଦ ଦେଇଥିବା ପୁଅ ଝିଅମାନେ କ୍ଷୀର ପିଇଲେ ବୋନମାସ୍‌ ଏବଂ ବଡି କଞ୍ଜପ୍‌ଶନ ଉପରେ ତା’ର କ’ଣ ପ୍ରଭାବ ରହିଛି ତାହା ଜାଣିବା ଲାଗି ଏକ ଅନୁଧ୍ୟାନ କରିଥିଲେ। ହେଲେ ହାଡ ମଜଭୁତ ହେବା ସପକ୍ଷରେ ପ୍ରମାଣ ପାଇ ନ ଥିତ୍ଲେ। ଅନୁଧ୍ୟାନ ସମ୍ପର୍କିତ ତଥ୍ୟ ଆମେରିକାନ ସୋସାଇଟି ଫର୍‌ ନ୍ୟୁଟ୍ରିଶନରେ ୨୦୧୭ରେ ପ୍ରକାଶ ପାଇଥିଲା। ୪ରୁ ୮ ବର୍ଷ ପିଲା ପାଇଁ ଦିନକୁ ୧,୦୦୦ ମିଲିଗ୍ରାମ୍‌ କ୍ୟାଲସିୟମ ଦରକାର ବୋଲି ଆମେରିକା ସୁପାରିସ କରିଛି। ଇଂଲଣ୍ଡରେ ପିଲାମାନଙ୍କ ପାଇଁ ଦୈନିକ ଏହାର ଅଧା ଅର୍ଥାତ ୪୫୦ରୁ ୫୦୦ ମିଲିଗ୍ରାମ କ୍ୟାଲସିୟମ ଆବଶ୍ୟକ ବୋଲି ସୁପାରିସ କରାଯାଇଛି॥
ସୁପାରିସରେ ଏଭଳି ପ୍ରଭେଦ କେବଳ ବୈଜ୍ଞାନିକଙ୍କ ମତରେ ରହିଥିବା ପ୍ରଭେଦ ଯୋଗୁ ନୁହେଁ, ବରଂ ଡାଇରୀ ଇଣ୍ଡଷ୍ଟ୍ରିଗୁଡିକୁ ଦିଆଯାଉଥିବା ରାଜନୈତିକ ଗୁରୁତ୍ୱ ଉପରେ ନିର୍ଭର କରେ।
ପରିବା, କୋଳି, ବିନ୍ସରୁ ଶରୀରକୁ ପ୍ରଚୁର କ୍ୟାଲସିୟମ ମିଳେ। ତୁମେ ଖାଉଥିବା ଖାଦ୍ୟରେ କ୍ୟାଲସିୟମ କିମ୍ବା ପ୍ରୋଟିନର କିଛି ଫରକ ନ ଥାଏ, କିନ୍ତୁ ସେଥିରେ ଥାଏ କେମିକାଲ୍ସ, କୃତ୍ରିମ ହର୍ମୋନ, ଆଣ୍ଟିବାୟେଟେିକ୍ସ ଏବଂ କୀଟନାଶକ। ତୁମେ ବି ପରିବେଶ ଲାଗି ବିପର୍ଯ୍ୟୟ ଆଣିଥାଅ। ଡାଏରୀ ଫାର୍ମ ଅତ୍ୟଧିକ ପାଣି ଆବଶ୍ୟକ କରେ। ତାହା ଜଳ ପ୍ରଦୂଷଣର କାରଣ ପାଲଟେ। ଗୋରୁ ମିଥେନ ଗ୍ୟାସ ନିର୍ଗତ କରିଥାନ୍ତି। ଏହା କାର୍ବନ ଡାଇଅକ୍ସାଇଡ୍‌ଠାରୁ ବି ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତ କରିଥାଏ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri