Odisha Elections 2024

ଓଡ଼ିଶାରେ ସେମିକଣ୍ଡକ୍ଟର ଭିଭିଭୂମିକୁ ବଡ଼ ସଫଳତା, ସିନୋପ୍‌ସିସ୍‌ ଇଣ୍ଡିଆର ବୈଷୟିକ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର,୧୦/୧୧: ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ ଡିଜାଇନ ଅଟୋମେସନ (ଇଡିଏ) ଉପକରଣ ଅଗ୍ରଣୀ ଯୋଗାଣକାରୀ ସଂସ୍ଥା ସିନୋପ୍‌ସିସ୍‌ର ଡିଜାଇନ, ଗବେଷଣା ଓ ବିକାଶ କେନ୍ଦ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି । ପୂର୍ବ ଭାରତରେ ସିନୋପ୍‌ସିସର ଏହା ପ୍ରଥମ ବୈଷୟିକ କେନ୍ଦ୍ର । ଏହାଦ୍ବାରା ଓଡ଼ିଶାରେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ ଚିପ୍ ଡିଜାଇନ ଇକୋସିଷ୍ଟମ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉଚ୍ଚସ୍ତରୀୟ ନିଯୁକ୍ତି ସୃଷ୍ଟି ହୋଇପାରିବ ଏବଂ ରାଜ୍ୟରେ ସେମିକଣ୍ଡକ୍ଟର ଡିଜାଇନ, ଗବେଷଣା ଓ ବିକାଶ କ୍ଷେତ୍ରରେ ସଶକ୍ତ ହୋଇପାରିବ । ଏହି ବୈଷୟିକ ଗବେଷଣା ଓ ବିକାଶ କେନ୍ଦ୍ରରେ ୩୦୦ରୁ ଊର୍ଦ୍ଧ୍ଵ ଦକ୍ଷତା ସମ୍ପର୍ଣ୍ଣ ଡିଜାଇନ୍ ଇଞ୍ଜିନିୟର କାର୍ଯ୍ୟ କରିବା ପାଇଁ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି ।

ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧ୍ ଦଳର ଆମେରିକା ଗ୍ରସ୍ତ ଏବଂ ବିଶ୍ବର ପ୍ରମୁଖ ଆଇଟି ଓ ସେମିକଣ୍ଡକ୍ଟର କମ୍ପାନି ସହିତ ସଫଳ ଆଲୋଚନା ଦ୍ବାରା ବହୁରାଷ୍ଟ୍ରୀୟ କମ୍ପାନିମାନେ ଭୁବନେଶ୍ବରରେ ସେମାନଙ୍କ କେନ୍ଦ୍ର ସ୍ଥାପନ କରିବାପାଇଁ ସହମତି ପ୍ରକାଶ କରିଛନ୍ତି । ସିନୋପ୍‌ସିସ୍‌ର ଡିଜାଇନ, ଗବେଷଣା ଓ ବିକାଶ କେନ୍ଦ୍ର ହେଉଛି ରାଜ୍ୟ ସରକାରଙ୍କ ଉତ୍ସର୍ଗୀକୃତ ପ୍ରୟାସର ଅନ୍ୟତମ ପ୍ରତିଫଳ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିନୋପ୍‌ସିସ୍‌କୁ ଓଡ଼ିଶାକୁ ସ୍ବାଗତ କରିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇ କହିଥିଲେ, “ବିଶ୍ବର ଅନ୍ୟତମ ଅତ୍ୟାଧୁନିକ ଚିପ୍ ଡିଜାଇନ ଟେକ୍ନୋଲୋଜି କମ୍ପାନି ସିନୋପ୍‌ସିସ ଭୁବନେଶ୍ବରରେ ଏହାର କେନ୍ଦ୍ର ସ୍ଥାପନ କରିଥିବାରୁ ମୁଁ ଆନନ୍ଦିତ । ଏହାଦ୍ବାରା ଓଡ଼ିଶାରେ ଏକ ବୃହତ୍ ଇ.ଏସ୍.ଡି.ଏମ୍. ଇକୋସିଷ୍ଟମର ବିକାଶ ଘଟିବା ସହ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ଓଡ଼ିଶାର ଇଲେକ୍ଟ୍ରୋନିକ ଚିପ ଡିଜାଇନ ଅଟୋମେସନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ଦେବ।”

୧୯୮୬ ମସିହାରେ ପ୍ରତିଷ୍ଠିତ ସିନୋପ୍‌ସିସ୍‌ର ମୁଖ୍ୟାଳୟ ଆମେରିକାର କାଲିଫଣ୍ଡିଆରେ ଅବସ୍ଥିତ । ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ବ ସ୍ତରରେ ଏହା ଏକ ଅଗ୍ରଣୀ କମ୍ପାନିଭାବେ ସୁପରିଚିତ । ଲଜିକ୍ ସିନ୍ଥେସିସ ଏବଂ ଏକୀକୃତ ସର୍କିଟ୍‌ର ଭୌତିକ ଡିଜାଇନ୍ ପାଇଁ ଉପକରଣ, ବିକାଶ ପାଇଁ ସିମୁଲେଟର ଏବଂ ଡିବଗିଂ ପରିବେଶ ଏହାର ଉତ୍ପାଦଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ, ଯାହା ଚିପ୍ପ ଏବଂ କମ୍ପ୍ୟୁଟର ସିଷ୍ଟମ ଡିଜାଇନ୍‌ର ସାହାଯ୍ୟ କରେ । ଏହି କମ୍ପାନୀ ପଚିଶରୁ ଅଧ‌ିକ ଦେଶରେ କାର୍ଯ୍ୟ କରୁଛି ଏବଂ ବିଶ୍ବସ୍ତରରେ ୧୯ ହଜାରରୁ ଅଧିକ ଲୋକ ଏହି ସଂସ୍ଥାରେ ନିଯୁକ୍ତ ହୋଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ରୋଡ ଶୋ’ ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି

ପୁରୀ,୧୯।୫: ରବିବାର ତୃତୀୟ ଥର ପାଇଁ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ଶ୍ରୀଜିଉଙ୍କ ଦର୍ଶନ ସହ ଶ୍ରୀକ୍ଷେତ୍ରରେ ରୋଡ୍‌ ସୋ...

ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌...

ନକଲି କଲ୍‌ ଉପରେ ରୋକ ଲଗାଇବ ଟ୍ରାଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା): ନକଲି ତଥା ବାରମ୍ବାର କଲ୍‌ କରି ହଇରାଣ କରୁଥିବା ମାର୍କେଟିଂ କଲ୍‌କୁ ରୋକିବା ପାଇଁ ଦେଶରେ ବହୁ ବର୍ଷ ଧରି ନିୟମ...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ଭାଜପାରେ ମିଶିଲେ ସମୀର

ଭୁବନେଶ୍ୱର,୧୯ା୫: ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ରବିବାର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ଆଜି ସକାଳେ ସେ ତାଙ୍କ ପ୍ରାଥମିକ ସଦସ୍ୟ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri