୧୫ ବର୍ଷରେ କମିଶନରେଟ ପୋଲିସ

ଭୁବନେଶ୍ୱର,୬।୧(ବ୍ୟୁରୋ): ଟ୍ବିନ୍‌ ସିଟିରେ ପୋଲିସ କମିଶନରେଟ ବ୍ୟବସ୍ଥାକୁ ୧୪ବର୍ଷ ପୂରି ୧୫ବର୍ଷ ଚାଲିଛି। ଏହି ଅବସରରେ ପୋଲିସ ସେବା ଭବନରେ ବୁଧବାର କମିଶନରେଟ ପୋଲିସର ୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଭର୍ଚୁଆଲ୍‌ ମୋଡରେ ଯୋଗଦେଇ ସଂଗଠିତ ଅପରାଧ, ବ୍ରାଉନ୍‌ସୁଗାର ଜବତ ଓ ଅସ୍ତ୍ରଶସ୍ତ୍ର ଜବତ କରିବାରେ ନିକଟ ଅତୀତରେ କମିଶନରେଟ୍‌ ପୋଲିସ ଅନେକ ସଫଳତା ପାଇଛି। ଟ୍ବିନ୍‌ ସିଟିରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ସାଇବର କ୍ରାଇମ୍‌ ମଧ୍ୟ ଏକ ଚ୍ୟାଲେଞ୍ଜିଂ ପାଲଟିଛି। ଏହିସବୁ ଦିଗରେ କମିଶନରେଟ୍‌ ପୋଲିସ ସଫଳତାର ସହ କାର୍ଯ୍ୟ କରିଥିବାରୁ ବଂଶଲ ପ୍ରଶଂସା କରିଛନ୍ତି।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ, ଟ୍ବିନ୍‌ ସିଟିର ପୋଲିସ ଅଧିକାରୀଙ୍କ ସାମୂହିକ ବିକାଶ ପାଇଁ ନିକଟ ଅତୀତରେ ୪ଟି ଲେକ୍ଚର ସିରିଜ୍‌ କରାଯାଇଛି। ଟ୍ବିନ୍‌ ସିଟିରେ ଏବେ ଜନସଂଖ୍ୟା ୨୫ଲକ୍ଷରେ ପହଞ୍ଚତ୍ଥିବାବେଳେ ଦ୍ରୁତଗତିରେ ବିକାଶ ହେଉଛି। ବିଭିନ୍ନ ଶିଳ୍ପାନୁଷ୍ଠାନ, ଇକୋନୋମିକ୍‌ ଜୋନ୍‌ ଆଦି ଗଢ଼ି ଉଠିଛି। ଭୁବନେଶ୍ୱର ସମଗ୍ର ଦେଶରେ ହକିର ହବ୍‌ ପାଲଟିଥିବାରୁ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ମିଳିଛି। ଏହାବାଦ୍‌ ୩ଟି ଥାନା ସହ ୨ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଖୋଲାଯାଇଛି। କିପରି ଜନସାଧାରଣଙ୍କ ପାଖେ ଉନ୍ନତ ପୋଲିସ ସେବା ପହଞ୍ଚିପାରିବ ସେନେଇ ଆମେ କାମ କରୁଛୁ ବୋଲି କମିଶନର କହିଛନ୍ତି।
ଏହି ଅବସରରେ କମିଶନରେଟ୍‌ ପୋଲିସରେ ଶ୍ରେଷ୍ଠ ଏସିପି ଭାବେ ମାନସ ରଞ୍ଜନ ଗଡ଼ନାୟକ, ଶ୍ରେଷ୍ଠ ସଶସ୍ତ୍ର ଅଫିସର(ବାଟାଲିଅନ) ଲୋଲା ଭିଜୟ ରତ୍ନମ୍‌, ଶ୍ରେଷ୍ଠ ମିନିଷ୍ଟ୍ରିଆଲ୍‌ ଅଫିସର ନିରଞ୍ଜନ ପ୍ରଧାନ(ଷ୍ଟେନୋ), ଶ୍ରେଷ୍ଠ ଟ୍ରାଫିକ୍‌ କର୍ମଚାରୀ କନ୍‌ଷ୍ଟେବଳ ଶୁଭ୍ରାଂଶୁ ଶେଖର ସାହୁ, ଶ୍ରେଷ୍ଠ ଏପିଆର୍‌ କନ୍‌ଷ୍ଟେବଳ ସୁରଥ ଚନ୍ଦ୍ର ବାହୁବଳେନ୍ଦ୍ର, ଶ୍ରେଷ୍ଠ ହୋମଗାର୍ଡ଼ ସନ୍ତୋଷ କୁମାର ପ୍ରଧାନ, ଶ୍ରେଷ୍ଠ ସ୍ପେଶାଲ ପୋଲିସ ଅଫିସର ଭାବେ ବିକ୍ରମ କିଶୋର ମହାନ୍ତିଙ୍କୁ ପୁରସ୍କୃତ କରାଯାଇ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ, କଟକ ଡିସିପି ପ୍ରତୀକ ସିଂ, ଟ୍ରାଫିକ ଡିସିପି ଏସ୍‌. ସୁଶ୍ରୀ, କ୍ରାଇମ୍‌ ଡିସିପି ମାୟାଧର ସେଠୀ, ଅତିରିକ୍ତ କମିଶନର ନୀତି ଶେଖରଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?