Posted inଫୁରସତ

ଖାଦ୍ୟ ସାମଗ୍ରୀରେ ପୋଷାକ

ନୂଆ ଓ ଭିନ୍ନ ଭିନ୍ନ ଡିଜାଇନ୍‌ର ପୋଷାକ କିଣି ପିନ୍ଧିବା ଏବଂ ହିରୋଇନ୍‌ଙ୍କ ପରି ଫ୍ୟାଶନେବୁଲ ଡିଜାଇନର୍‌ ପୋଷାକ ପିନ୍ଧି ଗ୍ଲାମର୍ସ ଲାଗିବାର ସ୍ବପ୍ନ ସବୁ ନାରୀଙ୍କର ଥାଏ। ତେଣୁ ସେମାନେ ସେଲିବ୍ରିଟି କ’ଣ ପିନ୍ଧନ୍ତି ତା’ ଉପରେ ସବୁବେଳେ ନଜର ରଖିଥାନ୍ତି। ତେବେ ତାଙ୍କ ଭଳି ଦାମୀ ପୋଷାକ ପିନ୍ଧିବା ତ ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ। ତେଣୁ ମନକୁ ମାରି ଅନେକେ କେବଳ ସେମାନଙ୍କୁ ଦେଖି ଦେଖି ମନ ଖୁସି କରିଥାନ୍ତି। ହେଲେ ଥାଇଲାଣ୍ଡର ସିନେ ବୋଞ୍ଜାଫର୍ନ କିନ୍ତୁ ସେଲିବ୍ରିଟିଙ୍କ ପୋଷାକ ଓ ତାଙ୍କ ଲୁକ୍‌କୁ କେବଳ ଦେଖି ଦେଖି ମନକୁ ବୁଝାଇ ନ ଥାନ୍ତି। ବରଂ ସେ ସେମାନଙ୍କ ପରି ପୋଷାକ ନିଜେ ତିଆରି କରନ୍ତି। ସେପୁଣି ଫଳ, ପନିପରିବା, ଚିପ୍ସ ପ୍ୟାକେଟ ଭଳି ସାମଗ୍ରୀକୁ ବ୍ୟବହାର କରି। ଏସବୁକୁ ବ୍ୟବହାର କରି ସେ ପାଖାପାଖି ସେଲିବ୍ରିଟି ପିନ୍ଧୁଥିବା ପୋଷାକ ପରି ପୋଷାକ ତିଆରି କରିଥାନ୍ତି। ଆଉ ତାକୁ ପିନ୍ଧି ସେ ସେଲିବ୍ରିଟିଙ୍କ ଭଳି ପୋଜ୍‌ ଦେଇ ଫଟୋ ଉଠାନ୍ତି ଓ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରନ୍ତି। ତାଙ୍କର ଏଭଳି ନିଆରା ସୃଜନଶୀଳତାକୁ ଦେଖି ଲୋକେ ବେଶ୍‌ ପ୍ରଶଂସା କରିବା ସହ ତାଙ୍କ ଫନି ଲୁକ୍‌ର ମଜା ଉଠାନ୍ତି। ସିନେ କୁହନ୍ତି, ‘ମତେ ଖାଇବା ବହୁତ ପସନ୍ଦ। ତେଣୁ ଭାବିଲି ଖାଦ୍ୟ ସମାଗ୍ରୀରେ ହିଁ ସେଲିବ୍ରିଟି ପିନ୍ଧୁଥିବା ପୋଷାକ ପରି ପୋଷାକ ତିଆରି କରିବି। ଯଦ୍ୱାରା ତାକୁ ପିନ୍ଧି ସେଲିବ୍ରିଟି ପରି ଅନୁଭବ ହେବାସହ ଭୋକ ଲାଗିଲେ ସେଥିରୁ କିଛି ଖାଇପାରିବି।’


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?