ଲକ୍‌ଡାଉଡ୍‌ ନିୟମ ନ ମାନିଲେ ମୃତ୍ୟୁ ଦଣ୍ଡ

କରୋନା ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ୍‌ ଜାରିରହିଛି। କେତେକ ସ୍ଥାନରେ ଲକ୍‌ଡାଉନ୍‌ ଶେଷ ହୋଇଥିବା ବେଳେ ଆଉ କେଉଁଠି ଦ୍ୱିତୀୟ, ତୃତୀୟ ଥର ଲକ୍‌ଡାଉନ୍‌ ଜାରି କରାଯାଇଛି। ହେଲେ ଏମିତି ଏକ ଦେଶ ରହିଛି, ଯେଉଁଠାରେ ଲକ୍‌ଡାଉନ୍‌ ନିୟମ ନ ମାନିଲେ ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉଛି। ଆଶ୍ଚର୍ଯ୍ୟର କଥା ହେଲା ସରକାର ମଧ୍ୟ ଏହି ଦଣ୍ଡକୁ ରୋକିବାରେ ବିଫଳ ହୋଇଛନ୍ତି।
କଲମ୍ବିଆରେ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରିରହିଛି। କିନ୍ତୁ ଏଠାର ଡ୍ରଗ୍ସ ମାଫିଆଆମେ ଅନ୍ୟ ଏକ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଯେଉଁମାନେ ଏହି ଲକ୍‌ଡାଉନ୍‌କୁ ମାନୁ ନାହନ୍ତି ସେମାନେ ତାଙ୍କୁ ଗୁଳିକରି ହତ୍ୟା କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୮ଜଣଙ୍କୁ ଡ୍ରଗ୍ସ ମାଫିଆଆମେ ହତ୍ୟା କରିସାରିଲେଣି।
ଏକ ରିପୋର୍ଟ ଅନୁଯାୟୀ, ସଶସ୍ତ୍ର ଡ୍ରଗ୍‌ ମାଫିଆ ଗୋଷ୍ଠୀ ଲୋକଙ୍କୁ ହ୍ବାଟ୍‌ସ ଆପ୍‌ ଏବଂ ପାମ୍ପଲେଟ ମାଧ୍ୟମରେ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ମାନିବାକୁ କହୁଛନ୍ତି। ଏମାନେ ବିଶେଷକରି ଗ୍ରାମାଞ୍ଚଳର ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ସବୁଠାରୁ ଖରାପ ଅବସ୍ଥା ରହିଛି ତୁମାକୋ ସହରର। ଏଠାରେ ମାଫିଆ ଏବଂ ପୋଲିସ ମଧ୍ୟରେ ଘଟୁଥିବା ହିଂସା ଖବର ଅଧିକ ସମୟରେ ଶୁଣିବାକୁ ମିଳିଥାଏ। ଡ୍ରଗ ମାଫିଆମାନେ ତୁମାକୋ ସହରବାସୀଙ୍କୁ ସନ୍ଧ୍ୟା ୫ଟା ପରେ ଘରୁ ବାହାରିବାକୁ ବାରଣ କରିଛନ୍ତି। ଏଥିସହ କେହି ନଦୀକୁ ମାଛ ଧରିବାକୁ ଯିବେ ନାହିଁ। ଏଥିରେ ଖିଲାପ କଲେ ଗୁଳିକରି ମାରିଦିଆଯିବ ବୋଲି ଧମକ ଦେଉଛନ୍ତି। ସହରର ସମସ୍ତ ପ୍ରବେଶପଥକୁ ସେମାନେ ସିଲ୍‌ କରିଦେଇଛନ୍ତି। କାହାକୁ କରୋନା ହୋଇଥିବା ସନ୍ଦେହ ହେଲେ ସେମାନେ ସଙ୍ଗେ ସଙ୍ଗେ ତାଙ୍କୁ ଗୁଳିକରି ହତ୍ୟା କରୁଛନ୍ତି। କଲମ୍ବିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ୧.୬୦ ଲକ୍ଷ ଲୋକ କରୋନାରୋ ସଂକ୍ରମିତ ହୋଇଥିବା ବେଳେ ୫୬୨୫ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?