Posted inଜାତୀୟ

ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ ବର୍ତ୍ତମାନ ସମୟର ଭଗତ ସିଂ: କେଜରିୱାଲ

ନୂଆଦିଲ୍ଲୀ,୧୬ ।୧୦: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା କଥିତ ଘୋଟାଲା ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସମନ ଜାରି କରାଯିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । କେଜରିୱାଲ କହିଛନ୍ତି ମନୀଷ ସିସୋଡିଆ ଓ ସତ୍ୟେନ୍ଦ୍ର ଜୈନ ବର୍ତ୍ତମାନ ସମୟର ଭଗତ ସିଂ ।

କେଜରିୱାଲ କହିଛନ୍ତି ଜେଲର ବନ୍ଦ କୋଠରୀ ଓ ଫାଶୀର ଫନ୍ଦା ଭଗତ ସିଂଙ୍କ ଉଚ୍ଚକୋଟିର ଉଦ୍ଦେଶ୍ୟକୁ ରୋକି ପାରି ନ ଥିଲା । ସ୍ୱାଧିନତା ପାଇଁ ଏହା ହେଉଛି ଦ୍ୱିତୀୟ ଲଢେଇ । ମନୀଷ ସିସୋଡିଆ ଓ ସତ୍ୟେନ୍ଦ୍ର ଜୈନ ହେଉଛନ୍ତି ବର୍ତ୍ତମାନର ଭଗତ ସିଂ । ୭୫ ବର୍ଷ ପରେ ଦେଶ ଜଣେ ଶିକ୍ଷାମନ୍ତ୍ରୀଙ୍କୁ ପାଇଥିଲା, ଯିଏ ଗରିବଙ୍କୁ ଭଲ ଶିକ୍ଷା ଦେଇ ଉଜ୍ୱଳ ଭବିଷ୍ୟତର ଆଶା ରଖିଥିଲେ । କୋଟି କୋଟି ଗରିବଙ୍କ ପ୍ରାର୍ଥନା ଆପଣଙ୍କ ସହ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶକୁ ମିଳିବ ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସ: ଏହି ରାଜ୍ୟର ଦୁଇଟି ସହରକୁ ଯୋଡ଼ିବ ହାଇ ସ୍ପିଡ୍‌ ଟ୍ରେନ୍‌

ଭୋପାଳ,୨୮।୨: ଦେଶକୁ ଖୁବ୍‌ଶୀଘ୍ର ୧୧ତମ ବନ୍ଦେ ଭାରତ ଟ୍ରେନ୍‌ ମିଳିବାକୁ ଯାଉଛି। ଏଥିପାଇଁ ମଧ୍ୟପ୍ରଦେଶବାସୀଙ୍କ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କେବଳ ଟ୍ରେନ୍‌ ରେକରର...

ରାଜଧାନୀରୁ ହଟିବ କରୋନା କଟକଣା

ନୂଆଦିଲ୍ଲୀ,୨୫।୧: ରାଜଧାନୀ ଦିଲ୍ଲୀରେ ଜାରି ରହିଥିବା କରୋନା କଟକଣା ଖୁବଶୀଘ୍ର ପ୍ରତ୍ୟାହାର ହେବ। ବର୍ତ୍ତମାନ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇବାକୁ ଚିନ୍ତା କରୁଥିବା...

ଡ୍ୟାନ୍ସରଙ୍କ ଉପରେ ଖସି ପଡ଼ିଲା ଡ୍ରୋନ

ଭୋପାଳ,୨୬।୧: ମଧ୍ୟପ୍ରଦେଶର ଜବଲପୁରରେ ଦେଶର ୭୩ତମ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ଇଭେଣ୍ଟରେ ଏକ ଦୁର୍ଘଟଣା ଘଟିଛି। କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିବା ଡ୍ୟାନ୍ସରଙ୍କ ଉପରେ ଡ୍ରୋନ...

କରୋନା ରିପୋର୍ଟ ଆସିବାର ୪୮ଘଣ୍ଟା ମଧ୍ୟରେ ପହଞ୍ଚିବାକୁ ପଡ଼ିବ ମା’ଙ୍କ ମନ୍ଦିରରେ

ଜମ୍ମୁ,୨୪।୮: ଜମ୍ମୁର କଟରାରେ ଥିବା ମା’ ବୈଷ୍ଣୋଦେବୀଙ୍କ ଯାତ୍ରା ଅଗଷ୍ଟ ୧୬ରୁ ଆରମ୍ଭ ହୋଇଛି। କରୋନା କାଳରେ ଯାତ୍ରା କରୁଥିବା କେତେକ ଲୋକ ସଂକ୍ରମିତ ଚିହ୍ନଟ...

ପ୍ରତି ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ: ମହିଳାଙ୍କ ମୃତ୍ୟୁ ହାର ଅଧିକ

ନୂଆଦିଲ୍ଲୀ, ୨୫।୬: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଦେଶରେ ପ୍ରତି ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ...

ଭାରତୀୟ ଯବାନଙ୍କୁ କରୋନା ସଂକ୍ରମଣ

ଲେହ,୧୮।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି। ଭାରତୀୟ ସେନାରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଦୃଷ୍ଟିକୁ ଆସିଛି। ଲଦାଖର ଲେହଠାରେ ଥିବା...

ମଦ ନୀତି: ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ଇଡିର ଚଢାଉ

ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଇଡି ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ସର୍ଚ୍ଚ...

କେନ୍ଦ୍ରର ସତ୍ୟପାଠ: ଅଧିକାରୀମାନେ ଅସହଯୋଗ କରୁଥିବା ଦିଲ୍ଲୀ ସରକାରଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା…

ନୂଆଦିଲ୍ଲୀ,୬।୧୨ : କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜାତୀୟ ରାଜଧାନୀରେ ପ୍ରୋଜେକ୍ଟର କାର୍ଯ୍ୟାନ୍ବୟନରେ ଅଧିକାରୀମାନେ...

Advertisement
Archives

Model This Week