Posted inଫୁରସତ

ଅର୍ଥନୀତିର ରାହା ନଡ଼ିଆ

କୃଷି ଅର୍ଥନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ନଡ଼ିଆ। କମ୍‌ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଦୀର୍ଘବର୍ଷ ଯାଏ ଉତ୍ପାଦନ କ୍ଷମତା ଥିବାରୁ ଏହି ଗଛର ଆଦର କାହିଁରେ କେତେ। ସାମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବ୍ୟବସାୟିକ ଭିତ୍ତିରେ କରାଯାଉଥିବା ନଡ଼ିଆ ଚାଷ ବେଶ୍‌ ଲାଭଦାୟକ। ଧର୍ମ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ସମୃଦ୍ଧ ଭାରତ ଭଳି ଦେଶରେ ନଡ଼ିଆ ବା ଶ୍ରୀଫଳ ପ୍ରତି ରହିଛି ଅହେତୁକ ଆକର୍ଷଣ। ନଡ଼ିଆ ଚାଷ ଏବଂ ଚାଷୀଙ୍କୁ ପ୍ରୋତ୍ସାହିତ କରିବା, ପୌଷ୍ଟିକ ତତ୍ତ୍ୱରେ ଭରପୂର ଏହି ସୁସ୍ବାଦୁ ଫଳ ବିଷୟରେ ଲୋକଙ୍କୁ ଧାରଣା ଦେବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨କୁ ବିଶ୍ୱ ନାରିକେଳ ଦିବସ ବା ଓ୍ବାଲର୍‌ଡ କୋକନଟ ଡେ’ ଭାବେ ପାଳନ କରାଯାଉଛି।

ନୂଆଦିଲ୍ଲୀ: ବିକାଶଶୀଳ ଏବଂ ବିକଶିତ ଦେଶର ଜାତୀୟ ଅଭିବୃଦ୍ଧିରେ ଅର୍ଥକରୀ ଫଳ ନଡ଼ିଆର ଯୋଗଦାନ ଅନେକ। ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ନଡ଼ିଆ ବିଶ୍ୱର ଅଧିକାଂଶ ଚାହିଦା ମେଣ୍ଟାଇଥାଏ। ଏଥିରୁ ହେଉଥିବା ଆୟ ଅର୍ଥନୀତିକୁ ବଳ ଯୋଗାଏ। ନଡ଼ିଆ ଗଛର ପ୍ରତିଟି ଅଂଶ ଉପକାରରେ ଆସେ। ନଡ଼ିଆ ଗଛରୁ ସମାନ୍ତରାଳ ଭାବେ ପଇଡ଼, ନଡ଼ିଆ, କତା ଉତ୍ପାଦନ ହୁଏ। ତେଣୁ ନଡ଼ିଆ ଚାଷ କରାଯାଉଥିବା ଅଞ୍ଚଳରେ ଆପଣାଛାଏ ଗଢ଼ି ଉଠେ ଅନେକ ଶିଳ୍ପ, ଯାହା ଲକ୍ଷାଧିକ ଲୋକଙ୍କୁ ରୋଜଗାରର ବାଟ ଦେଖାଏ। ଏହାକୁ ନଜରରେ ରଖି ସମୁଦ୍ର ତଟବର୍ତ୍ତୀ ସ୍ଥାନଗୁଡ଼ିକରେ ପ୍ରଚୁର ପରିମାଣର ନଡ଼ିଆ ଚାଷ କରାଯାଉଛି।
ଭାରତୀୟ ଜନମାନସରେ ଧର୍ମୀୟ ବିଶ୍ୱାସ ସହିତ ଜଡ଼ିତ ଫଳ ମଧ୍ୟରେ ଅନ୍ୟତମ ନଡ଼ିଆ। ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ବଡ଼ ଯୋଗଦାନ ରହିଛି ନଡ଼ିଆର। ଏକ ତଥ୍ୟ ଅନୁଯାୟୀ ନଡ଼ିଆ ଉତ୍ପାଦନକାରୀ ଦେଶ ମଧ୍ୟରେ ଭାରତର ସ୍ଥାନ ପୃଥିବୀରେ ତୃତୀୟ। ଭାରତରୁ ବାର୍ଷିକ ହାରାହାରି ୧୨ ମିଲିୟନ ମେଟ୍ରିକ ଟନ୍‌ ନଡ଼ିଆ ଉତ୍ପାଦନ ହୁଏ। ଏହିକ୍ରମରେ ଇଣ୍ଡୋନେସିଆ (୧୯ ମିଲିୟନ ମେଟ୍ରିକ ଟନ୍‌), ଫିଲିପାଇନ୍ସ (୧୪ ମିଲିୟନ ମେଟ୍ରିକ ଟନ୍‌) ସହ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପୃଥିବୀରେ ହେଉଥିବା ମୋଟ୍‌ ନଡ଼ିଆ ଉତ୍ପାଦନରୁ ଏହି ତିନିଦେଶର ଯୋଗଦାନ ୭୨%। ସେହିପରି ଶ୍ରୀଲଙ୍କା, ପପୁଆ ନିଉଗିନି, ମେକ୍ସିକୋ, ବ୍ରାଜିଲ, ଭିଏତନାମ, ଥାଇଲାଣ୍ଡରୁ ମୋଟ୍‌ ୧୬% ନଡ଼ିଆ ଉତ୍ପାଦନ ହୋଇଥାଏ। ୨୦୧୮ର ଏକ ତଥ୍ୟ ଅନୁଯାୟୀ, ପପୁଆ ନିଉଗିନିବାସୀ ବେଶି ନଡ଼ିଆପ୍ରିୟ। ଏଠାରେ ଜଣେ ବ୍ୟକ୍ତି ବାର୍ଷିକ ହାରାହାରି ୧୪୦ କେଜି ଯାଏ ନଡ଼ିଆ ଖାଇଥାନ୍ତି। ଏହା ପଛକୁ ଫିଲିପାଇନ୍ସ ୧୩୧ କେଜି ଏବଂ ଶ୍ରୀଲଙ୍କା ୧୨୪ କେଜି ସହ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।
ନଡ଼ିଆ ଉତ୍ପାଦନ, ପ୍ରକ୍ରିୟାକରଣ, ବିପଣନ, ମୂଲ୍ୟ ନିର୍ଦ୍ଧାରଣ, ଚାଷୀଙ୍କୁ ଉତ୍ସାହିତ କରିବା ଲାଗି ଭାରତରେ କୋକନଟ ଡେଭଲପମେଣ୍ଟ ବୋର୍ଡ (ସିଡିବି) ଗଠନ କରାଯାଇଛି। ଏକ ତଥ୍ୟ ଅନୁଯାୟୀ, ନଡ଼ିଆ ଉତ୍ପାଦନରେ ଭାରତ ଏକ ଅଗ୍ରଣୀ ଦେଶ। ଦେଶର ମୋଟ୍‌ ୨୦.୮୨ ଲକ୍ଷ ହେକ୍ଟର ଜମିରେ ନଡ଼ିଆ ଚାଷ କରାଯାଉଛି। ଗୋଟିଏ ହେକ୍ଟରରୁ ହାରାହାରି ୧୧,୫୦୫ଟି ନଡ଼ିଆ ମିଳିଥାଏ। ଜିଡିପିକୁ ନଡ଼ିଆର ଯୋଗଦାନ ୨୭,୯୦୦ କୋଟି ଟଙ୍କା।
ଦେଶର କେରଳ, କର୍ନାଟକ, ଆନ୍ଧ୍ରପ୍ରଦେଶ ତାମିଲନାଡୁ, ଗୋଆ, ମହାରାଷ୍ଟ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ପୁଡୁଚେରି, ଗୁଜରାଟ, ଲାକ୍ଷାଦୀପ, ଆଣ୍ଡାମାନରେ ପ୍ରଚୁର ନଡ଼ିଆ ଉତ୍ପାଦନ କରାଯାଏ। ତେବେ କେବଳ ଦକ୍ଷିଣ ଭାରତରୁ ହାରାହାରି ୯୨% ନଡ଼ିଆ ଉତ୍ପାଦିତ ହୋଇଥାଏ। ନଡ଼ିଆ ଉତ୍ପାଦନରେ ଦେଶରେ ପ୍ରଥମ ସ୍ଥାନରେ ରହିଛି କେରଳ। ଏଠାରୁ ଉତ୍ପାଦିତ ହେଉଥିବା ନଡ଼ିଆ ଜାତୀୟ ଉତ୍ପାଦନର ୪୫%। କେରଳରେ ୭.୭୦ଲକ୍ଷ ହେକ୍ଟର ଜମିରେ ନଡ଼ିଆ ଚାଷ କରାଯାଏ। କେରଳରେ ନଡ଼ିଆ ‘କଳ୍ପ ଭ୍ରିକାଶମ’ ନାମରେ ପରିଚିତ, ଯାହାର ଅର୍ଥ ଗଛର ସବୁ ଅଂଶ ଉପଯୋଗୀ। କେବଳ ଆର୍ଥିକ ନୁହେଁ, ସାମାଜିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ମଧ୍ୟ କେରଳରେ ନଡ଼ିଆ ଚାଷ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। ନଡ଼ିଆ ଚାଷରେ ମାନବ ସମ୍ବଳର ଉପଯୋଗିତା ହେଉ ବା ନଡ଼ିଆକୁ ନେଇ ଶିଳ୍ପ ପ୍ରତିଷ୍ଠା ସବୁକ୍ଷେତ୍ରରେ କେରଳ ଅଗ୍ରଣୀ ରାଜ୍ୟ ପାଲଟିଛି। ନଡ଼ିଆରୁ ଉତ୍ପାଦିତ ତେଲକୁ ଏଠାକାର ପାରମ୍ପରିକ ଖାଦ୍ୟରେ ବ୍ୟବହାର କରାଯାଏ। ସେହିପରି ପ୍ରକ୍ରିୟାକରଣ ପରେ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ରତ୍ପାନି କରାଯାଏ। ତେବେ ବାତ୍ୟାପ୍ରବଣ ବଙ୍ଗୋପସାଗର ନଡ଼ିଆ ଚାଷର ଶତ୍ରୁ ପାଲଟିଛି। ପ୍ରତିବର୍ଷ ପୂର୍ବ ଉପକୂଳରେ ପିଟି ହେଉଥିବା ସାମୁଦ୍ରିକ ଝଡ଼ରେ ଲକ୍ଷାଧିକ ଗଛ କ୍ଷତିଗ୍ରସ୍ତ ହେଉଛି, ଯାହା ନାରିକେଳ ଉତ୍ପାଦନକୁ ଭୟଙ୍କର କ୍ଷତି ପହଞ୍ଚାଉଛି।
ଓଡ଼ିଶା କଥା ବିଚାରକୁ ନେଲେ ଏଠାକାର ସାମୁଦ୍ରିକ ଜଳବାୟୁ ନଡ଼ିଆ ଚାଷ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। ରାଜ୍ୟରେ ୫ ଲକ୍ଷ ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଛି। ରାଜ୍ୟରୁ ବାର୍ଷିକ ୪୦୦ ମିଲିୟନରୁ ଊର୍ଦ୍ଧ୍ୱ ନଡ଼ିଆ ଉତ୍ପାଦନ ହେଉଛି। ଦେଶରେ ନାରିକେଳ ଉତ୍ପାଦନରେ ଓଡ଼ିଶାର ସ୍ଥାନ ୫ମ। ତେବେ ଫନୀ, ହୁଡ୍‌ହୁଡ୍‌, ଫାଇଲିନ୍‌ରେ ଉପକୂଳବର୍ତ୍ତୀ ଜିଲାର ନଡ଼ିଆ ଚାଷ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଗତ କିଛିବର୍ଷ ମଧ୍ୟରେ ଉତ୍ପାଦନ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?