ଏସ୍‌ସିବିରେ ଚିନ୍ତା ବଢ଼ାଇଲାଣି ସଂକ୍ରମଣ

କଟକ ଅଫିସ,୨୬ା୮: ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ପରିମାଣରେ ବଢ଼ିଚାଲିଛି, ତାହା ରୋଗୀ ଓ କର୍ତ୍ତୃପକ୍ଷଙ୍କୁ ଆଶଙ୍କାରେ ପକାଇଲାଣି। ରୋଗୀ ତ ଭୟଭୀତ, ଅନ୍ୟପକ୍ଷରେ କର୍ତ୍ତୃପକ୍ଷ ମଧ୍ୟ ମାନବ ସମ୍ବଳ ସଙ୍କଟର ସାମ୍ନା କରୁଛନ୍ତି। କାରଣ ବହୁସଂଖ୍ୟାରେ ଡାକ୍ତର, ସେବିକା ଓ ଅନ୍ୟ କର୍ମଚାରୀ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି। ସେମାନେ କୋଭିଡ୍‌ ହସ୍ପିଟାଲକୁ ଯିବା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀ ସଙ୍ଗରୋଧରେ ରହିବା ପରେ ଏସ୍‌ସିବିର ବିଭିନ୍ନ ବିଭାଗରେ ରୋଗୀସେବା ବ୍ୟାହତ ହୋଇଛି। ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ମଧ୍ୟ ସମାନ ଅବସ୍ଥା। ଏହା ବ୍ୟତୀତ କଟକ ସହରରେ ଥିବା ସିଟି ହସ୍ପିଟାଲ, ଶିଶୁଭବନ ଓ ଅନ୍ୟ ବେସରକାରୀ ହସ୍ପିଟାଲରେ ସଂଖ୍ୟାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ମଧ୍ୟ ଚିନ୍ତା ବଢ଼ାଇଛି।
କରୋନା କବଳରେ ଶତାଧିକ ଡାକ୍ତର, କର୍ମଚାରୀ
ଅଗଷ୍ଟ ୨୪ ସୁଦ୍ଧା କଟକ ସହରର ସବୁ ପ୍ରମୁଖ ହସ୍ପିଟାଲରୁ ୧୭୪୮ ଜଣ ଆକ୍ରାନ୍ତ ବାହାରିଛନ୍ତି। ସେଥିରୁ ଏସ୍‌ସିବିରେ ସର୍ବାଧିକ ୧୩୭୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରୋଗୀ ଓ ସମ୍ପର୍କୀୟଙ୍କ ବ୍ୟତୀତ ସର୍ବାଧିକ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏଯାବତ୍‌ ଏସ୍‌ସିବିରୁ ୫୮ ଜଣ ଡାକ୍ତର, ୧୨ ସେବିକା, ୪ ଫାର୍ମାସିଷ୍ଟ, ୭ ଟେକ୍ନିସିଆନ, ୨୦ କିରାଣି, ୫ ନିରାପତ୍ତାରକ୍ଷୀ, ୧୨ ପୋଲିସ କର୍ମଚାରୀ, ୩୦ ଆଟେଣ୍ଡାଣ୍ଟ ଓ ୪ ଜଣ ହଷ୍ଟେଲ, କ୍ୟାଣ୍ଟିନ କର୍ମଚାରୀ କରୋନାରେ ପୀଡ଼ିତ ହୋଇଛନ୍ତି।
ଏସ୍‌ସିବିର ମେଡିସିନ ବିଭାଗରୁ ସର୍ବାଧିକ ଡାକ୍ତର ଆକ୍ରାନ୍ତ ହୋଇଛନ୍ତି। ଏଠାରୁ ପ୍ରଥମେ ଜଣେ ଆସିଷ୍ଟାଣ୍ଟ ସର୍ଜନ ଓ ପରେ ହାଉସ୍‌ ସର୍ଜନ, ପିଜି ଡାକ୍ତରୀ ଛାତ୍ରଙ୍କୁ ମିଶାଇ ୩୧ ଡାକ୍ତର, ୩ ସେବିକା କରୋନା କବଳରେ ପଡ଼ିଲେଣି। ଆଇସୋଲେଶନ ୱାର୍ଡରୁ ସବୁଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଓ ଦୈନିକ ୩ ସନ୍ଦିଗ୍ଧଙ୍କ ମୃତ୍ୟୁ ହେଉଛି। ସେହିପରି ସୁପର ସ୍ପେଶିଆଲିଟି ଆଉଟ୍‌ଡୋରରୁ ପ୍ରତି ଓପିଡି ବାରରେ ପ୍ରାୟ ୮ ଜଣ ପଜିଟିଭ ବାହାରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏଠାରୁ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ନ୍ୟୁରୋ ସର୍ଜରୀରୁ ୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କାଜୁଆଲିଟି, ଟ୍ରମା କେୟାରରେ ଜୁଲାଇ ୭ରୁ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେବାଠାରୁ ଦୈନିକ ପ୍ରାୟ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗରୁ ଜଣେ ପିଜି ଛାତ୍ରୀ ଓ ଆଉ ୨ଜଣ ଡାକ୍ତର ଆକ୍ରାନ୍ତ ହୋଇଥିଲେ। ନେଫ୍ରୋଲୋଜି ବିଭାଗର ଦୁଇ ବରିଷ୍ଠ ପ୍ରଫେସର ଓ ଜଣେ ପିଜି ଡାକ୍ତରୀ ଛାତ୍ର ଆକ୍ରାନ୍ତ ହୋଇଛନ୍ତି। ୟୁରୋଲୋଜି ବିଭାଗର ମଧ୍ୟ ଜଣେ ବରିଷ୍ଠ ପ୍ରଫେସର କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ମାଇକ୍ରୋବାୟୋଲୋଜି ବିଭାଗରୁ ୩ ଡାକ୍ତର ଓ ୭ ଟେକ୍ନିସିଆନ୍‌ ଆକ୍ରାନ୍ତ ହୋଇସାରିଛନ୍ତି। ସେହିପରି ରାଡିଓଲୋଜି ବିଭାଗ ଅଧୀନରେ ଥିବା ସିଟି ସ୍କାନ ଓ ଏମ୍‌ଆର୍‌ଆଇରୁ ମଧ୍ୟ ୨ ଟେକ୍ନିସିଆନ ଚିହ୍ନଟ ହୋଇଛନ୍ତି। କାର୍ଡିଓଲୋଜି ବିଭାଗରୁ ଏଯାବତ୍‌ ଜଣେ ଡାକ୍ତର ଓ ୮ରୋଗୀ ଚିହ୍ନଟ ହୋଇସାରିଛନ୍ତି। ନିଶ୍ଚେତକ ବିଭାଗର ୫ ଡାକ୍ତର ବିଭିନ୍ନ ବିଭାଗ ରୋଗୀଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଇଏନ୍‌ଟି ବିଭାଗରୁ ୨ ଡାକ୍ତର, ମାନସିକ ରୋଗ ବିଭାଗରୁ ଜଣେ ଫାର୍ମାସିଷ୍ଟ ପଜିଟିଭ ବାହାରିଛନ୍ତି। ପଲମୋନାରୀ ମେଡିସିନ ବିଭାଗରୁ ୩ ଡାକ୍ତର, ଜଣେ ଆଟେଣ୍ଡାଣ୍ଟଙ୍କ ରିପୋର୍ଟ ପଜିଟିଭ ଆସିଛି। ସ୍ତ୍ରୀରୋଗ ବିଭାଗର ୧୨ ପଜିଟିଭରୁ ୨ଜଣ ସେବିକା ରହିଛନ୍ତି। ଜେନେରାଲ ସର୍ଜରୀରୁ ୩ ଡାକ୍ତର, ୨ ଆଟେଣ୍ଡାଣ୍ଟ, ଗ୍ୟାଷ୍ଟ୍ରୋଲୋଜି ଓ ଫିଜିଓଲୋଜି ବିଭାଗରୁ ଜଣେ ଲେଖାଏ ଡାକ୍ତର, ଡେଣ୍ଟାଲ ବିଭାଗରୁ ଜଣେ ପ୍ରଫେସରଙ୍କ ସମେତ ୪ ଡାକ୍ତର ଓ ୭ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି।
ଏସ୍‌ସିବି ଅଧୀକ୍ଷକ ଓ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ମଧ୍ୟ ସଂକ୍ରମଣ ବ୍ୟାପିଛି। ସେଠାରୁ ପ୍ରାୟ ୧୩ କର୍ମଚାରୀ ଆକ୍ରାନ୍ତ ହୋଇଥିଲେ। ଏସ୍‌ସିବି ମେଡିକାଲ ଫାଣ୍ଡିର ୨୭ କର୍ମଚାରୀଙ୍କ ମଧ୍ୟରୁ ୧୨ ଜଣ ସଂକ୍ରମିତ ହୋଇଛନ୍ତି। ସିଡିଏମ୍‌ଓ ଡା. ସତ୍ୟବ୍ରତ ଛୋଟରାୟ କହିଛନ୍ତି ଯେ, ଏବେ ସଂକ୍ରମଣ ଶୀର୍ଷ ଅବସ୍ଥାରେ। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସ୍ବାଭାବିକ। ଏସ୍‌ସିବି କ୍ଷେତ୍ରରେ ଟେଷ୍ଟିଂ ବ୍ୟବସ୍ଥା ଆହୁରି କଡ଼ାକଡ଼ି କରିବାର ଆବଶ୍ୟକ ରହିଛି। ଏଠାକୁ ଯିଏ ଆସିବ ସମସ୍ତଙ୍କ ପରୀକ୍ଷା କରାଯିବା ଅନିବାର୍ଯ୍ୟ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri