କିମ୍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୭ା୭(ଅସମାପିକା ସାହୁ): ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର କରି ଏହାକୁ ସଳଖ କରି ପାରିଛନ୍ତି କିମ୍ସର ଡାକ୍ତର। ସ୍କୋଲିଓସିସ୍‌ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିବା ଏହି ବାଳିକାଙ୍କ ଅଭିଭାବକ ବହୁ ଖ୍ୟାତି ସମ୍ପନ୍ନ ଡାକ୍ତରଖାନାରୁ ନିରାଶ ହୋଇ ଶେଷରେ କିମ୍ସ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସ୍ପାଇନ ସର୍ଜନ ଡା ଜିତେନ୍ଦ୍ର କୁମାର ରାଉତ ରୋଗୀଙ୍କୁ ଦେଖିବା ପରେ ଏହା ‘ଇଡିଓପାଥିକ ସ୍କୋଲିଓସିସ୍‌’ ନାମକ ଏକ ପ୍ରକାର ମେରୁଦଣ୍ଡ ଜନିତ ସମସ୍ୟା ବୋଲି ଜାଣି ତୁରନ୍ତ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ନିଶ୍ଚେତକ ବିଭାଗର ଡା ସଞ୍ଜୀବ ଗିରି ଓ ରାଜ ମୋହନଙ୍କ ସହଯୋଗରେ ସ୍ପାଇନ ସର୍ଜନ ଡା ରାଉତ ଏହି ଅସ୍ତ୍ରୋପଚାର କରିଥିଲେ। ବାଳିକାଙ୍କ ମେରୁଦଣ୍ଡ ଇଂରାଜୀ ଅକ୍ଷର ‘ଏସ୍‌’ ଆକୃତିର ହୋଇଯାଇଥିଲା, ଯାହା ଭବିଷ୍ୟତରେ ତାଙ୍କ ପାଇଁ ଆହୁରି ଅନେକ ସମସ୍ୟା ସୃଷ୍ଟି କରିଥାନ୍ତା ବୋଲି ଡା. ରାଉତ ପ୍ରକାଶ କରିଛନ୍ତି। କିମ୍ସରେ ଦକ୍ଷ ଡାକ୍ତର, ଉନ୍ନତ ଜ୍ଞାନକୈଶଳ ଓ ଯନ୍ତ୍ରାଂଶ ଉପଲବ୍ଧ ଯୋଗୁ ଏଭଳି ବିରଳ ମେରୁଦଣ୍ଡ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । କିଛି ଦିନ ବିଶ୍ରାମ ପରେ ସେ ସ୍ବାଭାବିକ ଜୀବନଯାପନ କରିପାରିବେ ବୋଲି ଡାକ୍ତର ରାଉତ କହିଛନ୍ତି। ସାଧାରଣତଃ ୧୦ରୁ ୧୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ଦେଖାଦେଇପାରେ। ତୁରନ୍ତ ରୋଗର ଚିହ୍ନଟ ଓ ଉପଯୁକ୍ତ ସମୟରେ ଏହାର ଚିକିତ୍ସା କରାଗଲେ ଏହି ରୋଗର ଉପଶମ ହୋଇପାରିବ। ଏହା ରୋଗୀର ଆତ୍ମବିଶ୍ୱାସ ଏବଂ ଆତ୍ମସମ୍ମାନକୁ ପ୍ରଭାବିତ କରିପାରେ। ଏପରି ରୋଗୀ ଅନେକ ସମୟରେ ଥଟ୍ଟା ଏବଂ ଉପହାସର ପାତ୍ର ହୋଇଥାନ୍ତି। କମ୍‌ ବୟସରୁ ହିଁ ଏହାର ଚିକିତ୍ସା କରାଯିବା ଆବଶ୍ୟକ ନଚେତ ବୟସ ବଢ଼ିବା ସହିତ ଏହାର ଚିକତ୍ସା ମଧ୍ୟ ଅଧିକ ଜଟିଳ ହୋଇଯାଇଥାଏ ବୋଲି ଡା. ରାଉତ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଥମଥର ପାଇଁ ଓଡ଼ିଶାରେ ଏକ ଘରୋଇ ହସ୍ପିଟାଲରେ ଏଭଳି ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର କରାଯାଇପାରିଛି। ଏଭଳି ବିରଳ ଅସ୍ତ୍ରୋପଚାର କରି ‘କିମ୍ସ’ ରାଜ୍ୟର ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ପ୍ରମାଣିତ କରିପାରିଛି। ଏହି ମେରୁଦଣ୍ଡ ଅସ୍ତ୍ରୋପଚାର ସାଧାରଣତଃ ୭-୮ ଘଣ୍ଟା ସମୟ ଲାଗିଥାଏ, କିନ୍ତୁ କିମ୍ସର ସ୍ପାଇନ ସର୍ଜନ ତଥା ଓ ସ୍ପାଇନ ସଂଘର ସମ୍ପାଦକ ଡା. ରାଉତ ଏବଂ ତାଙ୍କ ଡାକ୍ତରୀ ଦଳ ମାତ୍ର ୪ ଘଣ୍ଟାରେ ଏହି ସଫଳ ଅସ୍ତ୍ରୋପଚାର କରିପାରିଥିଲେ। ଏଭଳି ବିରଳ ଅସ୍ତ୍ରୋପଚାର ପାଇଁ କିଟ୍‌, କିସ୍‌ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡା. ରାଉତ ଓ ତାଙ୍କ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇବା ସହ ବାଳିକାର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅଧୀନରେ ରୋଗୀଙ୍କର ମାଗଣା ଚିକିତ୍ସା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri