ଜଳବାୟୁ ବିଜ୍ଞାନୀ, ପରିବେଶ ଗବେଷକ

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

ଧରିତ୍ରୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ଭାରତୀୟ ବିଜ୍ଞାନ ଶିକ୍ଷା ଗବେଷଣା ପ୍ରତିଷ୍ଠାନ(ଆଇଜର) କୋଲକାତାର ଜୈବବିଜ୍ଞାନ ପ୍ରାଧ୍ୟାପକ ଡ. ପୁଣ୍ୟଶ୍ଳୋକେ ଭାଦୁରୀ। ସେ ଜଣେ ସୁପରିଚିତ ଜଳବାୟୁ ଓ ପରିବେଶ ଗବେଷକ। ଭାଦୁରୀ ୨୦୧୦ରେ ଭାରତ ପକ୍ଷରୁ ଆୟୋଜିତ ଆର୍କଟିକ୍‌ ଏକ୍ସପେଡିଶନ୍‌ ଟିମ୍‌ର ନେତୃତ୍ୱ ନେଇଥିଲେ। ସେହିପରି କପ୍‌୨୬ରେ କ୍ଲାଇମେଟ୍‌ ରିଜିଲିଆନ୍ସ ଆଣ୍ଡ୍‌ କୋଷ୍ଟାଲ୍‌ ଆଡପ୍‌ଟେଶନ୍‌ ସମ୍ପର୍କିତ ବିତର୍କରେ ପ୍ୟାନେଲିଷ୍ଟ ଭାବେ ସାମିଲ ହୋଇଥିଲେ। ମୃତ୍ତିକା ଓ ପରିବେଶ ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନଜନକ ଗୋଲ୍‌ଡେନ୍‌ ଫେଲୋଶିପ୍‌ ପୁରସ୍କାର ପ୍ରଦାନ କରାଯାଇଛି। ବୈଶ୍ୱିକ ଓ ଆଞ୍ଚଳିକ ଜଳବାୟୁ ଆହ୍ବାନ ଉପରେ ବିଶେଷଜ୍ଞ ଭାଦୁରୀଙ୍କ ୮୦ରୁ ଊର୍ଦ୍ଧ୍ୱ ଆର୍ଟିକିଲ୍‌ ବା ନିବନ୍ଧ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶ ପାଇସାରିଲାଣି।
ପୁଣ୍ୟଶ୍ଳୋକେ ଭାଦୁରୀ ବ୍ରିଟେନ୍‌ର ଏଡିନ୍‌ବର୍ଗରୁ ଏମ୍‌.ଏସ୍‌ସି. ଏବଂ ପ୍ଲାଏମାଉଥ୍‌ରୁ ପିଏଚ୍‌.ଡି. ହାସଲ କରିବା ପରେ ଆମେରିକାର ପ୍ରିନ୍ସଟନ୍‌ ୟୁନିଭର୍ସିଟିରେ ପୋଷ୍ଟ ଡକ୍ଟୋରାଲ କରିଥିଲେ। ୨୦୦୮ରେ ଡବ୍ଲ୍ୟୁଆଇଆଇ ଡେରାଡୁନରେ ଫାକଲ୍ଟି ଭାବେ ଯୋଗଦେବା ପରେ ସେ ୨୦୦୯ରେ ଆଇଜର କୋଲକାତାରେ ଅଧ୍ୟାପନା ଆରମ୍ଭ କରିଥିଲେ। ୨୦୧୮ରୁ ସେ ସେଠାରେ ବାୟୋଲୋଜିକାଲ ସାଇନ୍ସରେ ପ୍ରଧ୍ୟାପନା କରିଆସୁଛନ୍ତି।
ଡ. ଭାଦୁରୀ ଆଇଜରରେ ସେଣ୍ଟର ଫର୍‌ କ୍ଲାଇମେଟ୍‌ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଷ୍ଟଡିଜ୍‌ ପ୍ରତିଷ୍ଠା କରି ଭୂବିଜ୍ଞାନ ଓ ପରିବେଶ ବିଜ୍ଞାନ ସହ ସାମାଜିକ ପ୍ରାସଙ୍ଗିକତା ଉପରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ଗବେଷଣା ଓ ଅବଦାନକୁ ନେଇ ୨୦୧୯ରେ ଭାରତ ସରକାର ଗୋଲ୍‌ଡେନ୍‌ ଫେଲୋଶିପ୍‌ ଆଓ୍ବାର୍ଡ ପ୍ରଦାନ କରିଥିଲେ। ଝାଉଁବଣ ଅବକ୍ଷୟ, ସମୁଦ୍ର ପତ୍ତନ ବୃଦ୍ଧି, ପରିବେଶଗତ ସମସ୍ୟାର ପ୍ରକୃତିଭିତ୍ତିକ ସମାଧାନ ଆଦି ପାଇଁ ମାଇକ୍ରୋବାଇଆଲ୍‌ ସିଷ୍ଟମ୍‌ରେ ରହିଥିବା ଜଟିଳତା ଦୂର କରିବାରେ ଭାଦୁରୀ ନିଜ ବିଚକ୍ଷଣତା ପ୍ରତିପାଦନ କରିପାରିଛନ୍ତି। ଭାଦୁରୀଙ୍କ ଏକ କାରିଗରି ଉଦ୍ଭାବନକୁ ନାଗାଲାଣ୍ଡ ସରକାର ସମେତ ଅନେକ ସରକାରୀ ସଂସ୍ଥା ଆପଣାଇ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରୁଛନ୍ତି।
ଭାଦୁରୀ ଆକ୍ସେସ୍‌ ମାଇକ୍ରୋବାୟୋଲୋଜି (ବ୍ରିଟେନ୍‌ର ମାଇକ୍ରୋବାୟୋଲୋଜି ସୋସାଇଟି)ର ଏଡିଟର ମେଣ୍ଟର, ଜିଓସାଇନ୍ସ ଲେଟର୍ସ (ସ୍ପ୍ରିଙ୍ଗର) ସମ୍ପାଦକ, ଇକୋଲୋଜିକାଲ ସଲ୍ୟୁଶନ୍ସ ଆଣ୍ଡ୍‌ ଏଭିଡେନ୍ସ (ଜନ୍‌ ଓ୍ବିଲେ ଆଣ୍ଡ ବ୍ରିଟିଶ୍‌ ଇକୋଲୋଜିକାଲ ସୋସାଇଟି)ର ସହକାରୀ ସମ୍ପାଦକ ରହିବା ସହିତ ଅନେକ ଅନ୍ତର୍ଜାତୀୟ ପତ୍ରପତ୍ରିକା ସହ ଜଡ଼ିତ।
ଭାଦୁରୀ ନିଜ ଗବେଷଣା ରୁଚି ସମ୍ପର୍କରେ କୁହନ୍ତି, ବାୟୋଲୋଜିକାଲ୍‌ ସାଇକ୍ଲିଂ ସମେତ ପ୍ରମୁଖ ଇକୋସିଷ୍ଟମ୍‌ ପ୍ରକ୍ରିୟାରେ ସେଗୁଡ଼ିକର ଭୂମିକାକୁ ବୁଝିବା ପାଇଁ ଆମେ ମଧୁର ଜଳଠାରୁ ମହାସାଗର ପର୍ଯ୍ୟନ୍ତ ଜୈବିକ ଜଟିଳତା ଓ ଅନ୍ତର୍ନିହିତ କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଉ। ସେ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ ହୋଇପାରୁଥିବା ସ୍ଥାୟୀ ବୈଷୟିକ ଉପକରଣ ଉଦ୍ଭାବନ କରିଛନ୍ତି, ଯାହାକୁ କଠିନ ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳର ପ୍ରଭାବଶାଳୀ ପରିଚାଳନାରେ ଉପଯୋଗ କରାଯାଇପାରିବ। ଏହାବାଦ୍‌ ମାଇକ୍ରୋବାୟୋମ୍‌ କନ୍‌ସର୍ଟିୟମ୍‌ ଆଧାରିତ କେତେକ ସୂତ୍ର ସେ ବାହାର କରିଛନ୍ତି, ଯାହାକି ବିଭିନ୍ନ ଇକୋସିଷ୍ଟମ୍‌ର ପୁନରୁଦ୍ଧାର ଦିଗରେ ବ୍ୟବହାର କରାଯାଇପାରିବ। ସେଗୁଡ଼ିକ ମଧ୍ୟରୁ ଅନେକକୁ ଷ୍ଟାର୍ଟଅପ୍‌ ଆଧାରରେ ସୃଷ୍ଟିକରି ବହୁ ବ୍ୟବସାୟିକ ସଫଳତା ପାଇଛନ୍ତି। ପରିବେଶ ସହିତ ମାଇକ୍ରୋବିଆଲ୍‌ ସଂଯୋଗ ପ୍ରକ୍ରିୟାରୁ ମିଳିଥିବା ତଥ୍ୟ ସେମାନଙ୍କୁ ଗବେଷଣା ପାଇଁ ବହୁମାତ୍ରାରେ ସହାୟକ ହୋଇଛି ବୋଲି ଭାଦୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?