କ୍ଷୀରପାନକୁ ନେଇ ଦ୍ୱନ୍ଦ୍ୱ

ମାନେକା ଗାନ୍ଧୀ

କ୍ଷୀର ପିଇବା ପରମ୍ପରା ଶ୍ରୀକୃଷ୍ଣଙ୍କଠାରୁ କିମ୍ବା ବେଦରୁ ଆମ ପାଖକୁ ଆସିନାହିଁ, ଆସିଛି ଇଂରେଜମାନଙ୍କଠାରୁ। ରାବିଡି କ୍ଷୀରପାନ ସଂସ୍କୃତିକୁ ସେମାନେ ଭାରତକୁ ଆଣିଛନ୍ତି। ସେମାନେ ଭାରତରେ ପ୍ରଥମେ ଡାଇରୀ ଫାର୍ମ ଆରମ୍ଭ କରି ଏହାକୁ ଅତ୍ୟଧିକ ପ୍ରୋତ୍ସାହିତ କରିଥିଲେ। ପରେ ଆମ ସରକାର ଏହାକୁ ଆଗକୁ ନେଇ ଲୋକମାନଙ୍କ ମନରେ ଏହି ସଂସ୍କୃତିକୁ ଭରିଦେଲେ। କ୍ଷୀରକୁ ପବିତ୍ର କହି ତାହାକୁ ଏକ ଧାର୍ମିକ ସଂଜ୍ଞା ଦେବା ସହ ପ୍ରଚାର କରାଗଲା ଯେ ଏହା କ୍ୟାଲସିୟମ ଏବଂ ପ୍ରୋଟିନ୍‌ରେ ଭରପୂର,ଏହା ପିଲାଙ୍କ ପାଇଁ ଅତି ଦରକାରୀ ଖାଦ୍ୟ ଓ ଦିନକୁ ସେମାନେ ଅତିକମ୍‌ରେ ତିନିବେଳା ପିଇବା ଦରକାର। ‘କ୍ଷୀର ସ୍ବାସ୍ଥ୍ୟ ପାଇଁ ଉତ୍ତମ’ କୁହାଯାଉଛି ହେଲେ ଖାଦ୍ୟ ଭାବେ କ୍ଷୀର ଏହି ଗୁଣବତ୍ତାର ଅଧିକାରୀ କି? ଏବେ ବୈଜ୍ଞାନିକମାନେ ଏହାକୁ ଅସ୍ବୀକାର କରିବା ସହ ସେମାନଙ୍କ ପୂର୍ବ ମତ ବଦଳାଇଛନ୍ତି। ବିଶ୍ୱର ପ୍ରମୁଖ ମେଡିକାଲ ମାଗାଜିନ ‘ଦି ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍‌ ମେଡିସିନ’ରେ ଫେବୃୟାରୀ ୨୦୨୦ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ହାଓ୍ବାର୍ଡସ୍ଥିତ ଟି.ଏଚ୍‌. ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ନ୍ୟୁଟ୍ରିଶନ ଆଣ୍ଡ୍‌ ଏପିଡେମିଓଲୋଜିର ପ୍ରାଧ୍ୟାପକ ବଜ୍ଞାନିକ ଓ୍ବାଲଟର ଓ୍ବିିଲେଟ୍‌ ଏବଂ ତାଙ୍କ ସହ ଗବେଷକ ତଥା ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟର ପେଡିିଆଟିକ୍ସ ଆଣ୍ଡ୍‌ ନ୍ୟୁଟ୍ରିଶନର ପ୍ରାଧ୍ୟାପକ ଡାଭିଡ୍‌ ଲୁଡଓ୍ବିଗ୍‌ ପ୍ରକାଶ କରିଛନ୍ତି ଯେ, ଖାଇବାକୁ ପରାମର୍ଶ ଦିଆଯାଉଥିବା ଡାଏଟାରୀ ପ୍ରଡକ୍ଟଗୁୁଡିକ( କ୍ଷୀର ଓ କ୍ଷୀରଜାତୀୟ ଉତ୍ପାଦ) ପଛରେ ପ୍ରାୟତଃ କୌଣସି ବୈଜ୍ଞାନିକ ଆଧାର ନାହିଁ। ଏହା ଖାଇବା ଆମ ପାଇଁ କ୍ଷତିକାରକ ହୋଇପାରେ। ବିଶ୍ୱରେ ଡାଇରୀ ଉପରେ ଓ୍ବିଲେଟ ଜଣେ ଜଣାଶୁଣା ବୈଜ୍ଞାନିକ। ଏହି ଦୁଇ ବୈଜ୍ଞାନିକଙ୍କ ମତରେ କ୍ଷୀର ପିଇବାର ମୂଳ କାରଣ ହେଉଛି ଏଥିରେ ଥିବା କ୍ୟାଲସିୟମ। ତ୍ରୁଟିପୂର୍ଣ୍ଣ ପ୍ରମାଣ ଆଧାରରେ ଏହା କୁହାଯାଉଛି। ଟୁସ୍କୋନ ସ୍ଥିତ ୟୁନିଭର୍ସିଟି ଅଫ୍‌ ଆରିଜୋନା କଲେଜ ଅଫ୍‌ ପବ୍ଲିକ ହେଲ୍‌ଥର ଏପିଡେମିଓଲୋଜି, ବାୟୋଷ୍ଟାଟିଷ୍ଟିକ୍ସ ଆଣ୍ଡ୍‌ ନ୍ୟୁଟ୍ରିଶନ ସାଇନ୍ସର ପ୍ରାଧ୍ୟାପିକା ଏଲିଜାବେଥ୍‌ ଜ୍ୟାକୋବ୍ସ ‘ନ୍ୟୁଟ୍ରିଶନାଲ ରିଭ୍ୟୁଜ’ରେ ତାଙ୍କ ମତ ପ୍ରକାଶ କରିଛନ୍ତି। ଏଥିରେ ସେ କ୍ଷୀରକୁ ଏକ ଭିନ୍ନ ଏବଂ ଆବଶ୍ୟକୀୟ ଖାଦ୍ୟ ଭାବେ ସେ ଗ୍ରହଣ କରିନାହାନ୍ତି।
ଠିକ୍‌ ଜ୍ୟାକୋବ୍ସଙ୍କ ମତ ପ୍ରକାଶ ପାଇବା ସମୟରେ ଓ୍ବିଲେଟ ଓ ଲୁଡଓ୍ବିଗଙ୍କ ଅନୁଧ୍ୟାନମୂଳକ ଲେଖା ବି ସାମନାକୁ ଆସିଛି। ଜ୍ୟାକୋବ୍ସ କହିଛନ୍ତି ଯେ, ପ୍ରୋଟିନ ଯୋଗାଉଥିବା ଖାଦ୍ୟ ତାଲିକାର ବହୁ ତଳେ କ୍ଷୀର ରହିବ।
ଆମେରିକାରେ ୧୯୭୫ଠାରୁ କ୍ଷୀରପାନ ୪୦% କମିଯାଇଛି। କିନ୍ତୁ ଏହାର ଉତ୍ପାଦନ ଓ ଉପଯୋଗ ୯% ବୃଦ୍ଧି ପାଇଛି। ଲୋକମାନେ ଅଧିକ ଛେନା,ଲହୁଣି ଖାଇବା ଓ ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରଚୁର ପରିମାଣର କ୍ଷୀର ଆବଶ୍ୟକ ହେଉଥିବାରୁ ଏଭଳି ବୃଦ୍ଧି ଘଟିଛି। ଭାରତରେ ବି ସମାନ ପ୍ରକାର ଧାରା ଦେଖିବାକୁ ମିଳେ। ପିଲାଙ୍କୁ ବହୁତ କମ୍‌ କ୍ଷୀର ପିଇବାକୁ ଦିଆଯାଉଛି, ଅପରପକ୍ଷେ କ୍ଷୀରରୁ ଅଧିକ ପନିର, ଦହି ଓ ମିଠା ପ୍ରସ୍ତୁତ କରାଯାଉଛି। ଓ୍ବିଲେଟ ଏବଂ ତାଙ୍କ ଗବେଷକ ଟିମ୍‌ଙ୍କ ମତରେ କ୍ଷୀରକୁ କ୍ୟାଲସିୟମର ଏକ ମୁଖ୍ୟ ଉତ୍ସ ବୋଲି ଯାହା କୁହାଯାଉଛି ତାହା ପ୍ରମାଣ କରିବା ଲାଗି ଏକ ସ୍ବଳ୍ପ ଅବଧି (କିଛି ସପ୍ତାହର)ରେ କମ୍‌ ଲୋକଙ୍କୁ ନେଇ ଅନୁଧ୍ୟାନ କରାଯାଇଥିଲା। ଶରୀରରେ କ୍ୟାଲସିୟମ ବାଲାନ୍ସ ବା ସନ୍ତୁଳନ ରଖିବାକୁ କେତେ କ୍ୟାଲସିୟମ୍‌ ଦରକାର ତାହା ଜାଣିବା ପାଇଁ ଏହା କରାଯାଇଥିଲା। ବୟସ୍କଙ୍କ କ୍ଷେତ୍ରରେ କ୍ୟାଲସିୟମ ବାଲାନ୍ସ ପୂରା ଶୂନ ରହିବା ଉଚିତ। ଅର୍ଥାତ ଶରୀର ଯେତିକି ପରିମାଣର କ୍ୟାଲସିୟମ ଗ୍ରହଣ କରେ ସେତିକି ପରିମାଣର କ୍ୟାଲସିୟମ ବାହାରକୁ ଛାଡିବା ଆବଶ୍ୟକ। ଏହା ଉପରେ ଅନୁଧ୍ୟାନ କରି ଗବେଷକମାନେ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ, ବାଲାନ୍ସ ଲାଗି ଦୈନିକ ଆମେରିକୀୟମାନଙ୍କ ପାଇଁ ୭୪୧ ମିଲିଗ୍ରାମ କ୍ୟାଲସିୟମ ଯଥେଷ୍ଟ। କିନ୍ତୁ ପେରୁ ଭଳି ବ୍ରିଟିଶ ଶାସନ ପୂର୍ବରୁ ସବୁ ଏସିଆ ଓ ଆଫ୍ରିକୀୟ ଦେଶଗୁଡ଼ିକରେ ଯେଉଁଠି ଡାଇରୀ ବା କ୍ଷୀରକୁ ଏକ ସାଧାରଣ ଖାଦ୍ୟଭାବେ ଗ୍ରହଣ କରାଯାଉ ନ ଥିଲା ସେଠାରେ କ୍ୟାଲସିୟମ ବାଲାନ୍ସ ଲାଗି ବହୁତ କମ୍‌ ଅର୍ଥାତ ପାଖାପାଖି ୨୦୦ ମିଲିଗ୍ରାମ୍‌ କ୍ୟାଲସିୟମ ଆବଶ୍ୟକ ହେଉଥିଲା। ଓ୍ବିଲେଟ କହନ୍ତି, ସାଧାରଣତଃ ଯାହା ବାଲାନ୍ସ ପାଇଁ ଆବଶ୍ୟକ ଶରୀର ତାହା ହିଁ ଗ୍ରହଣ କରିଥାଏ। ଯେ କୌଣସି ଖାଦ୍ୟ ଯଥା ଫଳ, ପରିବା, ଶାଗ କିମ୍ବା ମାଛ ଆଦିରୁ ଶରୀରକୁ ଏହା ଅଧିକ ମିଳିଥାଏ।
ଶରୀର ମଧ୍ୟକୁ ଅତ୍ୟଧିକ କ୍ୟାଲସିୟମ ପ୍ରବେଶ କଲେ କ’ଣ ଘଟେ ତାହା ଜାଣିବା ଲାଗି ଅଧିକ ଲୋକଙ୍କୁ ନେଇ ଓ୍ବିଲେଟ ମଧ୍ୟ ଏକ ଅନୁଧ୍ୟାନ କରିଛନ୍ତି। ଏଥିରେ ଲୋକମାନେ ବର୍ଷ ବର୍ଷ ଧରି କେମିତି ଖାଉଥିଲେ ଓ ସେମାନଙ୍କ ଶରୀରରେ କ’ଣ ପରିବର୍ତ୍ତନ ଘଟୁଥିଲା ତା’ଉପରେ ଲକ୍ଷ୍ୟ ରଖାଯାଇଥିଲା । ଯେଉଁମାନେ ଅଧିକ କ୍ଷୀର ପିଉଥିଲେ ସେମାନଙ୍କ ହାଡ଼( ମୁଖ୍ୟତଃ ଅଣ୍ଟା ହାଡ଼) ଭାଙ୍ଗିଯିବା ଲକ୍ଷ୍ୟ କରାଯାଇଥିଲା । ଯେଉଁ ପୁରୁଷମାନେ ପିଲାଦିନେ ଅଧିକ କ୍ଷୀର ପିଇଥାନ୍ତି ସେମାନଙ୍କ ହାଡ ଭାଙ୍ଗିଯିବାର ବିଦପ ବେଶି। ବହୁସଂଖ୍ୟକ ମହିଳାଙ୍କୁ ନେଇ କରାଯାଇଥିବା ଅନୁଧ୍ୟାନରୁ ଜଣାପଡିଥିଲା ଯେ,ଯେଉଁ ମହିଳାମାନେ ଦିନକୁ ୨.୫ ଗ୍ଲାସ କିମ୍ବା ଅଧିକ କ୍ଷୀର ପିଅନ୍ତି ଏହାଠାରୁ କମ୍‌ ପରିମାଣର କ୍ଷୀର ପିଉଥିବା ମହିଳାମାନଙ୍କ ତୁଳନାରେ ସେମାନଙ୍କ ହାଡ ଭାଙ୍ଗିବାର ଆଶଙ୍କା ବେଶି ରହିଥାଏ। ଅନୁଧ୍ୟାନରୁ ଆଉ ଯାହା ସବୁ ଓ୍ବିଲେଟ ପାଇଛନ୍ତି ତାହାର କୌଣସି ପ୍ରାମାଣିକ ଆଧାର ନାହିଁ ବୋଲି ଅନ୍ୟମାନେ ଦାବି କରିଥାନ୍ତି। ଓ୍ବିଲେଟଙ୍କ ସିଦ୍ଧାନ୍ତଗୁଡିକ ମଧ୍ୟରେ ରହିଛି- କ୍ଷୀର ଆପଣଙ୍କ ଓଜନ କମାଏ, କ୍ଷୀର ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାହାର କୌଣସି ପ୍ରମାଣ ନାହିଁ। କ୍ଷୀର କାର୍ଡିଓଭାସ୍କୁଲାର ଡିଜିଜ୍‌ ହାର କମାଏ ବୋଲି କହିଛନ୍ତି। ସବୁ ଗବେଷଣାରୁ ଜଣାପଡିଛି ଯେ, କାର୍ଡିଓଭାସ୍କୁଲାର ଡିଜିଜ୍‌ ସହ କ୍ଷୀରର କୌଣସି ସମ୍ପର୍କ ନାହିଁ। ଯାହା ହେଉ ଏବେ ସୁଦ୍ଧା କରାଯାଇଥିବା ସବୁ ଅନୁଧ୍ୟାନରେ ସ୍ବାସ୍ଥ୍ୟ ପାଇଁ କ୍ଷୀର ଜରୁରୀ ନୁହେଁ ବୋଲି ଜଣାପଡିଥିବା କହନ୍ତି ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ନ୍ୟୁଟ୍ରିିଶନ, ଫୁଡ୍‌ ଷ୍ଟଡିଜ ଆଣ୍ଡ୍‌ ପବ୍ଲିକ ହେଲ୍‌ଥର ପ୍ରାଧ୍ୟାପିକ ମ୍ୟାରିୟନ ନେସ୍‌ଲେ।
ଗାଈ କ୍ଷୀର ପିଉ ନ ଥିବା ପିଲାଙ୍କ ତୁଳନାରେ ଏହି କ୍ଷୀର ପିଉଥିବା ପିଲାମାନେ ବେଶି ଡେଙ୍ଗା ହେଉଥିବା ସପକ୍ଷରେ ତଥ୍ୟ ରହିଛି। କିନ୍ତୁ କ୍ଷୀର କିଭଳି ଓ କେମିତି ଶାରୀରିକ ବିକାଶ କରାଏ ତା’ଉପରେ କୌଣସି ବୈଜ୍ଞାନିକ କାରଣ ନାହିଁ। ଓ୍ବିଲେଟ ଏହା ପଛରେ ଏକ ଠୋସ୍‌ କାରଣ ରହିଥିବା ଦର୍ଶାଇଛନ୍ତି। ଅନେକ ସମୟରେ ଗାଈ ଗର୍ଭବତୀ ଥିବାବେଳେ କ୍ଷୀର ଦୁହଁାଯାଏ। ଏହି ସମୟରେ ଏଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟେରୋନ ହର୍ମୋନ ବୃଦ୍ଧିପାଏ। ଏହାସହ ଇନ୍‌ସ୍ୟୁଲିନ ଲାଇକ୍‌ ଗ୍ରୋଥ ଫ୍ୟାକ୍ଟର (ଆଇଜିଏଫ୍‌) ହର୍ମୋନ ବି ଶରୀରରେ ବଢିଯାଏ। ଏହା ଅଧିତ୍କ କ୍ଷୀର ସୃଷ୍ଟି କରେ (କ୍ୟାନ୍‌ସରର ବି ଏକ କାରଣ)। ଏହିସବୁ ହର୍ମୋନ ମଣିଷ ଶରୀରର ବିକାଶ କରିପାରେ ବୋଲି କହନ୍ତି ଓ୍ବିଲେଟ।
କ୍ଷୀର କିମ୍ବା ଦୁଗ୍ଦଜାତୀୟ ଖାଦ୍ୟ ହାଡ ମଜଭୁତ କରିଥାଏ ବୋଲି କୌଣସି ଅନୁଧ୍ୟାନରେ ପ୍ରମାଣିତ ହୋଇନାହିଁ। ଗବେଷକ ଭୋଗେଲ,ମାର୍ଟିନ ମ୍ୟାକ କ୍ୟାବେ କିଶୋର ବୟସରେ ପଦ ଦେଇଥିବା ପୁଅ ଝିଅମାନେ କ୍ଷୀର ପିଇଲେ ବୋନମାସ୍‌ ଏବଂ ବଡି କଞ୍ଜପ୍‌ଶନ ଉପରେ ତା’ର କ’ଣ ପ୍ରଭାବ ରହିଛି ତାହା ଜାଣିବା ଲାଗି ଏକ ଅନୁଧ୍ୟାନ କରିଥିଲେ। ହେଲେ ହାଡ ମଜଭୁତ ହେବା ସପକ୍ଷରେ ପ୍ରମାଣ ପାଇ ନ ଥିତ୍ଲେ। ଅନୁଧ୍ୟାନ ସମ୍ପର୍କିତ ତଥ୍ୟ ଆମେରିକାନ ସୋସାଇଟି ଫର୍‌ ନ୍ୟୁଟ୍ରିଶନରେ ୨୦୧୭ରେ ପ୍ରକାଶ ପାଇଥିଲା। ୪ରୁ ୮ ବର୍ଷ ପିଲା ପାଇଁ ଦିନକୁ ୧,୦୦୦ ମିଲିଗ୍ରାମ୍‌ କ୍ୟାଲସିୟମ ଦରକାର ବୋଲି ଆମେରିକା ସୁପାରିସ କରିଛି। ଇଂଲଣ୍ଡରେ ପିଲାମାନଙ୍କ ପାଇଁ ଦୈନିକ ଏହାର ଅଧା ଅର୍ଥାତ ୪୫୦ରୁ ୫୦୦ ମିଲିଗ୍ରାମ କ୍ୟାଲସିୟମ ଆବଶ୍ୟକ ବୋଲି ସୁପାରିସ କରାଯାଇଛି॥
ସୁପାରିସରେ ଏଭଳି ପ୍ରଭେଦ କେବଳ ବୈଜ୍ଞାନିକଙ୍କ ମତରେ ରହିଥିବା ପ୍ରଭେଦ ଯୋଗୁ ନୁହେଁ, ବରଂ ଡାଇରୀ ଇଣ୍ଡଷ୍ଟ୍ରିଗୁଡିକୁ ଦିଆଯାଉଥିବା ରାଜନୈତିକ ଗୁରୁତ୍ୱ ଉପରେ ନିର୍ଭର କରେ।
ପରିବା, କୋଳି, ବିନ୍ସରୁ ଶରୀରକୁ ପ୍ରଚୁର କ୍ୟାଲସିୟମ ମିଳେ। ତୁମେ ଖାଉଥିବା ଖାଦ୍ୟରେ କ୍ୟାଲସିୟମ କିମ୍ବା ପ୍ରୋଟିନର କିଛି ଫରକ ନ ଥାଏ, କିନ୍ତୁ ସେଥିରେ ଥାଏ କେମିକାଲ୍ସ, କୃତ୍ରିମ ହର୍ମୋନ, ଆଣ୍ଟିବାୟେଟେିକ୍ସ ଏବଂ କୀଟନାଶକ। ତୁମେ ବି ପରିବେଶ ଲାଗି ବିପର୍ଯ୍ୟୟ ଆଣିଥାଅ। ଡାଏରୀ ଫାର୍ମ ଅତ୍ୟଧିକ ପାଣି ଆବଶ୍ୟକ କରେ। ତାହା ଜଳ ପ୍ରଦୂଷଣର କାରଣ ପାଲଟେ। ଗୋରୁ ମିଥେନ ଗ୍ୟାସ ନିର୍ଗତ କରିଥାନ୍ତି। ଏହା କାର୍ବନ ଡାଇଅକ୍ସାଇଡ୍‌ଠାରୁ ବି ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତ କରିଥାଏ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri