ଧାନ ଫସଲ ନଷ୍ଟ କରୁଛନ୍ତି ବାର୍‌ହା: ଜମିରେ ମଞ୍ଚା ବାନ୍ଧି ଜଗୁଛନ୍ତି ଚାଷୀ

ମହାକାଳପଡା,୧୩ା୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଗହୀରମଥା ସଂଲଗ୍ନ ଗ୍ରାମଗୁଡିକରେ ବାର୍‌ହା ଉପଦ୍ରବ ଦେଖିବାକୁ ମିଳୁଛି। ବାର୍‌ହା ପଲ ମୁହଁ ଅନ୍ଧାର ହେଲା ପରେ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଫସଲକୁ ବାର୍‌ହା କବଳରୁ ରକ୍ଷା କରିବାକୁ ଯାଇ ଚାଷୀମାନେ ଧାନ ଜମିରେ ମଞ୍ଚା ବାନ୍ଧି ରାତି ଉଜାଗର ହୋଇ ଜଗି ବସୁଛନ୍ତି। ବିଭିନ୍ନ ସମୟରେ ବାର୍‌ହା ଆକ୍ରମଣରେ ଲୋକେ ଗୁରୁତର ଆହତ ହେଉଛନ୍ତି। ଗତବର୍ଷ ଜଣେ ମହିଳାଙ୍କ ବାର୍‌ହା ଆକ୍ରମଣରେ ମୃତ୍ୟୁ ଘଟିଥିଲା।
ବ୍ଲକର ରଟଫଳ, ନରସିଂହପୁର, ଭୋପାଳ, ପାଣିଖିଆ, କାଇତଳା, ତନ୍ତିଆପାଳ, କଳତୁଙ୍ଗା, ଶାସନପୋଟା, ଓସ୍ତିରା ପ୍ରଭୃତିି ଗ୍ରାମର ଚାଷ ଜମିରେ ବାର୍‌ହା ରାତିରେ ପଶି ଧାନ ଖାଇବା ସହ ଚକଟି ଦେଉଛନ୍ତି। ଚାଷୀଙ୍କ କହିବା ଅନୁସାରେ, ସନ୍ଧ୍ୟା ହେବା ପରେ ନିକଟସ୍ଥ ତଣ୍ଡାକୁଳ ଝାଉଁ ଜଙ୍ଗଲରୁ ପଲ ପଲ ବାର୍‌ହା ଆସି ଧାନ କିଆରିରେ ପଶି ଏକର ଏକର ଫସଲ ନଷ୍ଟ କରୁଛନ୍ତି। ଏ ନେଇ ବନବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳୁନି। ଫସଲ ରକ୍ଷା କରିବାକୁ ଯାଇ ଚାଷୀମାନେ ଚାଷଜମି ମଝିରେ ମଞ୍ଚା ବାନ୍ଧି ତା’ ଉପରେ ରାତିରେ ଜଗୁଛନ୍ତି। ବାର୍‌ହା ପଲ ଦେଖିବା ମାତ୍ରେ ନିଅଁା ହୁଳା ଜଳାଇ, ଟିଣ ବାଡେଇବା ସହ ବାଣ ଫୁଟାଇ ସେମାନଙ୍କୁ ଘଉଡାଉଛନ୍ତି। ନରସିଂହପୁର ଗ୍ରାମର ଚାଷୀ ପ୍ରଫୁଲ୍ଲ ସେଠୀ, କାଳିପଦ ମଣ୍ଡଳ, ରୁନୁ ଜେନା, ପାଣିଖିଆ ଗ୍ରାମର ଭଗବାନ ଟୁଡୁ, ଜୟରାମ ମଣ୍ଡଳ, ବାବୁ ନାୟକ, ପାଗଳା ପରିଡା ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଗହୀରମଥାର ବନ ଅଧିକାରୀ ଦେବାଶିଷ ଭୋଇଙ୍କୁ ପଚାରିବାରେ ବାର୍‌ହା ଉପଦ୍ରବ ନେଇ ସ୍ଥାନୀୟ ଅଞ୍ଚଳରେ ସଚେତନତା କରାଯାଉଛି। ବନ ବିଭାଗ ପକ୍ଷରୁ ୫ ଜଣିଆ ଟିମ୍‌କୁ ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ନିୟୋଜିତ ହୋଇଛନ୍ତି। ଚାଷୀଙ୍କ ସୁବିଧା ସକାଶେ ଜଙ୍ଗଲ ପାର୍ଶ୍ୱରେ ତାରବାଡ ତିଆରି କାର୍ଯ୍ୟ ଏବେ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?