କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲାପାଳ

ନୂଆପଡ଼ା,୩ା୫ (ମକାରୁ ବେମାଲ): ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ନୂଆପଡ଼ା ଜିଲାରେ କୃତିତ୍ୱ ଅର୍ଜନ କରିଥିବା ୨ ଛାତ୍ରୀଙ୍କୁ ଶନିବାର ଜିଲାପାଳ ମଧୁସୂଦନ ଦାଶ ସମ୍ବର୍ଦ୍ଧିତ କରିଛନ୍ତି। କୋମନା ବ୍ଲକ ମୁଣ୍ଡାପଲା ପଞ୍ଚାୟତ ହାଇସ୍କୁଲ ଛାତ୍ରୀ ଶ୍ରେଷ୍ଠା ପଣ୍ଡା ୯୩.୧୭ ପ୍ରତିଶତ ମାର୍କ ରଖି ଜିଲାରେ ପ୍ରଥମ ହୋଇଥିବାରୁ ଜିଲାପାଳ ଉକ୍ତ ହାଇସ୍କୁଲକୁ ଯାଇ ଶ୍ରେଷ୍ଠାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମୟରେ କୋମନା ବିଡ଼ିଓ ବିନୟ କୁମାର ଭୋଇ, ସ୍କୁଲ ପ୍ରଧାନ ଶିକ୍ଷକ ପତିତ ପାବନ ସାହୁ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ସେହିଭଳି ଜିଲାପାଳ ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିନାପାଲିର ଛାତ୍ରୀ ଝରଣା ମେହେର ୯୧ ପ୍ରତିଶତ ମାର୍କ ରଖି ଜିଲାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କ ଘରକୁ ଯାଇ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲାପାଳ ଉଭୟ ଛାତ୍ରୀଙ୍କୁ ଭବିଷ୍ୟତରେ ଆଇଏଏସ୍‌ ଅଧିକାରୀ ହୋଇ ଦେଶ ମାତୃକା ଓ ଜନ ସାଧାରଣଙ୍କ ସେବା କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ସମୟରେ ସିନାପାଲି ବିଡ଼ିଓ କାର୍ମୀ ଓରାମ, ବିଇଓ ଯତୀନ୍ଦ୍ର କୁମାର ସେଠ, ସ୍କୁଲର ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ମେହେର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ବଡ଼ ଖୁଲାସା କଲେ ମ୍ୟାନେଜର, ଏହି କାରଣରୁ କୋର୍ଟ ଯାଇଥିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁହେଁଙ୍କ ମଧ୍ୟରେ…

ରାଜଧାନୀର CNG ପମ୍ପରେ ବଡ଼ ଧରଣର ବିସ୍ଫୋରଣ, ୩ମୃତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀର ଟିକରୀ କଲାଁ ଅଞ୍ଚଳରେ ଥିବା ଏକ CNG ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛି । ଗ୍ୟାସ୍‌ ରିଫିଲିଂ ସମୟରେ ଏହି ଅଘଟଣ ହୋଇଥିବା…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

ତୁମୁଡିବନ୍ଧ BJDରେ ନୂଆ ନେତୃତ୍ୱ: ମଙ୍ଗ ଧରିଲେ କୁନା ଦଣ୍ଡସେନା ଓ ଯୋହନ ବାରିକ

ତୁମୁଡିବନ୍ଧ,୧୯ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ଏକ ବୈଠକ ବୁଧବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ମୁଣ୍ଡିଗଡ଼ ସେବା…

ଶ୍ରାବଣ ଶେଷ ସୋମବାରରେ ୩ଟି ଶୁଭ ଯୋଗ, ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ପ୍ରଚୁର ଧନ-ସମ୍ପତ୍ତି

ଶ୍ରାବଣ ମାସର ଶେଷ ସୋମବାର ବ୍ରତ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେକରାଯାଏ। ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଚଳିତ ଶ୍ରାବଣର…

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

ଭାରତକୁ ପୁଣି ସାହାଯ୍ୟ ମାଗିଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୧୯।୮: ଗତ କିଛି ମାସ ଧରି ବାଂଲାଦେଶ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରାରମ୍ଭରେ ତାରିକ ରହମାନ ସରକାରଙ୍କୁ ପଛକୁ ପକାଇ ଦେଇଥିଲା। ତଥାପି, ବାଂଲାଦେଶ…

ଗିରଫ ହେବେ ଟିଏମପି ଏମପି ମହୁଆ ମୋଇତ୍ରା? ହେଟ ସ୍ପିଚ ମାମଲାରେ…

ନୂଆଦିଲ୍ଲୀ,୧୯।୮: ପଶ୍ଚିମବଙ୍ଗର ରାଜନୈତିକ ଦୃଶ୍ୟପଟରୁ ଏକ ପ୍ରମୁଖ ଖବର ସାମ୍ନାକୁ ଆସିଛି। ନାଦିଆ ଜିଲାର ଏକ କୋର୍ଟ ହେଟ୍‌ ସ୍ପିଚ ମାମଲା ସମ୍ପର୍କରେ ଜାରି କରିଥିବା ସମନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri