ସ୍କୁଲ ପାଠ୍ୟକ୍ରମ ଦ୍ୱନ୍ଦ୍ୱ ଓ ସମାଧାନ

ଡ. ଜ୍ୟୋତି ପ୍ରକାଶ ମହାପାତ୍ର

 

ଏପ୍ରଶ୍ନଟି ଏବେ ସବୁଆଡ଼େ ଆଲୋଚନା ପାଲଟିଛି। ଆମ ରାଜ୍ୟରେ ସ୍କୁଲଗୁଡ଼ିକ ଖୋଲିବ କେବେ? ଯଦି ଖୋଲିବ, ପାଠପଢା କେମିତି ଚାଲିବ? କେବେ ସ୍କୁଲ ଗୁଡ଼ିକରେ ସ୍ବାଭାବିକ ବାତାବରଣ ଫେରି ଆସିବ? କରୋନା ମହାମାରୀ ଆରମ୍ଭ ହେବା ପରେ ପରେ ସାରା ରାଜ୍ୟରେ ବିଦ୍ୟାଳୟଗୁଡ଼ିକ ମାର୍ଚ୍ଚ ମାସ ଅଧାରୁ ବନ୍ଦ ରହିଛି। ତାହା କେବେ ଖୋଲିବ, ସେ ସମ୍ପର୍କରେ କେହି ସ୍ପଷ୍ଟ ଭାବେ କହୁ ନାହାନ୍ତି। ଫଳରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଦଶମ ଶ୍ରେଣୀ ପରୀକ୍ଷା ସରି ଯାଇଥିବା ବେଳେ ବାକି କୌଣସି ଶ୍ରେଣୀର ପରୀକ୍ଷା ସରି ନ ଥିଲା। ସରକାରୀ ଭାବେ ସେହି ଛାତ୍ରୀଛାତ୍ରମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରି ଦିଆଗଲା। ଫଳରେ ସେମାନେ ନୂଆ କ୍ଲାସ ଓ ନୂଆ ଶିକ୍ଷାବର୍ଷକୁ ଆସିଗଲେ। କିନ୍ତୁ ସେମାନେ ପଢୁଛନ୍ତି କ’ଣ ଓ ଆଗକୁ କ’ଣ ପଢାଯିବ – ତାହା ହିଁ ବଡ଼ ପ୍ରଶ୍ନ ହୋଇ ସଭିଙ୍କ ସାମ୍ନାରେ ଛିଡ଼ା ହୋଇଛି।
ସରକାରୀ ଭାବେ ଏପ୍ରିଲ ମାସ ମଝିମଝିଆ ସମୟରୁ ହ୍ବାଟସଆପ୍‌ କ୍ଲାସ୍‌ କରିବା ପାଇଁ କୁହାଗଲା, ଯାହାକୁ ସରକାରୀ ଅଧିକାରୀମାନେ ବୁଲେଇ ବଙ୍କେଇ ଅନ୍‌ଲାଇନ କ୍ଲାସ ବୋଲି କହିଲେ। ହ୍ବାଟସଆପ୍‌ କ୍ଲାସ୍‌ ତ ଆଉ ଅନ୍‌ଲାଇନ କ୍ଲାସ୍‌ ନୁହେଁ। ସେଥିରେ ସ୍କୁଲଗୁଡ଼ିକରେ ସମୟ ଦେଇ ଦିଆଗଲା ଓ ପିଲାଙ୍କୁ କୁହାଗଲା, ସେହି ସମୟରେ ମୋବାଇଲରେ ଉପସ୍ଥିତ ରୁହ। କିନ୍ତୁ ହ୍ବାଟସଆପ୍‌ କ୍ଲାସରେ ଶିକ୍ଷକମାନେ ଯାହା ଜାଣିଛନ୍ତି ବା ଛୁଟିରେ ରହି କେବଳ ନୋଟ୍‌ ପଠେଇବାକୁ ଲାଗିଲେ। ପିଲା ତାହା ପଢିଲେ କି ନ ପଢିଲେ, ତାହାର କୌଣସି ପ୍ରମାଣ କାହା ପାଖରେ ରହିଲା ନାହିଁ। ପୁଣି ଶିକ୍ଷକମାନେ ଯଦି କୌଣସି ପ୍ରଶ୍ନ ଦେଲେ, ଛାତ୍ରୀଛାତ୍ର ଏହାର ଉତ୍ତର ଲେଖିଲେ କି ନ ଲେଖିଲେ, ତାହାର ଖବର ମଧ୍ୟ ରହିଲା ନାହିଁ। ଫଳରେ ଏହା ଏକପାଖିଆ ହୋଇ ଚାଲିଲା, ଯେଉଁଥିରେ ଛାତ୍ରୀଛାତ୍ରଙ୍କ ଭାଗୀଦାରି ବହୁତ କମ୍‌ ରହିଲା। ଭାଗୀଦାରି ନ ରହିଲେ, ଶିକ୍ଷା ଗ୍ରହଣ ପ୍ରକ୍ରିୟା ସମ୍ପୂଣ୍ଣର୍ର୍ ହେବନାହିଁ। ଗାଁ ଗହଳି, ଦୂରନ୍ତ ଆଦିବାସୀ ଇଲାକାର ପିଲାଟିଏ କିପରି ମୋବାଇଲ୍‌ ପାଇବ, ସେଇଠି ନେଟୱର୍କ ଅଛି କି ନାହିଁ- ତାହା ପ୍ରାରମ୍ଭିକ ପର୍ଯ୍ୟାୟରେ କେହି ଦେଖିଲେ ନାହିଁ। ଫଳରେ ଏହା ଏମିତି ଜୁନ ମାସ ପର୍ଯ୍ୟନ୍ତ ଚାଲିଲା।
ପରେ ଜୁନ ମାସ ମଝିରେ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଗଲା ୩୮ ଲକ୍ଷ ପିଲା ଅନ୍‌ଲାଇନ ଶିକ୍ଷାରେ ସାମିଲ ହୋଇପାରୁନାହାନ୍ତି। ସମୁଦାୟ ପିଲାଙ୍କ ସଂଖ୍ୟା ୬୦ ଲକ୍ଷ ବୋଲି କୁହାଯାଇଥିବା ବେଳେ ମାତ୍ର ୨୨ ଲକ୍ଷ ଅନ୍‌ଲାଇନ ଶିକ୍ଷାରେ ସାମିଲ ହୋଇଛନ୍ତି ବୋଲି ସରକାରୀ ହିସାବ କହିଲା। ଫଳରେ ଆଦିବାସୀ, ଅନୁନ୍ନତ ଇଲାକାର କୌଣସି ପିଲା ପ୍ରାୟତଃ ଏହି ପ୍ରକ୍ରିୟାରେ ସାମିଲ ହୋଇପାରିଲେ ନାହିଁ କି ପଢିପାରିଲେ ନାହିଁ। ଏକଥା ସାମ୍ନାକୁ ଆସିବା ବେଳକୁ ସରକାରୀ ଭାବେ ଖରାଛୁଟି ସରିଗଲାଣି ଓ ତା’ପରେ ଆହୁରି ଦୁଇ ମାସ ବିତି ଗଲାଣି। ଯଦିଓ ବିଦ୍ୟାଳୟଗୁଡ଼ିକ ଆଜିଯାକେ ଖୋଲି ନାହିଁ, ତେବେ ଗଲା ଛଅ ମାସ ଧରି ୩୮ ଲକ୍ଷ ପିଲା ସରକାରୀ ଭାବେ ଛଅ ମାସ ପାଠପଢାରୁ ବଞ୍ଚତ୍ତ ରହିଲେ। ୭୦ ପ୍ରତିଶତରୁ ଅଧିକ ପିଲା ପଢିପାରିଲେ ନାହିଁ। ତାହା ସ୍ବାଭାବିକ କଥା। ନେଟୱର୍କ ନ ଥିବ, ଘରେ ଆଣ୍ଡ୍ରଏଡ୍‌ ଫୋନ ନ ଥିବ, ଡାଟା ନ ଥିବ- ଏମିତି ହଜାରେ ଅସୁବିଧା। ଖାଲି ପିଲାଙ୍କ ଉପରେ ସବୁ ଲଦି ଦେଲେ ତ ତାହା ସମାଧାନର ରାସ୍ତା ଆଦୌ ନୁହେଁ। ବିକଳ୍ପ ରାସ୍ତା କେହି ଚିନ୍ତା କଲେ ନାହିଁ।
ତେବେ ଏବେ ପ୍ରଶ୍ନ ହେଉଛି, ଆମ ପିଲାଏ ପଢୁଛନ୍ତି କ’ଣ? ଶିକ୍ଷକମାନେ ଆମ ପିଲାଙ୍କୁ କ’ଣ ପଢାଉଛନ୍ତି ଓ ଏହା କେତେଦୂର ସେମାନଙ୍କୁ ଏହି ଶିକ୍ଷାବର୍ଷରେ ସାହାଯ୍ୟ କରିବ?
ଏବେ ସରକାର ରାଜ୍ୟର ବିଦ୍ୟାଳୟଗୁଡ଼ିକର ସିଲାବସ୍‌ କମାଇବା ନେଇ କମିଟି ଗଠନ କରିଛନ୍ତି। ସିବିଏସ୍‌ଇ ଏହି କାମ ବହୁ ପୂର୍ବରୁ ସାରି ଦେଇଛି। ଯେହେତୁ କରୋନା ପାଇଁ ବିଦ୍ୟାଳୟ ବନ୍ଦ ରହିଲା ଓ ଆଜିଯାକେ ବିଦ୍ୟାଳୟ ଖୋଲିନାହିଁ କିମ୍ବା କେବେ ଖୋଲିବ, ସେ ନେଇ କୌଣସି ଠୋସ୍‌ ନିଷ୍ପତ୍ତି ନିଆଯାଇ ନାହିଁ, ତେଣୁ ଏପ୍ରିଲ ମାସ ଆରମ୍ଭରୁ ସିଲାବସ୍‌ କମେଇବା ପ୍ରକ୍ରିୟା ସିବିଏସ୍‌ଇ ଆରମ୍ଭ କରିଥିଲା ଓ ତାହା ସରି ବି ଯାଇଛି।
ମାତ୍ର ଓଡ଼ିଶାରେ ଏ ପର୍ଯ୍ୟନ୍ତ କେବଳ କମିଟି ଗଠନରେ ସବୁ ସୀମିତ ରହି ଯାଇଛି। ଏବେ ଅନ୍‌ଲାଇନ ପାଠପଢା ଚାଲିଛି ବୋଲି ରାଜ୍ୟ ଗଣଶିକ୍ଷା ବିଭାଗ ବାରବାର କହୁଛି। କିନ୍ତୁ ଯଦି ପଢିଥିବା ପାଠକୁ ସିଲାବସ୍‌ରୁ କାଟି ଦିଆଗଲା, ତେବେ ପିଲାମାନଙ୍କୁ ଗଲା ମାସ ମାସ ଧରି ପଢା ଯାଇଥିବା ସମୟ ବେକାରରେ ଯିବ ବୋଲି ଧରାଯିବ। ପୂର୍ବରୁ ଏହାର ବନ୍ଦୋବସ୍ତ କରି ପାଠପଢା ଆରମ୍ଭ ହେବାର ଥିଲା।
ରାଜ୍ୟର କେତେକ ସ୍କୁଲ ଯେମିତି ଆଦର୍ଶ ବିଦ୍ୟାଳୟଗୁଡ଼ିକ ଯେଉଁଠି ସରକାର ଖୁବ୍‌ ଭଲ ଭିିତ୍ତିଭୂମି ଓ ଦରମା ଯୋଗାଇ ଦେଇଛନ୍ତି, ସେମାନେ ବି ଏ କ୍ଷେତ୍ରରେ ଏକା ଅବସ୍ଥାରେ ଅଛନ୍ତି। ଆଦର୍ଶ ବିଦ୍ୟାଳୟରେ ଯଦିଓ ସିବିଏସ୍‌ଇ ସିଲାବସ୍‌ ପ୍ରଚଳିତ ହେଉଛି, କିନ୍ତୁ ପୁଣି ସିଲାବସ୍‌ କମାଇବା ପାଇଁ ଆଦର୍ଶ ବିଦ୍ୟାଳୟ କାମ ଆରମ୍ଭ କରିଥିଲା। ଫଳରେ ପୁରୁଣା ସମୟରେ ଯାହା ପଢା ଯାଇଥିଲା, ସେସବୁ କ’ଣ ହେବ, ତା’ର ଉତ୍ତର କାହାରି ପାଖରେ ନାହିଁ।
ଆଉ ପାଞ୍ଚ ମାସରୁ କମ୍‌ ସମୟ ପରେ ମାଟ୍ରିକ ପରୀକ୍ଷା। ସିବିଏସ୍‌ଇ ଘରୋଇ ସ୍କୁଲ ତୁଳନାରେ ଓଡ଼ିଶାରେ ସ୍କୁଲଗୁଡ଼ିକରେ ଛୁଟି ଅଧିକ। ଏକରେ ବର୍ଷ ଆରମ୍ଭରୁ ଚାରି ମାସ ସେମିତି ଗଲାଣି। ପୁଣି ଯଦି ବି ସେପ୍ଟେମ୍ବରରେ ସ୍କୁଲ ଖୋଲିଲା, ତା’ପରେ ଦୁର୍ଗାପୂଜା ଛୁଟି, ଏକ୍ସ ମାସ ଛୁଟି ଇତ୍ୟାଦି ରହିଛି। ପୁଣି ରବିବାର ଓ ଅନେକ ସରକାରୀ ଛୁଟିଦିନ। ସ୍କୁଲରେ ସରକାରୀ ହିସାବ ଅନୁସାରେ ୨୧୦ ଦିନର ପାଠପଢା ହୋଇଥାଏ। ଆଉ ୧୫୫ ଦିନରୁ ଅଧିକ ଛୁଟି ହୋଇଥାଏ। ପୁଣି ଏବେ ଅନେକ ସ୍କୁଲରେ ନାମଲେଖା ଚାଲୁ ଥିବାରୁ ସେହି ତଥାକଥିତ ଓ ବହୁଳ ପ୍ରଚାରିତ ହ୍ବାଟସଆପ୍‌ କ୍ଲାସ ବି ବନ୍ଦ ହୋଇଯାଇଛି। ତେଣୁ ଅଗଷ୍ଟ ଶେଷ ଆଡ଼କୁ ଦେଖିଲା ବେଳକୁ ୯୦ ଦିନର ପଢା ପ୍ରଭାବିତ ହୋଇଥିବ। ଆଉ ମାତ୍ର ଥିବ ୧୨୦ ଦିନ ବା ଚାରି ମାସ। ସେଇ ସମୟରେ ସମୁଦାୟ ସିଲାବସ୍‌ ସରିବ ତ?
ପିଲା କ’ଣ ପଢି ମାଟ୍ରିକ ପରୀକ୍ଷା ଦେବେ? ପିଲା କେଉଁ ସିଲାବସ୍‌ରେ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଦେବେ? ଅନ୍ୟମାନେ ବହିର କେଉଁ କେଉଁ ବିଷୟ ପଢି ଆଗାମୀ ପରୀକ୍ଷା ଦେବେ? ଯଦି ବିଷୟ କମାଇବାରେ ଡେରି ହେଉଛି, ସରକାର କାହିଁକି କହୁ ନାହାନ୍ତି ଯେ, ଯାହା ପଢା ଯାଇଛି, ତାହା ନିଶ୍ଚିତ ଭାବେ ପାଠ୍ୟକ୍ରମରେ ରହିବ? ଏମିତି ଅନେକ ପ୍ରଶ୍ନ ଏବେ ଛିଡ଼ା ହେବାରେ ଲାଗିଛି। ସମୟ ଯେତିକି ବଢୁଛି, ପ୍ରଶ୍ନ ଓ ଦ୍ୱନ୍ଦ୍ୱ ସେତିକି ବଢୁଛି।
ତେଣୁ ପ୍ରଥମ ପରାମର୍ଶ ରହିବ- ଏ ବର୍ଷ ବିଦ୍ୟାଳୟଗୁଡ଼ିକରେ ସମସ୍ତ ବାକି ଛୁଟି ବାତିଲ କରି ଦିଆଯାଉ। ଦୁର୍ଗାପୂଜା ଓ ଏକ୍ସ ମାସ ଛୁଟି ସମ୍ପୂର୍ଣ୍ଣ ବାତିଲ ହେଉ। ଏମିତିରେ କଲେଜରେ କି କୋଉଠି ବି ଆଉ ଏକ୍ସ ମାସ ଛୁଟି ନାହିଁ। ଘରୋଇ ବିଦ୍ୟାଳୟଗୁଡ଼ିକ ଏକ୍ସମାସ ଛୁଟି ଦେଉ ନାହାନ୍ତି। ସରକାରୀ ବିଦ୍ୟାଳୟରେ କ’ଣ ପାଇଁ ୧୨ ଦିନ ଧରି ଏହା ଚାଲୁଛି ଓ ଏଥିରୁ କ’ଣ ଲାଭ ମିଳୁଛି, ଆଦୌ ଜଣାପଡ଼ୁନି। ସେସବୁ ଓ ଅନ୍ୟାନ୍ୟ ଛୁଟି ପୂରା ବନ୍ଦ ହେବା ଦରକାର। ଫଳରେ ପଢାଇବା ପାଇଁ ଅଧିକ ସମୟ ମିଳିବ। ଏକ୍ସ ମାସ ଛୁଟି ପୂରାପୂରି ସବୁଦିନ ପାଇଁ ଉଠିଗଲେ ବରଂ ଭଲ। ଦୁଇରେ- ତୁରନ୍ତ ସରକାର ବିଷୟୱାରି ସିଲାବସ୍‌ କମିଟିର ଫଳାଫଳ ପ୍ରକାଶ କରନ୍ତୁ। କ’ଣ କ’ଣ ବିଷୟ ରହିଛି ଓ କ’ଣ ବାଦ୍‌ ଦିଆଯାଇଛି, ତାହାର ତାଲିକା ଅଗଷ୍ଟ ମାସ ଶେଷସୁଦ୍ଧା ତିଆରି ହୋଇ ପ୍ରକାଶିତ ହେଉ। ଏହା ସଭିଙ୍କୁ ଜଣାଇ ଦିଆଯାଉ। ଏହା ୱେବସାଇଟ୍‌ରେ ସଭିଙ୍କ ପାଇଁ ଉପଲବ୍ଧ ହେଉ। ତିନିରେ- ତା’ପର ୧୦ ଦିନ ମଧ୍ୟରେ ସମୁଦାୟ ବର୍ଷର ଲେସନ୍‌ ପ୍ଲାନ୍‌ ପ୍ରସ୍ତୁତ ହେଉ। ଆପଣ ପଚାରିପାରନ୍ତି ଏହା କେମିତି ସମ୍ଭବ? ଶିକ୍ଷକମାନଙ୍କୁ ନେଇ ଗ୍ରୁପ୍‌ କରାଯାଇ ବିଷୟୱାରି ଏତିକି ସମୟରେ ଆରାମରେ ତିଆରି କରାଯାଇପାରିବ। ସେ ଲେସନ ପ୍ଲାନ୍‌ ସମସ୍ତଙ୍କୁ ଜଣାଇବାକୁ ଗଣଶିକ୍ଷା ବିଭାଗର ୱେବ୍‌ସାଇଟରେ ଛାଡ଼ି ଦିଆଯାଉ। ଡିଇଓ ଓ ବିଇଓ ଅଯଥା ପ୍ରଶାସନିକ କାମ ଛାଡ଼ି, ପାଠପଢା ଉପରେ ଆଗ ଗୁରୁତ୍ୱ ଦିଅନ୍ତୁ। ଚାରିରେ- ଯଦି ସ୍କୁଲ ଖୋଲିଲା ତ ସେଇ ଅନୁସାରେ ପାଠପଢା ଚାଲୁ। ବ୍ଲକସ୍ତରରୁ ତାହାର ନିୟମିତ ତଦାରଖ ହେଉ। ପ୍ରତି ପନ୍ଦର ଦିନରେ କ’ଣ ପଢାଗଲା, ତାହାର ତାଲିକା କରାଯାଉ। ଅନ୍‌ଲାଇନ ତଦାରଖ ଆରମ୍ଭ ହେଉ। କମନ୍‌ ଲେସନ ପ୍ଲାନ ହେତୁ, ଏଣିକି ତ ପଢାଇବାରେ କିଛି ଅସୁବିଧା ନ ଥିବ। ତେଣୁ ତାହାକୁ ସେହି ଅନୁସାରେ ତଦାରଖ କରାଯାଇପାରିବ। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏ ନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ। ଆଦର୍ଶ ବିଦ୍ୟାଳୟ ବି ସେଇଆ କରୁ। କେବଳ ମନଇଚ୍ଛା ପାଠପଢା ଓ ଅନ୍‌ଲାଇନ କ୍ଲାସର ବାହାଦୁରିରୁ କିଛି ମିଳିବ ନାହିଁ। ବରଂ ଅନ୍‌ଲାଇନ କ୍ଲାସର ବିକଳ ଚିତ୍ର ସାରା ଓଡ଼ିଶା ଗଲା ଛଅ ମାସ ଭିତରେ ଦେଖି ସାରିଛି। ନ ହେଲେ ପିଲାଙ୍କ ଉପରେ ଅଯଥା ବୋଝ ବଢିବ। ସେମାନେ ଜାଣିପାରିବେ ନାହିଁ, କ’ଣ ପଢାଯିବ ଓ ତାଙ୍କ ସିଲାବସ୍‌ କ’ଣ। ପିଲାଙ୍କ ବୋଝ ଦେଖି ଅଭିଭାବକଙ୍କ ଉପରେ ବୋଝ ବଢିବ। ତାହାର ସମାଧାନ ପାଇଁ ରାସ୍ତା ତୁରନ୍ତ କାଢିବା ଦରକାର। କାରଣ- ସେଥିପାଇଁ ସମୟ ଗଡ଼ି ସାରିଲାଣି।
ସହକାରୀ ପ୍ରଫେସର,
ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳ
ମୋ-୯୪୩୭୦୮୦୦୪୮


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri