ମଜୁରୀ ନେଇ RBIରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ, ଇଡି ଟିମ୍ ପହଞ୍ଚି ଆରମ୍ଭ କଲା ତନାଘନା

ଭୁବନେଶ୍ୱର,୧।୧୧: ମଜୁରୀ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ ବଦଳା ଘଟଣା ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ କରିଛି ପ୍ରବର୍ତନ ନିର୍ଦେଶାଳୟ (ଇଡି)। ଗତ କିଛି ଦିନ ହେବ ଏହି ଘଟଣା ଦୈନିକ ଦେଖିବାକୁ ମିଳିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ବୁଧବାର ପ୍ରଥମେ ଓଡ଼ିଶା ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆସି ତନାଘନା କରିବା ରେ ଇଡି ଟିମ୍ ଆସି ତଦନ୍ତ ଆରମ୍ଭ କରିଛି।

ଇଓଡବ୍ଲୁ ଅଧିକାରୀ ଘଟଣାକୁ ନେଇ କହିଛନ୍ତି ଯେ, ଏତେ ସଂଖ୍ୟକ ଲୋକ କଣ ପାଇଁ ହଠାତ୍ ଟଙ୍କା ବଦଳ ପାଇଁ ଆସିଲେ ସେଇଟାକୁ ଭେରିଫାଏ କରୁଛୁ। ଭେରିଫାଏ କରିସାରିଲେ ଜଣାପଡ଼ିବ ସମ୍ପୂର୍ଣ୍ଣ ମାମଲା କଣ।’ ଅନ୍ୟପଟେ ଆରବିଆଇ ଅଧିକାରୀ ଏହି ଆମର ନିୟମ ରହିଛି ୧୦ଟି ଲେଖାଏଁ ନୋଟ୍ ଥରକେ ବଦଳାଇପାରିବେ। ତା ଠାରୁ ଅଧିକ ଟଙ୍କା ଆକାଉଣ୍ଟରେ ଜମାହେବ। ୨ ହଜାର ଟଙ୍କାର ଲିଗାଲ ଟେଣ୍ଡର ଏବେ ବି ଅଛି। ଆମେ ଦେଖୁଛି ପ୍ରତିଦିନ ୭ଶହ ପାଖାପାଖି ଆସୁଛନ୍ତି । ଗତ ୭ଦିନରେ ପ୍ରାୟ ଦେଢ଼ କୋଟି ଭଳି ଟଙ୍କା ବଦଳ ହୋଇଛି।

ସୂଚନାଯୋଗ୍ୟ, ଗତକାଲିର ନୋଟ ବଦଳାଇବାକୁ ଲୋକମାନେ ଲମ୍ବା ଧାଡି ଲଗାଇବା ପରେ ସନ୍ଦେହ ବଢିଯାଇଥିଲା କାରଣ ପ୍ରତ୍ୟେକେ ଲୋକେ ୨୦୦୦ ଟଙ୍କା ବଦଳାଇବାକୁ ଆସିଥିଲେ। ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ପଚରାଯିବାରୁ ସେମାନଙ୍କ ମଧ୍ୟରୁ କେତେକ କହିଛନ୍ତି ଯେ ସେମାନେ ଧାଡିରେ ଠିଆ ହେବା ଏବଂ ନୋଟ୍ ବିନିମୟ ପାଇଁ ୨୦୦-୩୦୦ ଟଙ୍କା ପାଉଛନ୍ତି। ତେବେ, ସେହି ଟଙ୍କା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପରିଚୟ ବିଷୟରେ ସେମାନେ କହିବାକୁ ସେମାନେ ଚାହିଁନଥିଲେ।

ତେବେ ଅକ୍ଟୋବର ୭ ରେ ବ୍ୟାଙ୍କଗୁଡିକରେ ୨୦୦୦ ଟଙ୍କା ନୋଟ୍ ଜମା ଏବଂ ବିନିମୟ କରିବାର ଶେଷ ତାରିଖ ହୋଇଥିବାରୁ କଳା ଟଙ୍କାକୁ ଧଳା ରଙ୍ଗରେ ପରିଣତ କରିବାର ପ୍ରୟାସ ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri