ହ୍ବାଟସ୍‌ଆପ୍‌ର ବଡ଼ ପଦକ୍ଷେପ, ଥାର୍ଡ ପାର୍ଟି ଆପ୍‌ ଦେଖିପାରିବେନି ୟୁଜରଙ୍କ ଅନ୍‌ଲାଇନ୍‌ ତଥ୍ୟ…

ନୂଆଦିଲ୍ଲୀ, ୧୪।୧୨: ହ୍ବାଟସଆପ୍‌ ପକ୍ଷରୁ ଏକ ନୂତନ ଗୋପନୀୟତା ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଅଜଣା ବ୍ୟକ୍ତିଙ୍କୁ ୟୁଜରଙ୍କ ଲାଷ୍ଟ୍‌ ସିନ୍‌ ଦେଖିବା ଏବଂ ଅନଲାଇନ ସ୍ଥିତିକୁ ଦେଖିବାକୁ ଦେବ ନାହିଁ। ଏହି ନୂତନ ବୈଶିଷ୍ଟ୍ୟ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ସକ୍ଷମ ଡିଭାଇସ ପାଇଁ ରୋଲ ଆଉଟ ହୋଇଛି। ୱେବଟାଇମ୍ଫୋ ରିପୋର୍ଟ ଅନୁଯାୟୀ ଆଣ୍ଡ୍ରଏଡରେ ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆଇଓଏସରେ ଆପଲ ଆପ ଷ୍ଟୋର୍‌ର କେତେକ ଥାର୍ଡ ପାର୍ଟି ଆପ ୟୁଜରଙ୍କ ’ଅନଲାଇନ’ ସ୍ଥିତି ସମୟ ଏବଂ ’ଶେଷ ଦେଖାଯାଇଥିବା ସିନ୍‌’ ସମୟକୁ ଲଗ କରିବା ଲାଗି ଆକ୍ସେସ୍‌ କରିବାର ଆଶଙ୍କା ରହିଥାଏ।

ଏଭଳି ଆପ୍‌ ଗୁଡ଼ିକୁ ଯେପରି ୟୁଜରଙ୍କ ଡାଟା ଆକ୍ସେସ୍‌ ନ କରିପାରିବେ ସେଥିପାଇଁ ହ୍ବାଟସ୍‌ ଆପ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରଣୟନ କରାଯାଇଛି।

ୱେବଟାଇମ୍ଫୋ ଅନୁଯାୟୀ, ଉପଭୋକ୍ତାଙ୍କୁ ସୁରକ୍ଷା ଦେବା ପାଇଁ ଏହି ନୂତନ ବୈଶିଷ୍ଟ୍ୟ ଅଣାଯାଇଛି। ଫଳରେ ଥାର୍ଡ ପାର୍ଟି ଆପ୍‌ ୟୁଜରଙ୍କ ଅନ୍‌ଲାଇନ୍‌ ତଥ୍ୟ ଆଉ ଦେଖିପାରିବେନି। ହ୍ବାଟସ୍‌ ଆପ ନିକଟରେ ଘୋଷଣା କରିଛି ଯେ ଏହାର ୟୁଜରମାନେ ସମସ୍ତ ନୂତନ ଚାଟ ପାଇଁ ଡିଫଲ୍ଟ ଭାବରେ ଅଦୃଶ୍ୟ ବାର୍ତ୍ତା ଟର୍ନ ଅନ କରିବାର ବିକଳ୍ପ ପାଇବେ।

ମେଟା ଦ୍ୱାରା ପରିଚାଳିତ ପ୍ଲାଟଫର୍ମ କହିଛି ଯେ ଏହା ଅଦୃଶ୍ୟ ବାର୍ତ୍ତା ପାଇଁ ୭ ଦିନର ବିଦ୍ୟମାନ ବିକଳ୍ପ ସହିତ ୨୪ ଘଣ୍ଟା ଏବଂ ୯୦ଦିନର ଦୁଇଟି ନୂତନ ବିକଳ୍ପ ଅନ୍ତର୍ଭୁକ୍ତ କରିଛି। ହ୍ବାଟସ୍‌ ଆପ ଏକ ବିବୃତ୍ତିରେ କହିଛି, ସମସ୍ତ ଚାଟ ଯାହା ୟୁଜର କିମ୍ବା ଅନ୍ୟ କେହି ଆରମ୍ଭ କରିଥାନ୍ତି ତାହା ୟୁଜରଙ୍କ ମନୋନୀତ ସମୟ ମଧ୍ୟରେ ଅଦୃଶ୍ୟ ହୋଇଯିବ।

ଗ୍ରୁପ୍‌ ଚାଟ ଲାଗି ଏଥିରେ ଏକ ନୂତନ ବିକଳ୍ପ ଯୋଡାଯାଇଛି। ଏହି ନୂତନ ବୈଶିଷ୍ଟ୍ୟ ସମ୍ପୂର୍ଣ୍ଣ ଇଛାଧିନ। ଏହାଦ୍ୱାରା ୟୁଜରଙ୍କର କୌଣସି ବିଦ୍ୟମାନ ଚାଟ ପରିବର୍ତ୍ତନ କିମ୍ବା ବିଲୋପ ହେବ ନାହିଁ ବୋଲି କମ୍ପାନୀ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri