ବିଜେଡି ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱ

ବଲାଙ୍ଗୀର,୪ା୩(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋକ ସଭା ଆସନ ଅଧୀନରେ ବଲାଙ୍ଗୀର ଜିଲାର ୫ ଏବଂ ସୁବର୍ଣ୍ଣପୁର ଜିଲାର ୨ଟିକୁ ମିଶାଇ ୭ଟି ବିଧାନସଭା ଆସନ ରହିଛି। ୨୦୧୯ ନିର୍ବାଚନରେ ଭାଜପାରୁ ସଙ୍ଗୀତା କୁମାରୀ ସିଂଦେଓ, ବିଜେଡିରୁ କଳିକେଶ ନାରାୟଣ ସିଂଦେଓ ଏବଂ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହୋଇଥିଲେ। ଭାଜପା ପ୍ରାର୍ଥୀ ସଙ୍ଗୀତା ସଂଦେଓ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୪ ନିର୍ବାଚନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏଥର କଲିକେଶ ବଲାଙ୍ଗୀର ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଗତ କିଛିଦିନ ହେଲା ସେ ଏଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗଁା ଓ ସହରରେ ବୁଲି ଅଧିକ ସମୟ ଦେଉଛନ୍ତି। ଏଭଳି ସ୍ଥିତିରେ ବିଜେଡିର ଲୋକ ସଭା ପ୍ରାର୍ଥୀ କିଏ ହେବେ ସେ ନେଇ ଅଧିକ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ପ୍ରଥମରୁ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏଥର ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। ତେବେ ତାଙ୍କ ନଁା ଚର୍ଚ୍ଚାକୁ ଆସିବା ପରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା। ଜଣେ ଅଫିସର ଭାବେ ତାଙ୍କୁ ଲୋକେ ଯେତିକି ଚିହ୍ନିଛନ୍ତି ନେତା ଭାବେ ସେତିକି ଗ୍ରହଣ କରିବେ କି ନାହିଁ ସେନେଇ ବି ଆଲୋଚନା ହେଲା। ଏହାପରେ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁ, ସୋନପୁର ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ରାଜ୍ୟ ସଭା ସଦସ୍ୟ ତଥା ଆଦିବାସୀ ନେତା ନିରଞ୍ଜନ ବିଶି ଏବଂ ପାଟଣାଗଡ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସରୋଜ ମେହେର ବିଜେଡିର ଲୋକ ସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଉପରୋକ୍ତ ନେତା, ମନ୍ତ୍ରୀ ଓ ବିଧାୟକଙ୍କ ଘନିଷ୍ଠ ସମର୍ଥକ ଓ କର୍ମୀ ମହଲରେ ହେଉଥିବା ଚର୍ଚ୍ଚାକୁ ବିଶ୍ଳେଷଣ କଲେ ବିଜେଡିର ସବୁ ଟାଣୁଆ ବିଧାୟକ ଓ ମନ୍ତ୍ରୀ ନିଜ ନିଜ ବିଧାନସଭାର ସୁରକ୍ଷିତ ଆସନ ଛାଡି ଲୋକ ସଭା ଆସନରେ ପ୍ରାର୍ଥୀ ହେବାକୁ ଅନିଚ୍ଛୁକ ବୋଲି ଖୋଲାଖୋଲି ଆଲୋଚନା ହେଉଛି। ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପରେ ଲୋକ ସଭା ନିର୍ବାଚନରେ ବେଶୀ ଫାଇଦା ଭାଜପା ସପକ୍ଷରେ ଯିବ ବୋଲି ଚର୍ଚ୍ଚା ହେଉଛି। ଏସବୁ ଶୁଣିଦେଲେ ଅନେକଙ୍କୁ ପରାଜୟ ଭୟ ଘାରୁଛି। ଅନ୍ୟପଟେ ଲୋକ ସଭା ଆସନକୁ ନେଇ ବିଜେଡି ଓ ଭାଜପା ଉଚ୍ଚନେତୃତ୍ୱ ସ୍ତରରେ କାଳେ ଗୁପ୍ତ ବୁଝାମଣା ହୋଇଯିବ ଏବଂ ଏହାର ସବୁ ଫାଇଦା ଭାଜପା ସପକ୍ଷରେ ଚାଲିଯିବ, ସେହି ଭୟ ବି ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଘାରୁଛି। ଏଭଳି ପରିସ୍ଥିତିରେ ବିଜେଡିର କଥିତ ଭୀତତ୍ରସ୍ତ ମନ୍ତ୍ରୀ, ବିଧାୟକ ଓ ନେତାମାନେ ସେମାନଙ୍କୁ କିଭଳି ଦଳୀୟ ଲୋକ ସଭା ପ୍ରାର୍ଥୀ ନକରି ବିଧାନସଭା ପ୍ରାର୍ଥୀ କରିବେ ସେଥିପାଇଁ ଉପର ସ୍ତରରେ ନିଜ ନିଜ ଲବିରେ ମାତିଥିବା ଚର୍ଚ୍ଚା ଜୋର ଧରିଛି। ଅନେକ ନେତା ଓ ମନ୍ତ୍ରୀ କୁଆଡେ ଗୋଇନ୍ଦା ବିଭାଗ ଅଧିକାରୀଙ୍କୁ ଗୋପନ ଅନୁସନ୍ଧାନ ରିପୋର୍ଟ ମାଗିବାରେ ଲାଗିପଡିଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ଦଳର ଜଣେ ଆଦିବାସୀ ନେତାଙ୍କୁ ବିଜେଡି ଲୋକ ସଭା ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦିଆଯାଇଥିବା କୁହାଯାଉଛି। ସେଇ ନେତା ଜଣକ ବି କୁଆଡେ ଲୋକ ସଭା ପ୍ରାର୍ଥୀ ପାଇଁ ରାଜି ନହୋଇ ବିଧାୟକ ପ୍ରାର୍ଥୀ ପଦ ଦାବି କରିଥିଲେ। ଉଭୟ ପକ୍ଷରୁ ସହମତି ନହେବାରୁ ସେଇ ନେତା ଜଣକ ଘରକୁ ଫେରି ଆସିଥିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ସ୍ଥିତିରେ ଦଳୀୟ ହାଇକମାଣ୍ଡ କାହାକୁ ଲୋକ ସଭା ପ୍ରାର୍ଥୀ ଘୋଷଣା କରିବେ ତାକୁ ନେଇ କଳ୍ପନାଜଳ୍ପନା ଓ ଦ୍ୱନ୍ଦ୍ୱ ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri