Posted inଫୁରସତ

ବାଉଁଶର ଇକୋଫ୍ରେଣ୍ଡଲୀ କାର୍‌

ପରିବେଶ ପ୍ରଦୂଷଣକୁ ନଜରରେ ରଖି ବିଭିନ୍ନ ଇକୋଫ୍ରେଣ୍ଡଲୀ ଜିନିଷ ତିଆରି ହେଉଛି। ଆଉ କେରଳ ଥିରୁଭାନନ୍ତପୁରମ୍‌ର ବାର୍ଟନ ହିଲ୍‌ସ୍ଥ ସରକାରୀ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ତିଆରି କରିଛନ୍ତି ଏମିତି ଏକ ଇକୋଫ୍ରେଣ୍ଡଲୀ କାର୍‌, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଏ ହେଉଛି ପୃଥିବୀର ପ୍ରଥମ ୧୦୦% ଇକୋଫ୍ରେଣ୍ଡଲୀ ଇଲେକ୍ଟ୍ରିକ୍‌ କାର୍‌। ଏହି ଶତପ୍ରତିଶତ ଇକୋଫ୍ରେଣ୍ଡଲୀ ଇଲେକ୍ଟ୍ରିକ କାର୍‌ଟି ବାଉଁଶରେ ତିଆରି। ଛାତ୍ରମାନେ ଉକ୍ତ କାର୍‌କୁ ଶୈଲ ଇକୋ ମାରାଥନ୍‌ କମ୍ପିଟିଶନ୍‌ରେ ଅଂଶ ଗ୍ରହଣ କରିବା ପାଇଁ ତିଆରି କରିଥିଲେ। ଏଥିରେ ଦୁଇଟି ସିଟ୍‌ ଅଛି। ବାଉଁଶର ବଡି ଓ ଚେସିସ୍‌ର ବ୍ୟବହାର ହୋଇଛି ଓ ୩୫ ସିସିର ଇଞ୍ଜିନ ଲାଗିଛି, ଯାହା କି ଇନ୍ଧନ ବଞ୍ଚାଇଥାଏ। ରିସର୍ଚ୍ଚ ଟିମ୍‌ର ସଦସ୍ୟ କହନ୍ତି, ଏହା ଅଟୋ ମୋବାଇଲ୍‌ ସେକ୍ଟରର ସବୁଠାରୁ ଭଲ କାର୍‌ ନୁହେଁ, କିନ୍ତୁ ଏହା ଏକ ଉଦାହରଣ ଯେ ସମ୍ପୂର୍ଣ୍ଣ ଇକୋଫ୍ରେଣ୍ଡଲୀ କାର୍‌ ତିଆରି କରିହେବ। ଏହି କାର୍‌ ମଡେଲରୁ ବଡ଼ କାର୍‌ କମ୍ପାନୀଗୁଡିକ ପ୍ରେରଣା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?