Odisha Elections 2024

ବିକାଶ କ’ଣ ଯାଜପୁର ଆସି ଦେଖନ୍ତୁ ବିରୋଧୀ: ପାଣ୍ଡିଆନ

ଭୁବନେଶ୍ୱର,୧୪।୨(ଅନିଲ ଦାସ): ଯାଜପୁର କୁସୁମାର ସାଧାରଣ ସଭାରେ ଯୋଗଦେଇ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିରୋଧୀ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଗାମୀ ନିର୍ବାଚନରେ ଓଡ଼ିଶାରେ ଭାଜପା ସରକାର ଗଠନ କରିବ ବୋଲି କହିଛନ୍ତି। ସେ ପ୍ରଥମେ ଯାଜପୁର ଜିଲା ବୁଲିକି ଦେଖନ୍ତୁ, ଆଉ ତା’ପରେ ଏହି କଥା କହିବେ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି। ଜିଲାରେ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ଭାଜପାକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ପାଣ୍ଡିଆନ କହିଛନ୍ତି, ମୁଖ୍ୟମନ୍ତ୍ରୀ ସରକାର ଗଠନ ଲାଗି ଗୁରୁତ୍ୱ ଦିଅନ୍ତିନି କି କ୍ଷମତା ପଛରେ ଦୌଡ଼ିବାକୁ ଚାହାନ୍ତି ନାହିଁ। ଲୋକଙ୍କ ସେବା କରିବାକୁ ଚାହାନ୍ତି। ଚୌକି ପାଇଁ କିମ୍ବା କ୍ଷମତା ଲାଗି ମୁଖ୍ୟମନ୍ତ୍ରୀ ଲାଳାୟିତ ନୁହନ୍ତି। ନବୀନ ପଟ୍ଟନାୟକ ହେଉଛନ୍ତି ସେବାର ପ୍ରତୀକ। ଯିଏ କ୍ଷମତାକୁ ଆସିବୁ ବୋଲି ଖାଲି କହୁଛନ୍ତି, ତାଙ୍କୁ ସାଧାରଣ ଜନତା ଆଗାମୀ ନିର୍ବାଚନରେ ଉତ୍ତର ଦେବେ। ମୁଖ୍ୟମନ୍ତ୍ରୀଙ୍କ ସେବା ଲାଗି ୨୪ ବର୍ଷ ହେଲା ତାଙ୍କୁ ରାଜ୍ୟବାସୀ ଆଶୀର୍ବାଦ ଦେଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରୁ ସେ ମଧ୍ୟ ପ୍ରେରଣା ପାଇଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ଲୋକଙ୍କ ପାଇଁ ସମର୍ପିତ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।
ଯାଜପୁର କୁସୁମାରେ ପାଣ୍ଡିଆନ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଦେଇଛନ୍ତି। ଗତ ବର୍ଷ ଅଗଷ୍ଟ ୩୦ରେ ସେ ଯାଜପୁର ଗସ୍ତ କରିଥିଲେ। ଅଗଷ୍ଟରୁ ଇତିମଧ୍ୟରେ ମିଳିଥିବା ୨୫୪୦ ଦରଖାସ୍ତରୁ ୨୩୦୦ ଦରଖାସ୍ତର ସମାଧାନ ହୋଇଛି ବୋଲି ସେ କହିଛନ୍ତି। ଗତ ୬ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲା ପାଇଁ ୬୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମାସକୁ ୧୦୦ କୋଟି ହିସାବରେ ଯାଜପୁର ପାଇଁ ଟଙ୍କା ମଞ୍ଜୁର ହୋଇଛି ବୋଲି ସୂଚନା ଦେଇଛନ୍ତି। ଯାଜପୁର ବିରଜା ମନ୍ଦିର ରୂପାନ୍ତରଣ ଲାଗି ୧୫ କୋଟି, ବରାହ ନଦୀ ଦ୍ୱୀପାଞ୍ଚଳର ବିକାଶ ଲାଗି ୧୫ କୋଟି, ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଲାଗି ୭ କୋଟି ୬୦ ଲକ୍ଷ, ଦଶରଥପୁରର ସିଦ୍ଧେଶ୍ୱର ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ, ବିଞ୍ଝାରପୁର ବରୁଣେଶ୍ୱର ମନ୍ଦିର ଲାଗି ୭ କୋଟି, ଯାଜପୁର ବେଲେଶ୍ୱର ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ, ରସୁଲପୁରର ନାରାୟଣ ଗୋସାଇଁ ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ, ଧର୍ମଶାଳାର ଗୋପନେଶ୍ୱର ମନ୍ଦିର ଲାଗି ୧କୋଟି ୫୦ ଲକ୍ଷ, ସୁକିନ୍ଦାର ଜଗନ୍ନାଥ ମନ୍ଦିର ଲାଗି ୧କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଛି। ଦଶରଥପୁରର ଜୟ ଚଣ୍ଡୀପୀଠ ଲାଗି ୧କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ରସୁଲପୁରର ଖଗେଶ୍ୱରୀ ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ, ବ୍ୟାସନଗର ଜଗନ୍ନାଥ ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ, ଯାଜପୁରର ବାପ୍‌ଟିଷ୍ଟ ଚର୍ଚ୍ଚ ଲାଗି ୧କୋଟି ୯ ଲକ୍ଷ, ଛତିଆ ଟୁରିଜମ୍‌ କମ୍ପ୍ଲେକ୍ସ ଲାଗି ୧ କୋଟି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ସେହିପରି ବିଭିନ୍ନ ସେତୁ ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ଚିଙ୍ଗୁଡ଼ିଆନାଳ ଉପରେ ସେତୁ ଲାଗି ୬୦ କୋଟି ମଞ୍ଜୁର ହୋଇଛି। ବେହେରାପାଟଣା-ବାଲିପୋଖରୀ ରାସ୍ତାର ବୈତରଣୀ ନଦୀ ଉପରେ ସେତୁ ଲାଗି ୨୨ କୋଟି ୧୮ ଲକ୍ଷ, ନାଳିଆ ବଳଭଦ୍ରପୁର ଭାୟା କପିଳାକୁ ସଂଯୋଗ କରୁଥିବା ସେତୁ ଲାଗି ୧୮ କୋଟି ୮୦ ଲକ୍ଷ ମଞ୍ଜୁର ହୋଇଛି। ସେହିପରି ମେଣ୍ଟା-କୁଶଭଦ୍ରା ରାସ୍ତା ବ୍ରାହ୍ମଣୀ ନଦୀ ଉପରେ ସେତୁ ଲାଗି ୧୮ କୋଟି ୭୦ ଲକ୍ଷ ମଞ୍ଜୁର ହୋଇଥିବା ବେଳେ ଯାଜପୁର ଜିଲାରେ ୧୯ଟି ରାସ୍ତାର ଉନ୍ନତୀକରଣ ଲାଗି ୧ କୋଟି ୩୦ ଲକ୍ଷ ମଞ୍ଜୁର ହୋଇଛି। ଦଶରଥପୁର ନ୍ୟୁ ସାଇନ୍ସ ଓ ଆର୍ଟସ କଲେଜ ଲାଗି ୧୫ କୋଟି ଓ ବ୍ୟାସନଗର କଲେଜର ଆର୍ଟସ ଓ ସାଇନ୍ସ ବ୍ଲକ ପାଇଁ ମୁଖ୍ୟମନ୍ତ୍ରୀ ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କଥା ନୁହେଁ, କାମରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ଯାଜପୁର ଜିଲାବାସୀ ଯେଉଁ ବିଶ୍ୱାସ, ଭଲପାଇବା ଦେଇଛନ୍ତି ସେଥିପାଇଁ ଋଣୀ ବୋଲି କହି ପାଣ୍ଡିଆନ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ସଶକ୍ତ ଓଡ଼ିଶା ଗଠନ। ଯେଉଁ ରାଜ୍ୟରେ ଜଣେ ଗରିବ ମଧ୍ୟ ବଡ଼ ବଡ଼ ସ୍ବପ୍ନ ଦେଖିପାରୁଥିବ ଓ ତାହା ସାକାର ହୋଇପାରୁଥିବ। ଯାଜପୁରର ସମସ୍ତ ୭ ନିର୍ବାଚନମଣ୍ଡଳୀରେ ନବୀନ ପଟ୍ଟନାୟକ ହିଁ ପ୍ରାର୍ଥୀ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଯାଜପୁର ଜିଲା ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ସଶକ୍ତ କରିବ ବୋଲି ପାଣ୍ଡିଆନ ଆଶାପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ...

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ଖାର୍ଗେଙ୍କ ଭାଷଣ ବେଳେ ପଶି ଆସିଲା ଅନ୍ୟ ଦଳର ପ୍ରଚାର ଗାଡ଼ି, ଆଉ ତା’ପରେ…

ଭୁବନେଶ୍ୱର,୧୬।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଓଡ଼ିଶା ଗସ୍ତରେ ଆସି ଫୁଲବାଣୀର ଏକ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଉଛନ୍ତି। ଏହି ସମୟରେ ଅନ୍ୟ ଦଳର...

+୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌…

ଭୁବନେଶ୍ୱର,୧୬।୫: +୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ। ନଚେତ୍‌ ବଡ଼ ଠକେଇର ଶିକାର ହୋଇପାରନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସତର୍କ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri