ସମସ୍ୟାରେ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ରସୁଲପୁର,୧୩।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି) ଅଧୀନରେ ପରିଚାଳିତ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି)ରେ ନାନା ସମସ୍ୟା ଲାଗିରହିଛି। ହେଲେ ପ୍ରଶାସନିକ ଦୃଷ୍ଟି ଦିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏଦିଗରେ ସୁଧାର ଆଣିବା ପାଇଁ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ଜିଲା ପରିଷଦ ସଭ୍ୟ ଚତୁର୍ଭୁଜ ଦ୍ୱିବେଦୀ ପ୍ରଶାସନ ନିକଟରେ ଦାବି ଉପସ୍ଥାପନା କରିଛନ୍ତି।
ଏହି ଡାକ୍ତରଖାନା ଉପରେ ବନ୍ଧଡ଼ିହ, ବ୍ରହ୍ମବରଦା, ମହେଶ୍ୱରପୁର, ଝାଲପଡ଼ା, ମଙ୍ଗଳରାଜପୁର ଆଦି ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକ ନିର୍ଭର କରିଥାନ୍ତି। ପ୍ରତ୍ୟହ ପ୍ରାୟ ୨୦୦ ରୋଗୀ ଏହି ଡାକ୍ତରଖାନାକୁ ଆସିଥାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ଅଭାବ ଯୋଗୁ ବହିର୍ବିଭାଗ ରୋଗୀ ଚିକିତ୍ସା ପ୍ରକୋଷ୍ଠଟି ଏବେ ବି ଆଜବେଷ୍ଟସ୍‌ ତଳେ ଚାଲିଛି। ବିଭିନ୍ନ ସ୍ଥାନରେ ଆଜବେଷ୍ଟସ ଦୁର୍ବଳ ହୋଇପଡିଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଡାକ୍ତରଖାନା ପରିସରରେ ଥିବା ଶୌଚାଳୟ ଓ ଅଳିଆ ଆବର୍ଜନା କୁଣ୍ଡକୁ ଠିକ୍‌ ଭାବରେ ପରିଚାଳନା କରାଯାଉ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟିକରୁଛି। ଡାକ୍ତରଖାନା ପରିସରରେ ୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଦୁଇଟି କୋଠା ନିର୍ମାଣ କାର୍ଯ୍ୟ ସରିଛି। ମାତ୍ର ଉକ୍ତ ଗୃହକୁ ଡାକ୍ତରଖାନାକୁ ହସ୍ତାନ୍ତର କରାଯାଇ ନାହିଁ। ଡାକ୍ତରଖାନାର ସୀମାକୁ ନେଇ ବିବାଦ ରହିଥିବାରୁ ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ ହୋଇ ପାରୁନାହିଁ। ଡାକ୍ତର ନିୟମିତ ଆସୁ ନ ଥିବାରୁ ରୋଗୀ ସେବାରେ ବ୍ୟାଘାତ ଘଟୁଛି। ରୋଗୀଙ୍କ ପାଇଁ ଆସୁଥିବା ସରକାରୀ ଔଷଧର ସୁଷମ ବଣ୍ଟନ କରାଯାଉ ନାହିଁ। ଡାକ୍ତରଖାନା ସମସ୍ୟା ସମାଧାନ ପାଇଁ ରୋଗୀ କଲ୍ୟାଣ ସମିତି ଗଠନ କରାଯାଇଛି। ମାତ୍ର ୩ବର୍ଷ ହେଲାଣି ଥରୁଟିଏ ଏହି ସମିତି ବୈଠକ ବସିନାହିଁ। ଏହାର ସଦସ୍ୟ ଥିବା ରସୁଲପୁର ବିଡିଓ, ବିଭାଗୀୟ ଯନ୍ତ୍ରୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଟାଳଟୁଳ ନୀତି ଯୋଗୁ ଏହା କାର୍ଯ୍ୟକାରୀ ହେଉନାହିଁ ବୋଲି କୁହାଯାଉଛି। ନାନା ସମସ୍ୟା ଭିତରେ ଛନ୍ଦି ହୋଇପଡିଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ସୁଧାର ଆଣିବା ସକାଶେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା, ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା.ବିଶ୍ୱରଞ୍ଜନ କର ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରେ ସେମାନଙ୍କୁ ନେଇ ଏକ ପ୍ରତିନିଧି ଦଳ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖି ଫେରିଛନ୍ତି। ଆଗାମୀ ଦିନରେ ରୋଗୀକଲ୍ୟାଣ ସମିତି ବୈଠକ ନିୟମିତ ବସିବା, ଉନ୍ନୟନ କାର୍ଯ୍ୟର ଠିକ୍‌ ପରିଚାଳନା, ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା, ଡାକ୍ତରଖାନାର ସୀମା ନିର୍ଦ୍ଧାରଣ, ନୂତନ ଗୃହ ହସ୍ତାନ୍ତରୀକରଣ ଆଦି କାର୍ଯ୍ୟ ତୁରନ୍ତ କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ ମତପ୍ରକାଶ କରିଛନ୍ତି। ତେବେ ଏହା କେବେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଗଲେ ବୃଦ୍ଧ

ଆରଡି,୧୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ ମୁଆଁ ଗ୍ରାମର ଘନଶ୍ୟାମ ଦାସ (୬୨) ବୁଧବାର ବନ୍ୟାରେ ଭାସିଯାଇ ନିଖୋଜ ଅଛନ୍ତି...

୩ ଦଫା ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୩୦ା୧୧ (ନି.ପ୍ର.)- ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଦାବି ନେଇ ଛେଣ୍ଡିପଦା ବ୍ଲକ ଆମ୍ବପାଳ ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ହିଙ୍ଗୁଳା କୋଇଲା ଖଣି ସମ୍ମୁଖରେ ଆନ୍ଦୋଳନ...

ପୁରୀ ରେଳ ଷ୍ଟେଶନ ସାଜିଛି ମାନବ ଚାଲାଣର ମାଧ୍ୟମ

ପୁରୀ ଅଫିସ,୨୭ା୨: ଓଡ଼ିଶାର ଆଦିବାସୀ ଅଞ୍ଚଳଗୁଡ଼ିକରୁ ବାହାର ରାଜ୍ୟକୁ ମାନବଚାଲାଣ କରାଯାଉଛି। ଏ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ଟ୍ରେନରେ ମାନବ ଚାଲାଣ...

ଫନୀରେ କ୍ଷତିଗ୍ରସ୍ତ ବିଦ୍ୟାଳୟର ମରାମତି: କେନ୍ଦ୍ରକୁ ୯୬ କୋଟି ଟଙ୍କା ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କ...

କାମାକ୍ଷାନଗରରେ ଆଦିବାସୀଙ୍କ ମେଳି: ୧୦ ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କାମାକ୍ଷାନଗର,୨୨।୭(ଡି.ଏନ.ଏ.)- ୧୦ ଦଫା ଦାବିରେ ଆଦିବାସୀ କ୍ରାନ୍ତି ସଂଗଠନ, ଆଦିବାସୀ ଚେତନା ସଂଗଠନ ଓ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଶତାଧିକ ଆଦିବାସୀ ସୋମବାର କାମାକ୍ଷାନଗର...

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ୮ କରୋନା ଯୋଦ୍ଧା

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.) : କରୋନାରୁ ସୁସ୍ଥ ହୋଇ ଗଞ୍ଜାମ ଜିଲାରେ ୮ କରୋନା ଯୋଦ୍ଧା ପୁଣି ନିଜ କାର୍ଯ୍ୟରେ ମଙ୍ଗଳବାର ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ବିଡିଓ,...

ଚିନ୍ତା ବଢ଼ାଇଲା ବିନା ଲକ୍ଷଣରେ ସଂକ୍ରମଣ

ଢେଙ୍କାନାଳ ଅଫିସ, ୧୧।୪ ଢେଙ୍କାନାଳ ସହରର ଜଣେ ମହିଳା କରୋନା ଆକ୍ରାନ୍ତ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ସହରରେ ସଂକ୍ରମଣ ପ୍ରତିରୋଧ...

ବାଇକ୍‌ ଚାଳକଙ୍କ ଠାରୁ ୧୪ ହଜାର ଜରିମାନା ଆଦାୟ

ବନ୍ତ, ୧୦।୪(ଡି.ଏନ୍‌.ଏ.) : କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ଗୁରବାର ୨ଟି ବାଇକ୍‌୍‌ ଚାଳକଙ୍କ ଠାରୁ ୪ ହଜାର...

Advertisement
Archives

Model This Week