Odisha Elections 2024
Posted inଫୁରସତ

ଖାଦ୍ୟ ସାମଗ୍ରୀରେ ପୋଷାକ

ନୂଆ ଓ ଭିନ୍ନ ଭିନ୍ନ ଡିଜାଇନ୍‌ର ପୋଷାକ କିଣି ପିନ୍ଧିବା ଏବଂ ହିରୋଇନ୍‌ଙ୍କ ପରି ଫ୍ୟାଶନେବୁଲ ଡିଜାଇନର୍‌ ପୋଷାକ ପିନ୍ଧି ଗ୍ଲାମର୍ସ ଲାଗିବାର ସ୍ବପ୍ନ ସବୁ ନାରୀଙ୍କର ଥାଏ। ତେଣୁ ସେମାନେ ସେଲିବ୍ରିଟି କ’ଣ ପିନ୍ଧନ୍ତି ତା’ ଉପରେ ସବୁବେଳେ ନଜର ରଖିଥାନ୍ତି। ତେବେ ତାଙ୍କ ଭଳି ଦାମୀ ପୋଷାକ ପିନ୍ଧିବା ତ ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ। ତେଣୁ ମନକୁ ମାରି ଅନେକେ କେବଳ ସେମାନଙ୍କୁ ଦେଖି ଦେଖି ମନ ଖୁସି କରିଥାନ୍ତି। ହେଲେ ଥାଇଲାଣ୍ଡର ସିନେ ବୋଞ୍ଜାଫର୍ନ କିନ୍ତୁ ସେଲିବ୍ରିଟିଙ୍କ ପୋଷାକ ଓ ତାଙ୍କ ଲୁକ୍‌କୁ କେବଳ ଦେଖି ଦେଖି ମନକୁ ବୁଝାଇ ନ ଥାନ୍ତି। ବରଂ ସେ ସେମାନଙ୍କ ପରି ପୋଷାକ ନିଜେ ତିଆରି କରନ୍ତି। ସେପୁଣି ଫଳ, ପନିପରିବା, ଚିପ୍ସ ପ୍ୟାକେଟ ଭଳି ସାମଗ୍ରୀକୁ ବ୍ୟବହାର କରି। ଏସବୁକୁ ବ୍ୟବହାର କରି ସେ ପାଖାପାଖି ସେଲିବ୍ରିଟି ପିନ୍ଧୁଥିବା ପୋଷାକ ପରି ପୋଷାକ ତିଆରି କରିଥାନ୍ତି। ଆଉ ତାକୁ ପିନ୍ଧି ସେ ସେଲିବ୍ରିଟିଙ୍କ ଭଳି ପୋଜ୍‌ ଦେଇ ଫଟୋ ଉଠାନ୍ତି ଓ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରନ୍ତି। ତାଙ୍କର ଏଭଳି ନିଆରା ସୃଜନଶୀଳତାକୁ ଦେଖି ଲୋକେ ବେଶ୍‌ ପ୍ରଶଂସା କରିବା ସହ ତାଙ୍କ ଫନି ଲୁକ୍‌ର ମଜା ଉଠାନ୍ତି। ସିନେ କୁହନ୍ତି, ‘ମତେ ଖାଇବା ବହୁତ ପସନ୍ଦ। ତେଣୁ ଭାବିଲି ଖାଦ୍ୟ ସମାଗ୍ରୀରେ ହିଁ ସେଲିବ୍ରିଟି ପିନ୍ଧୁଥିବା ପୋଷାକ ପରି ପୋଷାକ ତିଆରି କରିବି। ଯଦ୍ୱାରା ତାକୁ ପିନ୍ଧି ସେଲିବ୍ରିଟି ପରି ଅନୁଭବ ହେବାସହ ଭୋକ ଲାଗିଲେ ସେଥିରୁ କିଛି ଖାଇପାରିବି।’


Enter your email to get our daily news in your inbox.

All Right Reserved By Dharitri.Com

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri