Posted inଫୁରସତ

ସାପ କୁକୁଡ଼ା ଲଢ଼େଇ, ଶେଷରେ ଜିତିଲା…

ସାପମାନେ ବହୁତ ବିପଜ୍ଜନକ ପ୍ରାଣୀ। ବଡ଼ ହେଉ କି ଛୋଟ ସାପ, ସେ ସବୁବେଳେ ଭୟଙ୍କର। ସେମାନଙ୍କଠାରୁ ରକ୍ଷା ପାଇବା କାଠିକର ପାଠ। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଲୋମ ଟାଙ୍କୁରି ଉଠିବ। ଭିଡିଓରେ ସାପ ଏବଂ କୁକୁଡ଼ା ମଧ୍ୟରେ ଜୋରଦାର ଲଢ଼େଇ ହେଉଛି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଦେଖିବେ କିପରି ଏକ କୁକୁଡ଼ା ନିଜକୁ ଭୟଙ୍କର ସାପଠାରୁ ରକ୍ଷା କରିବା ପାଇଁ ସମସ୍ତ କଳବଳ କୌଶଳ ପ୍ରୟୋଗ କରୁଛି।

କୁକୁଡ଼ାଟି ଅଣ୍ଡା ଉପରେ ବସିଛି, ସେତିକିବେଳେ ଏକ କଳା ସାପ ତା’ ନିକଟରେ ପହଞ୍ଚୁଛି। ଅଣ୍ଡାକୁ ଜଗି ବସିଥିବା କୁକୁଡ଼ା ଉପରେ ସାପଟି ଆକ୍ରମଣ କରୁଛି। ଏହା ପରେ କୁକୁଡ଼ା ବି ସାପକୁ ପ୍ରତି ଆକ୍ରମଣ କରୁଛି। ସାପଟି ସେଠାରୁ ନ ଯିବା ଯାଏ କୁକୁଡ଼ା ତାକୁ ଥଣ୍ଟରେ ଖୁମ୍ପା ମାରୁଛି। ଶେଷରେ ସାପଟି ସ୍ଥାନ ଛାଡ଼ି ଚାଲିଯାଇଛି।

ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଭିଡିଓ ଦେଖିବା ପରେ ଲୋକମାନେ କୁକୁଡ଼ାର ସାହସିକତାକୁ ପ୍ରଶଂସା କରୁଛନ୍ତି। ଏଥିସହିତ କୁକୁଡ଼ା ଅଣ୍ଡାର ସୁରକ୍ଷା ପାଇଁ ପ୍ରଶଂସା କରୁଛନ୍ତି। ଯଦିଓ ଏହା ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ସେମାନେ କହିଛନ୍ତି, ସାପଟି ସେଠାରୁ ଦୂରେଇ ନ ଯିବା ପର୍ଯ୍ୟନ୍ତ କୁକୁଡ଼ା ବିଷାକ୍ତ ସାପ ଆଗରେ ଯୁଦ୍ଧ ଜାରି ରଖିଥିଲା। ଜଣେ ୟୁଜର କହିଛନ୍ତି, ‘ଆମେ କେବେ କଳ୍ପନା କରି ନ ଥିଲୁ, ସାପ ଏବଂ କୁକୁଡ଼ା ମଧ୍ୟରେ ଏମିତି ଲଢ଼େଇ ହୋଇପାରେ।’ ତେଣୁ ଆପଣ ଜାଣିଥିବେ ମା’ ନିଜର ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ କାହାକୁ ବି ଭୟ କରନ୍ତି ନାହିଁ। ଜୀବନ ଥିବା ଯାଏ ମା’ଟିଏ ତା’ର ସନ୍ତାନ ପାଇଁ ଲଢ଼ିବାକୁ ପ୍ରସ୍ତୁତ ଥାଏ। ଯାହା ଏହି ଭିଡିଓରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri