ପିଲାଙ୍କୁ ସିଟ ଯୋଗାଇବା ନେଇ ଚିନ୍ତା

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ପାସ୍‌ କରିବା ପରେ ଯୁକ୍ତ ୨ରେ ସମସ୍ତଙ୍କୁ ସିଟ ଯୋଗାଇଦେବା ନେଇ ଉଚ୍ଚଶିକ୍ଷା ବିଭାଗର ଚିନ୍ତା ବଢ଼ିଛି। ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ କରିଛନ୍ତି। ମାତ୍ର ରାଜ୍ୟର କଲେଜଗୁଡ଼ିକରେ +୨ ପ୍ରଥମ ବର୍ଷ ପାଇଁ ମୋଟ ୫ଲକ୍ଷ ୯ହଜାର ସିଟ ରହିଛି। ତେଣୁ ପିଲାଙ୍କୁ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ନାମ ଲେଖାଇବା ବଦଳରେ ଧନ୍ଦାମୂଳକ ଶିକ୍ଷା ପ୍ରତି ଆକର୍ଷିତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରୟାସ ଆରମ୍ଭ କରିଛି। ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରତି ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ସ୍କୁଲ ସ୍ତରରେ ପିଲାଙ୍କୁ ଏନେଇ ପ୍ରୋତ୍ସାହିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି।
ରାଜ୍ୟରେ ଏବେ ୨୩୧ ସରକାରୀ ଧନ୍ଦାମୂଳକ ସେକେଣ୍ଡାରୀ ସ୍କୁଲ ରହିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ସାଧାରଣ ପାଠପଢ଼ା ଅପେକ୍ଷା ପିଲାମାନେ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇଲେ ରୋଜଗାରକ୍ଷମ ହେବା ସହ ନିଜସ୍ବ ଅନୁଷ୍ଠାନ ଆରମ୍ଭ କରିପାରିବେ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି। ବ୍ୟକ୍ତିତ୍ୱ ବିକାଶ ସାଙ୍ଗକୁ କୁଶଳୀ କାରିଗର ଚାହିଦା ଏହାଦ୍ୱାରା ପୂରଣ କରାଯାଇପାରିବ। ଏନେଇ ବିଦ୍ୟାଳୟ ସ୍ତରରେ ସଚେତନତା ସୃଷ୍ଟି କରାଯିବ। ବିଇଓ ଅଫିସ, ସିଆର୍‌ସିସି ଅଫିସ ଏବଂ ହାଇସ୍କୁଲର ନୋଟିସ ବୋର୍ଡରେ ଏ ସମ୍ପର୍କରେ ସୂଚିତ କରି ଛାତ୍ରୀଛାତ୍ରଙ୍କୁ ଜଣାଇବାକୁ କୁହାଯାଇଛି। ଏହାଛଡ଼ା ପଦକ୍ଷେପ ସମ୍ପର୍କରେ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କୁ ସଚେତନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏଗ୍ରିକଲଚର, ହେଲଥ୍‌ ଆଣ୍ଡ ପାରାମେଡିକାଲ, ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି, ହୋମସାଇନ୍ସ ଏବଂ ହ୍ୟୁମାନିଟିଜ୍‌ ଆଦି ୬ଟି କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷା ପାଇଁ ପିଲାଙ୍କୁ ପ୍ରବର୍ତ୍ତାଯିବ। ଜଣେ ଛାତ୍ରୀ ବା ଛାତ୍ର କେବଳ ଗୋଟିଏ ଧନ୍ଦାମୂଳକ ବିଷୟରେ ନାମ ଲେଖାଇପାରିବେ।
ସୂଚନାଥାଉ କି, ମୟୂରଭଞ୍ଜ ଜିଲାରେ ସର୍ବାଧିକ ୧୭ଟି ବିଦ୍ୟାଳୟରେ ଧନ୍ଦାମୂଳକ ପାଠ୍ୟକ୍ରମ ବ୍ୟବସ୍ଥା ରହିଛି। ସେହିପରି କଟକ ଜିଲାରେ ୧୪, ଗଞ୍ଜାମରେ ୧୩, ସୁନ୍ଦରଗଡ଼, ଯାଜପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲାରେ ୧୨ଟି ଲେଖାଏ, ବାଲେଶ୍ୱର ଭଦ୍ରକ ଓ ଜଗତ୍‌ସିଂହପୁର ଜିଲାରେ ୧୧ଟି ଲେଖାଏ, ଢେଙ୍କାନାଳ ଓ ପୁରୀ ଜିଲାରେ ୧୦ଟି ଲେଖାଏ ବିଦ୍ୟାଳୟରେ ଧନ୍ଦାମୂଳକ ପାଠ୍ୟକ୍ରମ ବ୍ୟବସ୍ଥା ଅଛି। କେନ୍ଦୁଝରରେ ୯ଟି, କଳାହାଣ୍ଡି ଓ କୋରାପୁଟରେ ୭ଟି ଲେଖାଏ, ଅନୁଗୋଳ, ବରଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୬ଟି ଲେଖାଏ, କନ୍ଧମାଳରେ ୫ଟି, ଗଜପତି, ରାୟଗଡ଼ା ଓ ସମ୍ବଲପୁର ଜିଲାରେ ୪ଟି ଲେଖାଏ, ନୂଆପଡ଼ା, ଦେବଗଡ଼ ଓ ସୁବର୍ଣ୍ଣପୁର ଜିଲାରେ ୩ଟି ଲେଖାଏ, ବୌଦ୍ଧ, ମାଲକାନଗିରି ଓ ନବରଙ୍ଗପୁର ଜିଲାର ୨ଟି ଲେଖାଏ ବିଦ୍ୟାଳୟରେ ବିଭିନ୍ନ ଧନ୍ଦାମୂଳକ ପାଠ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?