ସିଏମ୍‌ସି ମେୟର, କମିଶନରଙ୍କୁ ଘେରାଉ

କଟକ ଅଫିସ,୧।୬: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ଗମାଣ୍ଡିଆ ଅଞ୍ଚଳରେ ହ୍ୟୁମ୍‌ ପାଇପ୍‌ ତଳେ ଚାପି ହୋଇ ଛାତ୍ରୀ ଏନ୍‌. ମୋହିନିଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତା ଛାତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ସିଏମ୍‌ସି ମେୟର ସୁବାସ ସିଂ ଏବଂ କମିଶନର ନିଖିଲ ପଓ୍ବନ କଲ୍ୟାଣ ଭେଟିବାକୁ ଯାଇଥିବାବେଳେ ସ୍ଥାନୀୟ ଲୋକେ ଓ କଗ୍ରେସ କର୍ମୀ ସେମାନଙ୍କୁ ଘେରାଉ କରିଥିଲେ। ପୂର୍ବତନ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଓ କର୍ପୋରେଟର ଜେ. କାମେଶ୍ୱର ରାଓ ଉପସ୍ଥିତ ରହି ଉକ୍ତ ଘଟଣାନେଇ ମେୟର ଓ କମିଶନରଙ୍କୁ କୈଫିୟତ ମାଗିଥିଲେ।
ଏପରି ପରିସ୍ଥିତି ହୋଇଥିଲା ଯେ, ଗିରିବାଳା, ମେୟର, କମିଶନର ଓ କର୍ପୋରେଟରଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଗମାଣ୍ଡିଆ ଅଞ୍ଚଳରେ ଦୀର୍ଘଦିନ ହେବ ବକ୍ସଡ୍ରେନ୍‌ କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଲୋକେ ସାଧାରଣ ଭାବେ ସେଠାରେ ଥିବା ଲୁହା ପୋଲ ଦେଇ ଯାତାୟାତ କରିଥାନ୍ତି। ପୋଲ ଉପରେ ୨ଟି ବଡ ହ୍ୟୁମ୍‌ ପାଇପ ଯାଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଗମାଣ୍ଡିଆ ଅଞ୍ଚଳର ଏନ୍‌. ମୋହିନି ବକ୍ସଡ୍ରେନ୍‌ ପାର୍ଶ୍ୱରେ ଥିବା ପାଇପ୍‌ ତଳେ ଗଳି ଲୁହା ପୋଲକୁ ବାହାରିବା ସମୟରେ ପାଇପ୍‌ ଲାଇନ୍‌ ତାଙ୍କ ଉପରେ ପଡିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍‌ସିବି ମେଡିକାଲ ପରେ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜାଇକା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ବୁଧବାର ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତୁରନ୍ତ ମୃତ ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ କଂଗ୍ରେସ କର୍ମୀମାନେ ଦାବି କରିଥିଲେ। କିଛି ସମୟ ପରେ ମେୟର ଓ କମିଶନର ମୃତା ନାବାଳିକାଙ୍କ ଘରେ ପହଞ୍ଚି ତାଙ୍କ ମାଆ ହେମା ଦାସଙ୍କ ସମେତ ଅନ୍ୟ ସଦସ୍ୟଙ୍କୁ ଆଶ୍ୱାସନା ଦେଇଥିଲେ। ଖୁବ୍‌ଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ସେଠାରୁ ଫେରିବା ପରେ କଂଗ୍ରେସ କର୍ମୀମାନେ ସେମାନଙ୍କୁ ଘେରିଥିଲେ। ଏଭଳି ଘଟଣା ବାରମ୍ବାର ଘଟୁଛି, ଏଥିପାଇଁ ଦାୟୀ କିଏ ବୋଲି ପଚାରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ଉତ୍ତର ନ ଦେବା ପର୍ଯ୍ୟନ୍ତ ମେୟର ଓ କମିଶନରଙ୍କୁ ଛଡାଯିବନି ବୋଲି କଂଗ୍ରେସ କର୍ମୀ ଜିଦ୍‌ରେ ଅଡି ବସିଥିଲେ। ଏହାପରେ ଉତ୍ତେଜନା ବଢିବା ସହ ଧସ୍ତାଧସ୍ତି ହୋଇଥିଲା। ତେବେ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ଏଥିରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଏ ନେଇ ଗିରିବାଳା କହିଛନ୍ତି, ଏଭଳି ଘଟଣା ବାରମ୍ବାର ଘଟୁଛି। ସୋମବାର ତାଳଦଣ୍ଡା କେନାଲରେ ଏକ କାର ବୁଡିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସେହିପରି ମଙ୍ଗଳବାର ବକ୍ସଡ୍ରେନ୍‌ ଓ ହ୍ୟୁମ୍‌ ପାଇପ୍‌ ମଝିରେ ଚାପି ହୋଇ ମୋହିନିଙ୍କ ମୃତ୍ୟୁ ଘଟିଥିଲା। ମେୟର, କମିଶନର ଓ ଜିଲା ପ୍ରଶାସନ ଅଧିକାରୀ କେହି ଉକ୍ତ ଘଟଣାକୁ ଗୁରୁତର ସହ ନେଉ ନାହାନ୍ତି। କେହି କାର୍ଯ୍ୟକୁ ସଠିକ୍‌ ଭାବରେ ତଦାରଖ କରୁନାହାନ୍ତି ା ଯାଇକା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଥିଲେ ା ମୃତା ଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri