ସ୍ବଚ୍ଛତା ନାମରେ ଭଲ କଂକ୍ରିଟ୍‌ ଡଷ୍ଟବିନ୍‌ ଭାଙ୍ଗିଦେଲେ

କେନ୍ଦୁଝର,୨୦।୧୧(ସ୍ବ.ପ୍ର.):  କେନ୍ଦୁଝର ଗଡ଼ ପୌର ପରିଷଦରେ ଲକ୍ଷାଧିକ ଟଙ୍କା ବ୍ୟୟରେ କିଛି ବର୍ଷ ତଳେ ବିଭିନ୍ନ ଓ୍ବାର୍ଡରେ ନିର୍ମାଣ ହୋଇଥିବା କଂକ୍ରିଟ ଡଷ୍ଟବିନ୍‌ଗୁଡ଼ିକୁ ପୌର ପ୍ରଶାସନ ଭାଙ୍ଗିଦେଇଛି। ସ୍ବଚ୍ଛତା ନାମରେ ଜେସିବି ଲଗାଇ ଧ୍ୱସ୍ତ କରିଦିଆଯାଇଛି। ପୂର୍ବରୁ ମଧ୍ୟ ପ୍ଲାଷ୍ଟିକ୍‌ ଓ ଲୁହା ଡଷ୍ଟବିନ୍‌ ଭଙ୍ଗା ଯାଇଥିବା ବେଳେ ତାହାର କୌଣସି ହିସାବ କାହା ପାଖରେ ନାହିଁ। ଏବେ ପୁଣି ପୌରପରିଷଦର ନିଷ୍ପତ୍ତି କ୍ରମେ କଂକ୍ରିଟ୍‌ ଡଷ୍ଟବିନ୍‌ ଭଙ୍ଗାଯାଇଥିବା କୁହାଯାଉଥିବା ବେଳେ କ୍ଷତି କିଏ ଭରଣା କରିବ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯେ, ଘରର ମଇଳା ବାହାରେ ନ ପକାଇବା ପାଇଁ ପ୍ରତ୍ୟେକ ଓ୍ବାର୍ଡରେ ଦୁଇ ବର୍ଷ ପୂର୍ବେ ପୌର ପ୍ରଶାସନ ପକ୍ଷରୁ କଂକ୍ରିଟର ଡଷ୍ଟବିନ ନିର୍ମାଣ ହୋଇଥିଲା। ଗୋଟିଏ ଓ୍ବାର୍ଡରେ ଦୁଇରୁ ତିନୋଟି ହିସାବରେ ତିଆରି ହୋଇଥିଲା। ଏଣୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପାଖାପାଖି ୫୦ଟି କଂକ୍ରିଟ ଡଷ୍ଟବିନ୍‌ ନିର୍ମାଣ କରାଯାଇ ଥିବା କୁହାଯାଉଛି। ଅନେକ ସମୟରେ ଅଳିଆ ଗାଡ଼ି ବିଭିନ୍ନ ଓ୍ବାର୍ଡକୁ ଯାଉ ନ ଥିବାରୁ ଲୋକେ ଉକ୍ତ ଡଷ୍ଟବିନ୍‌ରେ ମଇଳା ପକାଉଥିଲେ। ପୌର ପ୍ରଶାସନ ପକ୍ଷରୁ ସେଥିରୁ ମଧ୍ୟ ଦୀର୍ଘ ଦିନ ଧରି ଆବର୍ଜନା ଉଠାଯାଉ ନ ଥିଲା। ଏଣୁ ନିଜ ଦୁର୍ବଳତା ଲୁଚାଇବାକୁ ଯାଇ ସ୍ବଚ୍ଛତା ବାହାନାରେ ଡଷ୍ଟବିନ୍‌ ଭାଙ୍ଗି ଦିଆଯାଇଥିବା ଓ୍ବାର୍ଡବାସୀ କହିଛନ୍ତି। ପୂର୍ବରୁ ମଧ୍ୟ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ଲାଷ୍ଟିକ୍‌ ଓ ଲୁହା ଡଷ୍ଟବିନ୍‌ ସବୁ କିଣାଯାଇ ବିଭିନ୍ନ ସ୍ଥାନରେ ରଖାଯାଇଥିଲା। ସେସବୁ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ନିୟମାନୁଯାୟୀ ସେସବୁକୁ ପୌରପାଳିକା ଷ୍ଟକ୍‌କୁ ଯିବା କଥା। କିନ୍ତୁ ତାହା କ’ଣ ହେଲା ଠିକ୍‌ ତଥ୍ୟ କାହା ପାଖରେ ନାହିଁ। ଫଳରେ ଗତ ୪/୫ ବର୍ଷର ସ୍ବଚ୍ଛ ଓ ପରିମଳ ବାବଦକୁ ହୋଇଥିବା ସାମଗ୍ରୀ କିଣା ଏବଂ ଅର୍ଥ ଖର୍ଚ୍ଚ ଆଦିର ଯାଞ୍ଚ କରାଗଲେ ବହୁ ଘୋଟାଲା ଲୋକ ଲୋଚନକୁଆସିପାରିବ। ଅନ୍ୟପକ୍ଷରେ ଡଷ୍ଟବିନ୍‌କୁ ନ ଭଙ୍ଗା ଯାଇ ସେଥିରେ ଗଛ ଲଗାଯାଇ ପାରିଥାଆନ୍ତା ବୋଲି ସାମାଜିକ କର୍ମୀ ସିଦ୍ଧେଶ୍ୱର ସାହୁ ମତବ୍ୟକ୍ତ କରିଛନ୍ତି। ଏଭଳି ମନମୁଖି ଭଙ୍ଗା ଗଢ଼ା କାମ କରି ସରକାରୀ ଅର୍ଥର ଅପବ୍ୟୟ ହେଉଥିବାରୁ ଏହାର ତଦନ୍ତ ହେବା ଜରୁରୀ ବୋଲି ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିଛନ୍ତି। ଏ ନେଇ ନିର୍ବାହୀ ଅଧିକାରିଣୀ ଡ. ମଧୁସ୍ମିତା ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ ହେଁ ଫୋନ୍‌ ଉଠାଇ ନଥିଲେ।
ଉପନଗରପାଳ ବରଦା ପ୍ରସନ୍ନ ଦାସ କହିଛନ୍ତି, ନଗର ଉନ୍ନୟନ ବିଭାଗର ଆଦେଶ କ୍ରମେ ଭଙ୍ଗାଯାଇଛି। ଏହାଦ୍ୱାରା ପରିବେଶ ଅଧିକ ଦୂଷିତ ହେଉଥିଲା। ଏବେ ଘର ଘର ବୁଲି ମଇଳା ସଂଗ୍ରହ କରାଯାଉଥିବାରୁ ସେସବୁର ଆବଶ୍ୟକତା ପଡୁନାହିଁ। ଏବେ ମଇଳା ସଂଗ୍ରହ ପାଇଁ ଅଧିକ ଗାଡ଼ି କିଣାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri