ମୋ ଧାମ ମୋ ଗର୍ବ ଅଭିଯାନ: ସାଇକେଲରେ ବୁଲି ସ୍ଥିତି ପରଖିଲେ ଜିଲାପାଳ

ପୁରୀ ଅଫିସ,୧୩ା୧୧: ସ୍ବଚ୍ଛତା କ୍ଷେତ୍ରରେ ପୁରୀ ହେବ ଦେଶର ଏକ ନମ୍ବର ସହର। ୨୦୨୧ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀକୁ କିପରି ଏହି ମାନ୍ୟତା ମିଳିବ ସେଥିଲାଗି ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଚାଲିଛି। ଏଥିଲାଗି ମୋ ଧାମ, ମୋ ଗର୍ବ ଅଭିଯାନ ଆରମ୍ଭ କରାଯାଇଥିଲା। ସପ୍ତାହବ୍ୟାପୀ ଏହି ଅଭିଯାନ ବେଳେ ସହରବାସୀଙ୍କ ମଧ୍ୟରେ ସ୍ବଚ୍ଛତାର ବାର୍ତ୍ତା ଦେବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପବିତ୍ର ମାଟିରେ ଅଳିଆ ପଡ଼ିବାକୁ ଦେବା ନାହିଁ ବୋଲି ସହରବାସୀ ଶପଥ ନେଇଛନ୍ତି। ତେଣୁ ଲୋକଙ୍କ ମଧ୍ୟରେ ଏହି ଅଭ୍ୟାସ ଏବଂ ସ୍ବଚ୍ଛତା ପ୍ରତି ରହିଥିବା ପ୍ରତିବଦ୍ଧତାକୁ ଜିଲାପାଳ ବଲୱନ୍ତ ସିଂ ପରଖିଛନ୍ତି। ଗତ ଦୁଇଦିନ ହେଲା ଜିଲାପାଳ ସକାଳୁ ସାଇକେଲ ଧରି ସହରର ବିଭିନ୍ନ ଗଳିକନ୍ଦି ଏବଂ ମଠ ବୁଲୁଛନ୍ତି। ଯଦି କେଉଁଠି ଆବର୍ଜନା ଗଦା ହୋଇଥିବା ଦେଖୁଛନ୍ତି ତୁରନ୍ତ ତାହାକୁ ଉଠାଇବା ବ୍ୟବସ୍ଥା କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି। ଗୁରୁବାର ଜିଲାପାଳ ବଡ଼ ଓଡ଼ିଆ ମଠ, ରାଧାକାନ୍ତ ମଠ ଓ ଜିୟର ସ୍ବାମୀ ମଠକୁ ଯାଇଥିଲେ। ମଠ ପରିସର ବୁଲିବା ସହ ପ୍ରତ୍ୟହ ଆବର୍ଜନାକୁ ପୃଥକୀକରଣ କରି ସ୍ବଚ୍ଛ ସବାରିରେ ଦିଆଯାଉଛି କି ନାହିଁ ପଚାରିଥିଲେ। ଅତିବଡ଼ି ଜଗନ୍ନାଥ ଦାସଙ୍କ ସାଧନା ପୀଠ ବଡ଼ ଓଡ଼ିଆ ମଠର ସୁରକ୍ଷା ବିଷୟରେ ଅନୁଧ୍ୟାନ କରିଥିଲେ। ଶ୍ରୀମନ୍ଦିର ଚୌହଦୀରେ ଉଚ୍ଛେଦ କାର୍ଯ୍ୟ ଯୋଗୁ ଜମା ହୋଇଥିବା କଠିନ ଆବର୍ଜନା ସ୍ଥାନାନ୍ତର ଲାଗି ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଞ୍ଚଳରୁ ମହାପ୍ରସାଦର ବଳକା ଅଂଶ, ଲାଗି ଫୁଲ, ତୁଳସୀ ଆଦିକୁ ସସମ୍ମାନ ସ୍ଥାନାନ୍ତର ପାଇଁ ନିୟୋଜିତ କୈବଲ୍ୟ ରଥ ଠିକ୍‌ ଭାବେ କାମ କରୁଛି ନା ନାହିଁ ତାହାର ଅନୁଧ୍ୟାନ କରିଥିଲେ। ଜିଲାପାଳଙ୍କ ସହ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର

ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

SBIରେ ବାହାରିଲା ୮୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି: ଦରମା ୮୦,୦୦୦ ପର୍ଯ୍ୟନ୍ତ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୧୮।୫: ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଏକ ପ୍ରମୁଖ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। SBI ୮୨୧ଟି ଖାଲି…

ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ

ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ…

ପ୍ରେମାନନ୍ଦ ମହାରାଜଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ସ୍ଥଗିତ, ଖେଳିଗଲା…

ଲକ୍ଷ୍ନୌ,୧୮।୫: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଯୋଗୁ ତାଙ୍କର ରାତ୍ରିକାଳୀନ ପଦଯାତ୍ରା (ପଦଯାତ୍ରା) ଅନିର୍ଦ୍ଦିଷ୍ଟ କାଳ ପାଇଁ…

ଆଜି ଶେଷଥର ପାଇଁ IPL ଖେଳିବେ ଧୋନୀ! ଅବସର ନେଇ ବଢୁଛି ଚର୍ଚ୍ଚା

ଚେନ୍ନାଇ,୧୮।୫:  ଆଜି ଚେନ୍ନାଇ ସୁପର କିଙ୍ଗ୍ସ IPL ୨୦୨୬ର ୬୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚ୍ ଚେନ୍ନାଇର ଘରୋଇ ଷ୍ଟାଡିୟମ, ଏମ.ଏ. ଚିଦାମ୍ବରମ…

ଆଶାକର୍ମୀଙ୍କ ବଢିଲା ଦରମା, ମହିଳାଙ୍କ ମାଗଣା ବସ୍‌ ଯାତ୍ରା…ସରକାରଙ୍କ ବଡ଼ ଘୋଷଣା

ଥିରୁଭାନନ୍ତପୁରମ୍‌,୧୮।୫: କେରଳମ୍‌ର ନୂତନ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ ଶପଥ ଗ୍ରହଣ କରିଛନ୍ତି। ଏହି ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ୟୁଡିଏଫ ସରକାର…

ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri