ମେ’ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ

ଭୁବନେଶ୍ୱର,୧।୫(ବ୍ୟୁରୋ): ମେ’ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ରବି ଧାନ ସଂଗ୍ରହ କରାଯିବ। ଧାନ ସଂଗ୍ରହ ହେବାକୁ ଥିବା ୧୭ ଜିଲା ମଧ୍ୟରୁ କିଛି ଜିଲାରେ ଏହି କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଅନ୍ୟ ଜିଲାଗୁଡ଼ିକରେ ମେ’ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଆରମ୍ଭ ହେବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ଦ୍ୱାରା ଜିଲାରେ ରବିଧାନ ଅମଳକୁ ଦୃଷ୍ଟିରେ ରଖି ମଣ୍ଡି ଦ୍ୱାରା ଧାନ ସଂଗ୍ରହ କାର୍ଯ୍ୟର ତାରିଖ ଚୂଡ଼ାନ୍ତ କରାଯାଇଛି ା ରବିଧାନ ସଂଗ୍ରହ କାର୍ଯ୍ୟ ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ ା
ଚଳିତ ରବିଧାନ ସଂଗ୍ରହ ରାଜ୍ୟର ୧୭ଟି ଜିଲାରେ କରାଯାଉଥିବା ବେଳେ ପ୍ରକୃତ ଧାନଚାଷ କରାଯାଇଥିବା ଜମିର ସର୍ଭେ କାର୍ଯ୍ୟ ସାଟେଲାଇଟ୍‌ ଇମେଜରି ମାଧ୍ୟମରେ କରାଯାଉଛି ା ମେ’ ୪ ତାରିଖ ସୁଦ୍ଧା ଓର୍‌ସାକ୍‌ ଦ୍ୱାରା ସମସ୍ତ ପଞ୍ଜୀକୃତ ଧାନଚାଷ ଜମିର ସାଟେଲାଇଟ୍‌ ସର୍ଭେ କାର୍ଯ୍ୟ ଶେଷ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି ା ସାଟେଲାଇଟ୍‌ ଇମେଜରି ମାଧ୍ୟମରେ ମିଳୁଥିବା ତଥ୍ୟ ଅନୁଯାୟୀ ସନ୍ଦିଗ୍ଧ ପ୍ଲଟଗୁଡ଼ିକର କ୍ଷେତ୍ରସ୍ତରରେ ଯାଞ୍ଚ କରାଯାଉଛି ା ସାଟେଲାଇଟ୍‌ ସର୍ଭେ ଦ୍ୱାରା ମିଳିଥିବା ତଥ୍ୟ ଅନୁଯାୟୀ ପଞ୍ଜୀକୃତ କରିଥିବା ଜମିର ୧୬ ପ୍ରତିଶତ ଜମିରେ ଧାନଚାଷ କରାଯାଇନାହିଁ ା
ରବିଧାନ ସଂଗ୍ରହ ନିମନ୍ତେ ପଞ୍ଜୀକୃତ ଚାଷୀମାନଙ୍କ ପ୍ରଦତ୍ତ ଧାନଚାଷ କରାଯାଇଥିବା ଜମିର ତଥ୍ୟ, ଜଳସେଚିତ ଜମିର ପରିମାଣ, ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡ ଆଦିର ଯାଞ୍ଚ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ା ଶନିବାର ଲୋକସେବା ଭବନଠାରେ ଚଳିତ ରବିଧାନ ସଂଗ୍ରହ ନିମନ୍ତେ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ଓର୍‌ସାକ୍‌ ଦ୍ୱାରା ସାଟେଲାଇଟ୍‌ ଇମେଜରି ମାଧ୍ୟମରେ ଚାଷ କରାଯାଇଥିବା ପ୍ରକୃତ ଧାନଜମିର ସର୍ଭେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି।
ଯେଉଁସବୁ ପ୍ଲଟ୍‌ରେ ରବିଧାନ ଚାଷ କରାଯାଇ ନାହିଁ, ସେସବୁ ପ୍ଲଟ୍‌କୁ ରବିଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ୍‌ ଦିଆଯାଉଛି ା ସମବାୟ, ରାଜସ୍ବ, ଜଳସମ୍ପଦ ଓ କୃଷି ବିଭାଗର ଅଧିକାରୀଙ୍କ ଦ୍ୱାରା କ୍ଷେତ୍ରସ୍ତରରେ ଯୁଗ୍ମ ଯାଞ୍ଚ କାର୍ଯ୍ୟ କରାଯାଇଛି ା ଯାଞ୍ଚ କରାଯାଇଥିବା ତଥ୍ୟଗୁଡ଼ିକ ସୋସାଇଟି ଦ୍ୱାରା ତୁରନ୍ତ ଅପ୍‌ଡେଟ୍‌ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ା
ପଞ୍ଜୀକୃତ ଚାଷୀମାନେ ଯେପରି ସହଜରେ ଏବଂ ସୁବିଧାରେ ମଣ୍ଡିରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି କରିପାରିବେ ସେଥିନିମନ୍ତେ ଆନୁଷଙ୍ଗିକ ସମସ୍ତ ଉପକରଣ ଓ ବ୍ୟବସ୍ଥାକୁ ଚୂଡ଼ାନ୍ତ କରିବା ପାଇଁ ମନ୍ତ୍ରୀ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି ା ମଣ୍ଡି ସହିତ ସଂଯୁକ୍ତ ମିଲରମାନେ ଯେପରି ଠିକ୍‌ ସମୟରେ ମଣ୍ଡିରୁ ଧାନ ଉଠାଣ କରିବେ, ସେଥି ପ୍ରତି ଆଗୁଆ ପଦକ୍ଷେପ ନେବା ସକାଶେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଧାନ ସଂଗ୍ରହ କାର୍ଯ୍ୟକୁ ସ୍ବଚ୍ଛ ଓ ତ୍ୱରାନ୍ବିତ କରିବା ପାଇଁ ବିଭାଗ ଦ୍ୱାରା ପି-ପାସ୍‌ ଓ ଚାଷୀଙ୍କୁ ଆଗୁଆ ଟୋକନ୍‌ ପ୍ରଦାନ କରାଯାଉଛି ା ମଣ୍ଡିରେ ଧାନ ସଂଗ୍ରହ କାର୍ଯ୍ୟର ତଦାରଖ ଓ ନିରୀକ୍ଷଣ ନିମନ୍ତେ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଉଛି ା ଚଳିତ ରବିଧାନ ରାଜ୍ୟର ୧୭ଟି ଜିଲା ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁରରୁ ପଞ୍ଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କଠାରୁ ସଂଗ୍ରହ କରାଯିବ ା ରବିଧାନ ସଂଗ୍ରହ ପାଇଁ ରାଜ୍ୟର ମୋଟ ୨ ଲକ୍ଷ ୫୮ ହଜାର ୨୩୭ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି, ଯାହାକି ଗତବର୍ଷ ଅପେକ୍ଷା ୧୧ ପ୍ରତିଶତ ଅଧିକ ା
ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ, ସ୍ବତନ୍ତ୍ର ଶାସନ ସଚିବ ରାଜେନ୍ଦ୍ର ମିଶ୍ର, ନିବନ୍ଧକ, ସମବାୟ ସମିତି ଉଦ୍ଧବଚରଣ ମାଝି, ସମବାୟ ବିଭାଗର ସ୍ବତନ୍ତ୍ର ସଚିବ ଭରତ ଚନ୍ଦ୍ର ବେହେରା, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ୍‌ ସାକ୍ସେନା, ଓର୍‌ସାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପି.କେ. ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?