Posted inଫୁରସତ

ପ୍ରଶଂସା ସାଉଁଟୁଛି ଷ୍ଟେଶନ ସୌନ୍ଦର୍ଯ୍ୟକରଣ

ତିରୁର୍‌(କେରଳ): କରୋନା ପରିସ୍ଥିତିରେ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଛି। ଏହା ଦେଶର ପର୍ଯ୍ୟଟନକୁ ଗୁରୁତରଭାବେ ପ୍ରଭାବିତ କରିଛି। ତେବେ ଭାରତୀୟ ରେଲଓ୍ବେ ପକ୍ଷରୁ ଏବେ ବିଭିନ୍ନ ରେଳଷ୍ଟେଶନର ସୌନ୍ଦର୍ଯ୍ୟକରଣ କରାଯାଉଛି। ଏହା ଅନେକ ଲୋକଙ୍କୁ ବିମୋହିତ କରିଛି। ସଦର୍ନ ରେଲଓ୍ବେ ପକ୍ଷରୁ କେରଳର ତିରୁର୍‌ ରେଲଓ୍ବେ ଷ୍ଟେଶନରେ ବିଭିନ୍ନ କିସମର ସୁନ୍ଦର ସୁନ୍ଦର ଗଛ ଲଗାଯାଇଛି। ଷ୍ଟେଶନ ମାଷ୍ଟରଙ୍କ ରୁମ୍‌ ସମ୍ମୁଖରୁ ଆରମ୍ଭକରି ଷ୍ଟେଶନର ବିଭିନ୍ନ ସ୍ଥାନରେ ଏପରି ରଙ୍ଗବେରଙ୍ଗର ଗଛ(ପଟେଡ୍‌ ପ୍ଲାଣ୍ଟ) ଷ୍ଟେଶନର ସୌନ୍ଦର୍ଯ୍ୟ ବୃଦ୍ଧିକରୁଛି। ବିଭିନ୍ନ ସ୍ଥାନରେ ଝୁଲନ୍ତା ଗଛ ମଧ୍ୟ ଲଗାଯାଇଛି। ସୋମବାର ଷ୍ଟେଶନର କେତୋଟି ଫଟୋ ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ରେଲଓ୍ବେର କାର୍ଯ୍ୟକୁ ଅନେକ ଟୁଇଟର ବ୍ୟବହାରକାରୀ ପ୍ରଶଂସା କରିଛନ୍ତି। ସ୍ଥିତି ସ୍ବାଭାବିକ ହେଲେ ନିଶ୍ଚିତଭାବେ ଆମେ ଏହି ସୌନ୍ଦର୍ଯ୍ୟକୁ ପାଖରୁ ଉପଭୋଗ କରିବାକୁ ଚାହିଁବୁ ବୋଲି କେତେଜଣ ପ୍ରତିକ୍ରିୟା ରଖିଛନ୍ତି। ସେହିପରି ଦେଶର ଅନ୍ୟ ଷ୍ଟେଶନଗୁଡ଼ିକୁ ମଧ୍ୟ ଏପରି ସୌନ୍ଦର୍ଯ୍ୟକରଣ କରାଯାଉ ବୋଲି ମତ ରଖିଛନ୍ତି। ସେହିପରି ଆଉ କେତେଜଣ ଗଛଗୁଡ଼ିକର ଉପଯୁକ୍ତ ଯତ୍ନ ନେବାପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ଏପରିକି ପ୍ରତ୍ୟେକ ବର୍ଷ ‘ବେଷ୍ଟ ଗ୍ରୀନ୍‌ ଷ୍ଟେଶନ’ ପ୍ରତିଯୋଗିତା କରିବା ପାଇଁ ମଧ୍ୟ ଜଣେ ଟୁଇଟର ବ୍ୟବହାରକାରୀ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୬ରେ ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ କର୍ନାଟକର ହୁବ୍‌ଲି ଷ୍ଟେଶନର ମଧ୍ୟ ଫଟୋ ଶେୟାର କରାଯାଇଥିଲା। ‘ମଡର୍ନ ଲୁକ୍‌ ଅଫ୍‌ ହୁବ୍‌ଲି ରେଲଓ୍ବେ ଷ୍ଟେଶନ’ କ୍ୟାପ୍‌ଶନ ଉଲ୍ଲେଖ ରହିଥିବା ଫଟୋରେ ଷ୍ଟେଶନର ସମ୍ମୁଖଭାଗର ବିଭିନ୍ନ ରଙ୍ଗର ସୁନ୍ଦର ଆଲୋକୀକରଣ ବ୍ୟବସ୍ଥା କରାଯାଇଥିବା ନଜରକୁ ଆସିଥିଲା। ଏହାକୁ ମଧ୍ୟ ଟୁଇଟରରେ ଅନେକ ଲୋକ ପ୍ରଶଂସା କରିଥିଲେ। ଷ୍ଟେଶନର ସ୍ବଚ୍ଛତା ଏବଂ ସୌନ୍ଦର୍ଯ୍ୟକରଣ ଆଗାମୀ ଦିନରେ ପର୍ଯ୍ୟଟକଙ୍କୁ ନିଶ୍ଚିତଭାବେ ଆକର୍ଷିତ କରିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri