Posted inଜାତୀୟ

ଏନ୍‌ଡିଏ ସ୍ଥିର କରିବ କିଏ ହେବ ମୁଖ୍ୟମନ୍ତ୍ରୀ: ନୀତୀଶ

ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ଗୁରୁବାର ପ୍ରଥମ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖବରଦାତାଙ୍କ ସହ କଥା ହୋଇଛନ୍ତି । ଜନତା ଦଳ ୟୁନାଇଟେଡ(ଜେଡିୟୁ) ପ୍ରଦେଶ କାର୍ଯ୍ୟାଳୟରେ ସେ ଖବରଦାତାଙ୍କ ସହ କଥା ହୋଇଛନ୍ତି । ଏହା ପୂର୍ବରୁ ନୀତୀଶ ନବନିର୍ବାଚିତ ବିଧାୟକ ଓ କର୍ମୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଶୁକ୍ରବାର ହେବାକୁ ଥିବା ବୈଠକରେ ଏନ୍‌ଡିଏ ସ୍ଥିର କରିବ କିଏ ହେବ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ । ଏହାର ନିର୍ଣ୍ଣୟ କେବଳ ଏନ୍‌ଡିଏ ନେତା ନେବେ ବୋଲି ସେ କହିଛନ୍ତି । ଏନ୍‌ଡିଏ ଜନାଦେଶ ଆଧାରରେ ସରକାର ଗଠନ କରିବ । କିନ୍ତୁ ଏବେ ସୁଦ୍ଧା ଶପଥ ଗ୍ରହଣକୁ ନେଇ କୌଣସି ତାରିଖ ସ୍ଥିର କରାଯାଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ଏନ୍‌ଡିଏରୁ ଅଲଗା ହୋଇଯାଇଥିବା ଲୋକ ଜନଶକ୍ତି(ଏଲ୍‌ଜେପି)ର ମୁଖ୍ୟ ଚିରାଗ ପାଶୱାନଙ୍କ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ନୀତୀଶ କହିଥିଲେ ଭାରତୀୟ ଜନତା ପାର୍ଟି(ଭାଜପା) ସ୍ଥିର କରିବ ଯେ ଏନ୍‌ଡିଏରେ ଚିରାଗଙ୍କ ପାଇଁ ସ୍ଥାନ ରହିଛି ନା ନାହିଁ । ସୂଚନାଯୋଗ୍ୟ, ବିହାରରେ ଏନ୍‌ଡିଏ ସରକାର ଗଠନ କରିବା ପୂର୍ବରୁ ଶୁକ୍ରବାର ଏକ ବୈଠକର ଆୟୋଜନ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରୟାନ-୩: ଭାରତ-ଜାପାନ ମିଳିତ ଭାବେ କାର୍ଯ୍ୟ କରିବା ସମ୍ଭାବନା

ନୂଆଦିଲ୍ଲୀ,୮।୯: ଭାରତର ଚନ୍ଦ୍ରୟାନ-୨ ମିଶନ ବିଫଳ ହୋଇଛି। ତେବେ ଇସ୍ରୋ ପକ୍ଷରୁ ଚନ୍ଦ୍ରୟାନ-୩ ମିଶନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏଥିରେ ଭାରତ-ଜାପାନ ମିଳିତ ଭାବେ...

ଛୁଟିରୁ ଫେରିବା ପରେ ଡ୍ୟୁଟି ଉପରେ ପୋଲିସକର୍ମୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀ ହାଇକୋର୍ଟରେ ମୁତୟନ ଥିବା ଜଣେ ୩୦ ବର୍ଷୀୟ ରାଜସ୍ଥାନ ପୋଲିସ କନଷ୍ଟେବଳ ବୁଧବାର ସକାଳେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ତାହା ପୁଣି...

ସଶକ୍ତ-ସମୃଦ୍ଧ-ଏକୀକୃତ ଆସିଆନ ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ…

ନୂଆଦିଲ୍ଲୀ, ୧୬।୬ : ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ଏକୀକୃତ ଆସିଆନ (ଏଏସଇଏଏନ) ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଏନେଇ ଭାରତ ଏହାର ପୂର୍ଣ୍ଣ...

ପ୍ଲାଜମା ଦାନ କଲେ ଭାଜପା ନେତା ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ଲାଜମା ଥେରାପିକୁ ଦେଶ ଆପଣାଇ ନେଇଛି। ନିକଟରେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଭାରତୀୟ ଜନତା...

ବିଗ୍‌ ବସ୍‌ ଫେମ୍‌ ସ୍ବାମୀ ଓମ୍‌ ଜୀଙ୍କ ମୁଣ୍ଡ କାଟ ପାଇଁ ୫୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ଭିଏଚ୍‌ପି ନେତା

ଶାହାଜହାନପୁର,୧୭।୯: ଉତ୍ତର ପ୍ରଦେଶ ଶାହାଜହାନପୁର ଜିଲାର ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ସଚିବ ଏକ ବିବାଦୀୟ ବୟାନ ଦେଇଛନ୍ତି। ବିଗ୍‌ ବସ୍‌ ଫେମ୍‌ ତଥା ଆତ୍ମଘୋଷିତ ସ୍ବାମୀ...

ନମସ୍ତେ ଟ୍ରମ୍ପ୍‌: ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୩୬ ଘଣ୍ଟା ଗସ୍ତ କାର୍ଯ୍ୟକ୍ରମରେ ୧୦୦ କୋଟିରୁ ଅଧିକ ଖର୍ଚ୍ଚ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ପରିବାର ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।...

ବାପାଙ୍କ ହତ୍ୟାର ପ୍ରତିଶୋଧ ନେଲା ପୁଅ

ଭଦୋହି (ଉତ୍ତରପ୍ରଦେଶ),୨୭।୭: ଜଣେ ଯୁବକ ତାଙ୍କ ବାପାଙ୍କ ହତ୍ୟାକାରୀଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସୁରଓ୍ବାୟାନ ଅଞ୍ଚଳର ମଧୁପୁର ଗାଁରେ। ମୁଖ୍ୟ ଅଭିଯୁକ୍ତ...

ପୁଟିନ୍‌ଙ୍କ ସହ ୨୫ ମିନିଟ୍‌ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୪।୨: ବିଭିନ୍ନ ଦେଶର ବାରଣ ସତ୍ତ୍ୱେ ଶେଷରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଏନେଇ ୟୁକ୍ରେନ ରାଷ୍ଟ୍ରପତି ବିଭିନ୍ନ ଦେଶର ସହଯୋଗ ଲୋଡିଛନ୍ତି। ଇତିମଧ୍ୟରେ...

Advertisement
Archives

Model This Week