ରାହାଡ଼ପୁର ପାହାଡ଼ ନିକଟରେ ଧାରଣା

ଯାଜପୁର ଅଫିସ/କବାଟବନ୍ଧ, (ଡି.ଏନ.ଏ.)୩।୫ : ପ୍ରଶାସନିକ ଅଧିକାରୀ ଓ ଖଣି ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ବନ୍ଦ କର। କେତେ ଟଙ୍କା ଲାଞ୍ଚ ନେଇ ମୁହଁ ବନ୍ଦ କରିଛ। ଧର୍ମଶାଳା ତହସିଲ ହାଏ ହାଏ। ସରକାରଙ୍କ ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କୁ ଗିରଫ କର। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଚାଲିଥିବା ଲଘୁ ଖଣିଜ ଦ୍ରବ୍ୟ ଲୁଟ ଅଭିଯୋଗ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳବାସୀ ଅନେକ ପ୍ରକାର ଲିଖିତ ଫ୍ଲାକାର୍ଡ ଧରି ଏଭଳି ନାରାବାଜି କରିଛନ୍ତି। ବାୟୁ ଓ ଶବ୍ଦ ପ୍ରଦୂଷଣରେ ଅତିଷ୍ଠ ଅଞ୍ଚଳବାସୀଙ୍କ ଏହି ଆନ୍ଦୋଳନ ଜିଲା ପ୍ରଶାସନର ପାରିବାପଣିଆ ଏବଂ ସ୍ବଚ୍ଛତାକୁ ନେଇ ପୁଣି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳା ତହସିଲରେ ଲଘୁ ଖଣିଜ ଦ୍ରବ୍ୟ ହରିଲୁଟ, ଦୁର୍ନୀତି, ପ୍ରୀୟାପ୍ରୀତିକୁ ନେଇ ନିୟମିତ ଭାବେ ଆନ୍ଦୋଳନ ଏବଂ ଲୋକାୟୁକ୍ତ, ହାଇକୋର୍ଟ ଓ ଏନ୍‌ଜିଟିରେ ମାମଲା ରୁଜୁ ହୋଇ ସାରା ରାଜ୍ୟରେ ବଦନାମ ହେଉଥିଲେ ହେଁ କିଛି ଲାଭ ହେଉନାହିଁ। ବରଂ ଚୋର ମୁହଁ ଟାଣ ନୀତିରେ ମୂଲ୍ୟବାନ କଳାପଥର ହରିଲୁଟ ଅଭିଯୋଗ ବଢିବଢି ଚାଲିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଗତ ସେପ୍ଟେମ୍ବରରେ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି(ଏସିଡିସି) ବୈଠକରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ଦିଆଯାଇଥିବା ପ୍ରତିଶ୍ରୁତି ବି ଫସର ଫାଟିଛି। ସଂପୃକ୍ତ ତହସିଲ ପ୍ରଶାସନିକ ଅଧିକାରୀମାନେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ କେବଳ ପତ୍ର ଲେଖି ନୀରବି ଯାଉଛନ୍ତି। ଜିଲାପାଳ ମଧ୍ୟ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିଜର ପଦମର୍ଯ୍ୟାଦା ହରାଉଥିବା ସାଧାରଣରେ ମତପ୍ରକାଶ ପାଇଛି।
ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡ଼ପୁର ପାହାଡ଼ରେ ହେଉଥିବା ୱାଗନ ବ୍ଳାଷ୍ଟିଂ ଓ ଅଣ ଲିଜ୍‌ ଖାଦାନରୁ ପଥର ଉତ୍ତୋଳନକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ମଙ୍ଗଳବାର ପାହାଡ଼ ନିକଟରେ ଧାରଣା ଦେଇଛନ୍ତି। ପାହାଡ଼ରେ ହେଉଥିବା ବେଆଇନ ବ୍ଳାଷ୍ଟିଂ ଓ ବିନା ଲିଜ୍‌ରେ କଳାପଥର ଲୁଟ୍‌ କାରବାରକୁ ବନ୍ଦ କରିବା, ସ୍ଥାନୀୟ ଲୋକଙ୍କୁ ଖାଦାନରେ କାମ ଦେବା ଇତ୍ୟାଦି ଦାବି କରି ଧର୍ମଶାଳା ତହସିଲ ଓ ଯାଜପୁର ଜିଲାପାଳଙ୍କୁ ପୂର୍ବରୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଫଳରେ ଅସନ୍ତୋଷ ଅଞ୍ଚଳବାସୀ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନରେ ଦୁଃଶାସନ ଘଡେଇ, ଅରୁଣ କୁମାର ଭାରତି, କଳ୍ପତରୁ ମଲିକ, ସରୋଜ ମଲିକ, ବଳଦେବ, ରାଉତ, ବାବୁଲି ଜେନା, ନିତ୍ୟାନନ୍ଦ ବେହେରା, ହିମାଂଶୁ ଶେଖର ସ୍ବାଇଁ ପ୍ରମୁଖ ସାମିଲ ହୋଇଛନ୍ତି। ଦାବି ପୁରଣ ନ ହେବା ଯାଏ ଏହି ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। କେବଳ ରାହାଡ଼ପୁର ନୁହେଁ ଆରୁହା, ବାଜବାଟୀ, ଲୁଣିବର, ଡଙ୍କାରୀ ଇତ୍ୟାଦି ୫୦ରୁ ଊର୍ଦ୍ଧ୍ୱ ଖାଦାନରୁ ବେଆଇନ ଲୁଟ ଚାଲିଛି। ଆରୁହା ପାହାଡ଼ର ସୈରାତ ନମ୍ବର ୩୪/୨୦୨୧-୨୨ରୁ ଲିଜ୍‌ଧାରୀଙ୍କୁ ୫ ବର୍ଷ ପାଇଁ ୭୦ ହଜାର ଘନମିଟର କଳାପଥର ଉତ୍ତୋଳନ କରିବାକୁ ଅନୁମତି ମିଳିଥିବାବେଳେ ମାତ୍ର ୯ ମାସରେ ଏହାର ବହୁଗୁଣ ୧ ଲକ୍ଷ ୮ ହଜାର ଘନମିଟର କଳାପଥର ଉତ୍ତୋଳନ ହୋଇଛି। ପ୍ରଶାସନ ପକ୍ଷରୁ ଗତ ମାର୍ଚ୍ଚ ୧୧ ତାରିଖରେ ହୋଇଥିବା ସାଟେଲାଇଟ୍‌ ମାପଚୁପରେ ଏହା ଜଣାପଡିଛି। ଏନେଇ ତହସିଲ ପ୍ରଶାସନ ପକ୍ଷରୁ ଗତ ୧୫ ତାରିଖରେ ଲିଜ୍‌ଧାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଛି। କେବଳ ଆରୁହା ନୁହେଁ ଅନ୍ୟ ଖାଦାନଗୁଡିକରୁ ମଧ୍ୟ ଲୁଟ୍‌ କାରବାର ଜୋରସୋର ଚାଲିଥିବା ଅଭିଯୋଗ ହେଉଥିଲେ ବି ତହସିଲ ପ୍ରଶାସନର ନୀରବଦ୍ରଷ୍ଟା ସେମାନଙ୍କ କାର୍ଯ୍ୟ ସ୍ବଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳା ତହସିଲଦାରଙ୍କୁ ଏନେଇ କେହି ପଚାରିବାକୁ ଉଦ୍ୟମ କଲେ ତାଙ୍କ କଥା ମଧ୍ୟ ଶୁଣିବାକୁ ପସନ୍ଦ କରୁନାହାନ୍ତି। ଏଥିରୁ ତାଙ୍କ ପଛରେ ବହୁ ପ୍ରଭାବଶାଳୀ ନେତାଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି। ଏନେଇ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ମଙ୍ଗଳବାର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri