କୋଷ୍ଟାଲ୍‌ ହାଇଓ୍ବେ ପରିବର୍ତ୍ତିତ ନକ୍ସାକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର,୨୮।୧(ବ୍ୟୁରୋ): କେନ୍ଦ୍ର ସରକାର ପ୍ରସ୍ତାବିତ ଉପକୂଳ ରାଜପଥ(କୋଷ୍ଟାଲ୍‌ ହାଇଓ୍ବେ) ପ୍ରକଳ୍ପର ନକ୍ସା ପରିବର୍ତ୍ତନ କରିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟ ପ୍ରବନ୍ଧକ ରାମ ପ୍ରସାଦ ପଣ୍ଡା କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି (ଏକ୍ସପର୍ଟ ଆପ୍ରେଜାଲ୍‌ କମିଟି) ଉପକୂଳ ରାଜପଥ ପାଇଁ ଏକ ନୂତନ ଆଲାଇନ୍‌ମେଣ୍ଟ (ଗ୍ରୀନ୍‌ ଫିଲଡ୍‌)ର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଘୋଷଣାର ଦୀର୍ଘ ୬ ବର୍ଷ ପରେ ପ୍ରକଳ୍ପର ନୂଆ ଆଲାଇନ୍‌ମେଣ୍ଟ ନେଇ କେନ୍ଦ୍ର ସରକାରଙ୍କ ଏଭଳି ପରିବର୍ତ୍ତିତ ଆଭିମୁଖ୍ୟ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଛନ୍ତି।
ଲୋକସେବା ଭବନସ୍ଥିତ ପୂର୍ତ୍ତ ବିଭାଗର ସମ୍ମିଳନୀ କକ୍ଷରେ ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ଭାୟା ପୁରୀ ଦେଇ ଯାଇଥିବା ଭାରତମାଳା (କୋଷ୍ଟାଲ୍‌ ହାଇଓ୍ବେ) ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ୨୦୧୫ରେ ନବକଳେବର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତତ୍‌କାଳୀନ ଖାଦ୍ୟ ଯୋଗାଣ, ବୈଷୟିକ ଶିକ୍ଷା ଓ ନିଯୁକ୍ତି ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ଉପସ୍ଥିତିରେ ପିପିଲିଠାରେ ଅନୁଷ୍ଠିତ ସମାବେଶରେ ଘୋଷଣା କରିଥିଲେ। ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ୪୪୦ କିମି କୋଷ୍ଟାଲ୍‌ ହାଇଓ୍ବେ ଖୁବ୍‌ଶୀଘ୍ର ନିର୍ମାଣ କରାଯିବ। ଏହି ହାଇଓ୍ବେ ନିର୍ମାଣ ହେଲେ ଓଡ଼ିଶାର ପର୍ଯ୍ୟଟନ, ବାଣିଜି୍ୟକ କ୍ଷେତ୍ରରେ ଏକ ବିରାଟ ଯୋଗଦାନ ହେବ ବୋଲି ସାଧାରଣରେ ଆଶା ସଞ୍ଚାର ହୋଇଥିଲା। ପରବର୍ତ୍ତୀ ସମୟରେ ବହୁ ଆଲୋଚନା, ପର୍ଯ୍ୟାଲୋଚନା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୧୯ ନଭେମ୍ବର ୧୫ରେ ନିଷ୍ପତ୍ତି ନିଆଯାଇ ପ୍ରଥମ ପର୍ଯ୍ୟାୟରେ ୩୭୦ କିମି ଉପକୂଳ ରାଜପଥ (ଭାରତମାଳା) ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା। ଏହି ଉପକୂଳ ରାଜପଥ ପୁରୀ ଜିଲାର ସାତପଡ଼ାଠାରୁ ଆରମ୍ଭ ହୋଇ ପୁରୀ-କୋଣାର୍କ-ଅସ୍ତରଙ୍ଗ-ରତନପୁର-ଧାମରା-ବାସୁଦେବପୁର-ଚାନ୍ଦିପୁରଠାରୁ ଦୀଘା ପର୍ଯ୍ୟନ୍ତ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଥିଲେ।
ବୈଠକରେ ପୂର୍ତ୍ତ ସଚିବ କିଷନ କୁମାର, ଅତିରିକ୍ତ ଶାସନ ସଚିବ ଏଚ୍‌.କେ. ଦତ୍ତ, ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟ ପ୍ରବନ୍ଧକ ରାମ ପ୍ରସାଦ ପଣ୍ଡା, ରାଜପଥ ମୁଖ୍ୟଯନ୍ତ୍ରୀ ରଞ୍ଜିତ କୁମାର ସାହୁ, ରାସ୍ତା ବିଭାଗର ମୁଖ୍ୟଯନ୍ତ୍ରୀ ମନୋରଞ୍ଜନ ମିଶ୍ର ଓ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଉପ ଶାସନ ସଚିବ ଅଭୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?