Posted inଫୁରସତ

ବାଉଁଶର ଇକୋଫ୍ରେଣ୍ଡଲୀ କାର୍‌

ପରିବେଶ ପ୍ରଦୂଷଣକୁ ନଜରରେ ରଖି ବିଭିନ୍ନ ଇକୋଫ୍ରେଣ୍ଡଲୀ ଜିନିଷ ତିଆରି ହେଉଛି। ଆଉ କେରଳ ଥିରୁଭାନନ୍ତପୁରମ୍‌ର ବାର୍ଟନ ହିଲ୍‌ସ୍ଥ ସରକାରୀ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ତିଆରି କରିଛନ୍ତି ଏମିତି ଏକ ଇକୋଫ୍ରେଣ୍ଡଲୀ କାର୍‌, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଏ ହେଉଛି ପୃଥିବୀର ପ୍ରଥମ ୧୦୦% ଇକୋଫ୍ରେଣ୍ଡଲୀ ଇଲେକ୍ଟ୍ରିକ୍‌ କାର୍‌। ଏହି ଶତପ୍ରତିଶତ ଇକୋଫ୍ରେଣ୍ଡଲୀ ଇଲେକ୍ଟ୍ରିକ କାର୍‌ଟି ବାଉଁଶରେ ତିଆରି। ଛାତ୍ରମାନେ ଉକ୍ତ କାର୍‌କୁ ଶୈଲ ଇକୋ ମାରାଥନ୍‌ କମ୍ପିଟିଶନ୍‌ରେ ଅଂଶ ଗ୍ରହଣ କରିବା ପାଇଁ ତିଆରି କରିଥିଲେ। ଏଥିରେ ଦୁଇଟି ସିଟ୍‌ ଅଛି। ବାଉଁଶର ବଡି ଓ ଚେସିସ୍‌ର ବ୍ୟବହାର ହୋଇଛି ଓ ୩୫ ସିସିର ଇଞ୍ଜିନ ଲାଗିଛି, ଯାହା କି ଇନ୍ଧନ ବଞ୍ଚାଇଥାଏ। ରିସର୍ଚ୍ଚ ଟିମ୍‌ର ସଦସ୍ୟ କହନ୍ତି, ଏହା ଅଟୋ ମୋବାଇଲ୍‌ ସେକ୍ଟରର ସବୁଠାରୁ ଭଲ କାର୍‌ ନୁହେଁ, କିନ୍ତୁ ଏହା ଏକ ଉଦାହରଣ ଯେ ସମ୍ପୂର୍ଣ୍ଣ ଇକୋଫ୍ରେଣ୍ଡଲୀ କାର୍‌ ତିଆରି କରିହେବ। ଏହି କାର୍‌ ମଡେଲରୁ ବଡ଼ କାର୍‌ କମ୍ପାନୀଗୁଡିକ ପ୍ରେରଣା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ବନ୍ଧୁଙ୍କ ସହ ଡେଟିଂ

ଓ୍ବାଶିଂଟନ: ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ମେଗାନ ଡେଲ୍‌ ରେ ଏବେ ତାଙ୍କ ଅଜବ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ...

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର...

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ...

କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ…

ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ...

ଭାରତର ଏଭଳି ଭାଷା, ଯାହାକୁ ସିଧା କି ଓଲଟା ପଢ଼ିଲେ ବଦଳେ ନାହିଁ ନାମ; ଜାଣନ୍ତୁ…

ଭାରତ ଏହାର ଧର୍ମ, ସଂସ୍କୃତି ଏବଂ ଭାଷାକୁ ନେଇ ପରିଚିତ। ହେଲେ କେବଳ ଗୋଟିଏ ଭାଷା ଏଭଳି ରହିଛି ଯାହାକୁ ଓଲଟା ପଢ଼ କିମ୍ବା ସିଧା...

କିଏ ଏହି ନାଗିନ ସାଧ୍ୱୀ, କୁମ୍ଭମେଳାରେ ସ୍ନାନ କରିବାବେଳେ ନାଗାସାଧୁଙ୍କ କରନ୍ତି ଅପେକ୍ଷା

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜର ସଙ୍ଗମ ନଗରୀରେ ଆଜି ମହାକୁମ୍ଭର ତୃତୀୟ ଦିନ। ଗୋଟିଏ ଦିନ ପୂର୍ବରୁ, ମକର ସଂକ୍ରାନ୍ତିରେ, ସାଢେ ୩ କୋଟି ଲୋକ ଅମୃତ ସ୍ନାନ କରିଥିଲେ।...

ଋତୁସ୍ରାବ ସମୟରେ ମହାକୁମ୍ଭରେ କେମିତି ସ୍ନାନ କରନ୍ତି ମହିଳା ନାଗାସାଧୁ, ପୁରୁଷ ନାଗାସାଧୁଙ୍କ…

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜରେ ମହାକୁମ୍ଭ ଯୋଗୁ, ମକର ସଂକ୍ରାନ୍ତିରେ ୩.୫ କୋଟି ଭକ୍ତ ପବିତ୍ର ବୁଡ଼ ପକାଇ ରାଜକୀୟ ସ୍ନାନ କରିଛନ୍ତି। ଏହି ସମୟରେ, ୧୩ଟି ଆଖଡ଼ାର ନାଗା...

‘ଯଦି ମୋ’ ଭାଇକୁ ମାର ତେବେ…’ ; ସାନ ଭାଇ ପାଇଁ ମା’ ସହ ଝଗଡ଼ା କରୁଛି କୁନିଝିଅ, Video ଦେଖିଲେ ଆଖିରେ ଆସିବ ଲୁହ

କଥାରେ ଅଛି ‘ବଚ୍ଚେ ମନ୍‌କେ ସଚ୍ଚେ’। ଅର୍ଥାତ ଛୋଟ ପିଲାଙ୍କ ମନ ଛନ୍ଦ କପଟରୁ ବହୁ ଊର୍ଦ୍ଧ୍ୱରେ ଥାଏ। ବିଶେଷକରି ଭାଇ ଭଉଣୀଙ୍କ ମଧ୍ୟରେ ପିଲାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri