Posted inଜାତୀୟ

ଦିଲ୍ଲୀରେ ରାଜନୈତିକ ବିସ୍ଫୋରଣକୁ ଅପେକ୍ଷା

ମୁମ୍ବାଇ/ନୂଆଦିଲ୍ଲୀ,୩ା୫: ଏପ୍ରିଲ ୧୯ରେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ କହିଥିଲେ, ୧୫ ଦିନ ମଧ୍ୟରେ ଦୁଇଟି ବଡ଼ ବିସ୍ଫୋରଣ ଘଟିବାକୁ ଯାଉଛି, ଗୋଟିଏ ଦିଲ୍ଲୀରେ ଓ ଅନ୍ୟଟି ମହାରାଷ୍ଟ୍ରରେ। ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର ଭାଜପା ଆଡ଼କୁ ଢଳୁଥିବାବେଳେ ଏନ୍‌ସିପିର ବାରାମତୀ ଏମ୍‌ପି ସୁପ୍ରିୟା ଏହା ପ୍ରକାଶ କରିଥିଲେ। ପାଓ୍ବାର ଦଳୀୟ ମଙ୍ଗ ଛାଡ଼ିବା ଘୋଷଣା ଯଦି ଗୋଟିଏ ବିସ୍ଫୋରଣ ହୋଇଥାଏ ତେବେ ଅନ୍ୟଟି କ’ଣ? ଦିନେ ଦୁଇଦିନ ମଧ୍ୟରେ ଦିଲ୍ଲୀ ରାଜନୀତିରେ ମଧ୍ୟ କିଛି ବଡ଼ ପରିବର୍ତ୍ତନ ହୋଇପାରେ କି? ବର୍ତ୍ତମାନ ଏଭଳି କିଛି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛନ୍ତି ରାଜନୈତିକ ବିଶ୍ଳେଷକ।

 

ମହାରାଷ୍ଟ୍ର ପ୍ରତିଷ୍ଠା ଦିବସରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ଦଳର ମଙ୍ଗ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ଏହା ପରେ ତାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ କସରତ ଆରମ୍ଭ ହୋଇଛି। ବରିଷ୍ଠ ଏନ୍‌ସିପି ନେତା ତଥା ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର ଏବଂ ଝିଅ ସୁପ୍ରିୟା ସୁଲେଙ୍କ ମଧ୍ୟରୁ ଜଣେ ଦଳର ନୂଆ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ପାଓ୍ବାର ନିଜ ନିଷ୍ପତ୍ତି ପ୍ରତ୍ୟାହାର ନ କରିବା ଯାଏ ସଭାସ୍ଥଳ ଛାଡ଼ିବେ ନାହିଁ ବୋଲି ଦଳର ବହୁ ନେତା ଓ କର୍ମୀ କହିଥିଲେ। ଏହାସତ୍ତ୍ୱେ ଅପରାହ୍ନ ୨ଟା ୩୦ରେ ପାଓ୍ବାର ନିଜ ‘ସିଲ୍‌ଭର ଓକ୍‌’ ବାସଭବନକୁ ଫେରିଯାଇଥିଲେ। ପାଓ୍ବାର ଏଭଳି ସମୟରେ ଏନ୍‌ସିପି ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଘୋଷଣା କରିଛନ୍ତି ଯେତେବେଳେ ଅଜିତ ଭାଜପା ଆଡ଼କୁ ଢଳୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅଜିତ କହିଛନ୍ତି, ପାଓ୍ବାର ସାହେବ ଏନ୍‌ସିପି ନେତୃତ୍ୱରେ ପରିବର୍ତ୍ତନ ନେଇ କିଛିଦିନ ପୂର୍ବେ କହିଥିଲେ। ତେଣୁ ନିଜ ବୟସ ଓ ସ୍ବାସ୍ଥ୍ୟ ଦୃଷ୍ଟିରୁ ସେ ଏହି ନିଷ୍ପତ୍ତି ନେଇଥିବା ଆମେ ମନେକରିବା ଉଚିତ। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ବିରୋଧରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାରେ ପାଓ୍ବାର ଉଦ୍ୟମ ଚଳାଇଥିବାବେଳେ ସେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ୪ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ପାଓ୍ବାର କେନ୍ଦ୍ରରେ ପ୍ରତିରକ୍ଷା ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିଲେ। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଏନ୍‌ସିପି ଏବଂ କଂଗ୍ରେସକୁ ଦୁଇଦଳର ଆଦର୍ଶଗତ ଶତ୍ରୁ ଶିବସେନା ସହ ମିଶାଇ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ସରକାର ଗଠନ କରାଇବାରେ ସଫଳ ହୋଇଥିଲେ। ମହାରାଷ୍ଟ୍ର ଷ୍ଟ୍ରଙ୍ଗ୍‌ମ୍ୟାନ୍‌ଙ୍କ ଉଦ୍ଦେଶ୍ୟ ଥିଲା ଭାଜପାକୁ କ୍ଷମତାରୁ ଦୂରେଇ ରଖିବା। ଏନେଇ ତାଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ତଥା ବର୍ତ୍ତମାନର କଂଗ୍ରେସ ନେତା ତାରିକ୍‌ ଅନ୍‌ଓ୍ବର କହିଛନ୍ତି, ପାଓ୍ବାର ଭବିଷ୍ୟତ ପାଇଁ ନିଶ୍ଚିତ ଭାବେ କିଛି ଯୋଜନା କରିଥିବେ। କାରଣ ବିନା କୌଣସି ପୂର୍ବ ଯୋଜନାରେ ସେ କିଛି ନିଷ୍ପତ୍ତି ନେଇ ନ ଥାଆନ୍ତି ବୋଲି ଏନ୍‌ସିପିର ସହ ପ୍ରତିଷ୍ଠାତା ଅନ୍‌ଓ୍ବର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?