ଜାହାଜରୁ ୨୨୦ କୋଟିର କୋକେନ୍‌ ଜବତ

ପାରାଦୀପ,୨।୧୨(ଶରତ ରାଉତ): ପାନାମାରେ ତିଆରି ହୋଇଥିବା ‘ଏମ୍‌ଭି ଦେବୀ’ ନାମକ ପଣ୍ୟବାହୀ ଜାହାଜ ଇଣ୍ଡୋନେସିଆରୁ ଆସିଥିଲା। ପାରାଦୀପରୁ ଷ୍ଟିଲ୍‌ କାର୍ଗୋ ନେଇ ଡେନମାର୍କ ଯିବାର ଥିଲା। ଗୁରୁବାର ମଧ୍ୟାହ୍ନ ୧୨ଟାରେ ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ (ପିଆଇସିଟି) ବର୍ଥରେ ଲାଗିଥିଲା। ନିୟମାନୁସାରେ ପ୍ରଥମେ କଷ୍ଟମ୍ସ ଅଧିକାରୀମାନେ ଜାହାଜ ଯାଞ୍ଚ କରି କ୍ଲିୟରାନ୍ସ ଦେଇଥିଲେ। ତା’ପରେ ଜେଏସ୍‌ପିଏଲ କମ୍ପାନୀର ଷ୍ଟିଲ ବୋଝେଇ ହେଉଥିଲା। ଦ୍ୱିତୀୟ ସିଫ୍ଟ ରାତି ୧୦ ଟାରେ ସରିବା ପରେ ତୃତୀୟ (ରାତି ୧୦ରୁ ସକାଳ ୬) ସିଫ୍ଟର ଅପରେଟର ଜାହାଜର କ୍ରେନ୍‌ ଉପରେ ଚଢ଼ିଥିଲେ। ସେତେବେଳେ ସେହି କ୍ରେନ କ୍ୟାବିନ ଭିତରେ କିଛି ସାମଗ୍ରୀ, କଳା ପଲିଥିନ ଓ ଏକ ବାଲ୍ଟି ମଧ୍ୟରେ କିଛି ଥିବା ଦେଖି ସନ୍ଦେହ କରିଥିଲେ। ସେ ତୁରନ୍ତ ପିଆଇସିଟି ଟର୍ମିନାଲ ମୁଖ୍ୟ ଓ ଜାହାଜ କ୍ୟାପଟେନଙ୍କୁ ସୂଚନା ଦେଇଥିଲେ। କିଛି ବିସ୍ଫୋରକ ସାମଗ୍ରୀ ରହିଥିବା ପ୍ରଥମେ ସନ୍ଦେହ ହୋଇଥିଲା। ଏହାପରେ ପୋର୍ଟ ସିଆଇଏସ୍‌ଏଫ୍‌, ମେରାଇନ ପୋଲିସ, କଷ୍ଟମ୍ସ ବିଭାଗ ଅଧିକାରୀ ପହଞ୍ଚତ୍ ଡଗ ସ୍କ୍ବାଡ୍‌, ବୋମା ନିଷ୍କ୍ରିୟକାରୀ ଟିମ୍‌ ସହାୟତାରେ ଯାଞ୍ଚ କରିଥିଲେ। ରାତିତମାମ ଯାଞ୍ଚ ପରେ ତାହା ବିସ୍ଫୋରକ ନୁହେଁ ବୋଲି ଜଣାପଡ଼ିଥିଲା। ସକାଳୁ ସେହି ପ୍ୟାକେଟ ଖୋଲି ଦେଖିବା ପରେ ତାହା ବ୍ରାଉନ୍‌ସୁଗାର ବୋଲି ଅନୁମାନ କରାଯାଇଥିଲା। ହେଲେ ଜାହାଜର ଭିନ୍ନ ଭିନ୍ନ ଜାଗାରୁ ୮ଟି ପ୍ୟାକେଟ୍‌ ମିଳିବା ପରେ ନିଶାଦ୍ରବ୍ୟ ଯାଞ୍ଚ ପାଇଁ ଭୁବନେଶ୍ୱରରୁ କିଟ୍‌ ଅଣାଯାଇ ତଦନ୍ତ କରାଯିବାରୁ ତାହା କୋକେନ ବୋଲି ସ୍ପଷ୍ଟ ହୋଇଥିଲା। ସା ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରୁ ଜାହାଜରୁ ମୋଟ ୨୨ଟି ପ୍ୟାକେଟ ମିଳିଥିଲା। ରିପୋର୍ଟ ଲେଖା ହେବା ସୁଦ୍ଧା ଜାହାଜ ଭିତରେ କଷ୍ଟମ୍ସ, ସିଆଇଏସ୍‌ଏଫ୍‌, ମେରାଇନ ପୋଲିସ ଓ କୋଷ୍ଟଗାର୍ଡ ପକ୍ଷରୁ ଯାଞ୍ଚ ଚାଲିଥିଲା। ଜାହାଜ ଅଟକ ରହିଛି। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ପୁନର୍ବାର ଜାହାଜ ଚାଲିବ ବୋଲି କଷ୍ଟମ୍ସ ବିଭାଗ ଭୁବନେଶ୍ୱର ଜୋନ୍‌ କମିଶନର ମାଧବଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।
କମିଶନର ମିଶ୍ର କହିଛନ୍ତି ଯେ, ଜାହାଜରେ ୨୦ଜଣ କ୍ରିଉ ମେମ୍ବର ଥିବାବେଳେ ସେମାନେ ସମସ୍ତେ ଭିଏଟନାମା ନାଗରିକ। ସେମାନଙ୍କୁ ପଚରାଉଚରା କରାଯାଉଛି। ସେମାନେ ପ୍ରାୟତଃ ଇଂଲିଶ ବୁଝି ପାରୁ ନ ଥିବାରୁ ଜେରାବେଳେ ଅସୁବିଧା ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଭିଏଟନାମା କ୍ରିଉ ମେମ୍ବରଙ୍କୁ ପଚରାଉଚରା ପାଇଁ ଇଣ୍ଟରପ୍ରିଟର୍ସଙ୍କ ସହାୟତା ନିଆଯାଇପାରେ।
ଅନ୍ୟପକ୍ଷରେ କଷ୍ଟମ୍ସ ବିଭାଗ ପକ୍ଷରୁ ଜାହାଜରେ ଯାଞ୍ଚ କରାଯାଇ କ୍ଲିୟରାନ୍ସ ଦିଆଯିବା ପରେ ପୁଣି ସେଠାରୁ କିପରି ଏତେ ପରିମାଣର ନିଶାଦ୍ରବ୍ୟ ମିଳିଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ପିଆଇସିଟି ବର୍ଥ ଘରୋଇ କମ୍ପାନୀ ଜେ. ଏମ୍‌. ବକ୍ସି ଦ୍ୱାରା ଚାଲିଛି। ଉକ୍ତ କମ୍ପାନୀ ୩୦ ବର୍ଷ ପାଇଁ ବିଓଟି (ବିଲ୍ଡ ଅପରେଟ୍‌ ଟ୍ରାନ୍ସଫର) ବେସିସରେ ପରିଚାଳନା କରୁଛି। ଏଥିପାଇଁ ସ୍ବତନ୍ତ୍ର ଗେଟ୍‌ ଓ ଘରୋଇ ସିକ୍ୟୁରିଟି ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଠାରେ ପାରାଦୀପ ପୋର୍ଟ କର୍ତ୍ତୃପକ୍ଷଙ୍କର କର୍ତ୍ତୃତ୍ୱ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri