Posted inଜାତୀୟ

ପ୍ରାଣୀ-ମଣିଷ ସଂଘର୍ଷ କରାଇବ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୫।୪: ଜଳବାୟୁ ପରିବର୍ତ୍ତନ ଫଳରେ ଜଙ୍ଗଲରେ ନିଆଁ ଲାଗିବା ସାଙ୍ଗକୁ ବନସ୍ପତି ମାତ୍ରା କମିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ଜଙ୍ଗଲରେ ବାସ କରୁଥିବା ଜୀବଙ୍କ ଉପରେ ପଡ଼ିଛି। ଜଙ୍ଗଲ କ୍ଷୟ ଯୋଗୁ ପଶୁ ଖାଦ୍ୟ ଓ ବାସ ଅନ୍ବେଷଣରେ ଗାଁ ଓ ସହର ମୁହାଁ ହେବାରେ ଲାଗିଛନ୍ତି। ଏହାଫଳରେ ମାନବ ଓ ଜୀବଙ୍କ ମଧ୍ୟରେ ସଂଘର୍ଷ ଦେଖାଯିବ ବୋଲି ପ୍ରକୃତି ସଂରକ୍ଷକମାନେ ମତ ପ୍ରକାଶ କରିଛନ୍ତି।
ଜଳବାୟୁ ପ୍ରଭାବରେ ଧୀରେ ଧୀରେ ଜଙ୍ଗଲ କ୍ଷୟ ହେବାକୁ ବସିଛି। ଖାଦ୍ୟାଭାବରୁ ପ୍ରାଣୀଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ଁ ସୁନ୍ଦରବନର ବ୍ୟାଘଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବା ସକାଶେ ଓ୍ବେଷ୍ଟର୍ନ ଘାଟରେ ଏହା ଏକ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି। ୨୦୧୮ ସୁନ୍ଦରବନରେ ମୋଟ ୯୮୧ ବାଘ ଗଣାନା କରାଯାଇଥିଲା। ୨୦୨୨ରେ ଏହି ସଂଖ୍ୟା କମି ୮୨୪ରେ ପହଞ୍ଚତ୍ଛି। ଜଳବାୟୁ ପରିବର୍ତ୍ତନ କାରଣରୁ ତରୁଲତା କୀଟ ପତଙ୍ଗ ଦ୍ୱାରା ବହୁ ରୋଗର ଶିକାର ହେଉଛନ୍ତି, ଯାହା ଜଙ୍ଗଲରେ ବାସ କରୁଥିବା ଜୀବଜନ୍ତୁଙ୍କଠାରେ ଖାଦ୍ୟର ଘୋର ଅଭାବ ଦେଖାଯାଉଥିବା ଜାତୀୟ ବ୍ୟାଘ୍ର ସୁରକ୍ଷା ସଂସ୍ଥା (ଏନ୍‌ଟିସିଏ)ର ଏଆଇଜି ମହମ୍ମଦ ସାଜିଦ୍‌ ସୁଲ୍‌ତାନ କହିଛନ୍ତି। ପୂର୍ବ ଦିନଗୁଡ଼ିକ ତୁଳନାରେ ବର୍ତ୍ତମାନ ବର୍ଷା ମଧ୍ୟ କମିଛି। ଠିକ୍‌ ସମୟରେ ଆବଶ୍ୟକ ପରିମାଣର ବର୍ଷା ନ ହେବା କାରଣରୁ ଜଙ୍ଗଲ ଶୁଖିଲା ପଡ଼ୁଛି ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ସେଠାରେ ନିଆଁ ଲାଗିଯାଉଛି। ଜଳବାୟୁ ପରିବର୍ତ୍ତନ ପ୍ରଜନନ ଚକ୍ରକୁ ପ୍ରଭାବିତ କରିଛି। ଅନ୍ୟପକ୍ଷେ ବିଭିନ୍ନ ରୋଗ ଫସଲକୁ ଆକ୍ରମଣ କରିବା ଦ୍ୱାରା ଫସଲ ନଷ୍ଟ ହେବାରେ ଲାଗିଛି। ଫସଲ ଉଜୁଡ଼ିବା ଯୋଗୁ କ୍ଷୁଦ୍ରଚାଷୀ ଏବେ ଜଙ୍ଗଲ ଉପରେ ଅଧିକ ନିର୍ଭରଶୀଳ ହେବାକୁ ବସିଲେଣି। ଜଙ୍ଗଲ ଉପରେ ଉଭୟ ପଶୁ ଓ ମଣିଷ ନିର୍ଭର କରିବା ଦ୍ୱାରା ଉଭୟଙ୍କ ମଧ୍ୟରେ ସଂଘର୍ଷ ଦେଖାଯିବ ବୋଲି ପ୍ରକୃତି ସଂରକ୍ଷକମାନେ ଚେତାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ମାଷ୍ଟରଷ୍ଟ୍ରୋକ୍‌, ଅଡୁଆରେ ଚାଇନା

ନୂଆଦିଲ୍ଲୀ,୨୪।୫: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଭାରତ ସମେତ ବିଶ୍ୱବ୍ୟାପୀ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନା ଯୁଦ୍ଧଜାହାଜ ଏବଂ…

ବାହା ହୋଇପାରୁନଥିଲା ପୁଅ, ରାଗିଯାଇ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ମୁମ୍ବାଇ,୨୪ା୫: ପୁଅକୁ ବିବାହ କରାଇପାରିଲାନି ମା’ । ରିକ୍ସା ଚାଳକ ପୁଅ ନିଜ ବୃଦ୍ଧା ମା’ଙ୍କ ଉପରେ ଏକ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

‘ମୋତେ ମୂର୍ଖ କୁହ ନାହିଁ – ମୋତେ ଏକଛତ୍ରବାଦୀ କୁହ’: ଜାଣନ୍ତୁ କାହିଁକି ଏମିତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କୁ ‘ମୂର୍ଖ’ ବୋଲି କୁହାଯିବା ପସନ୍ଦ ନୁହେଁ; ସେ…

ଆମେରିକା-ପାକିସ୍ତାନ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ରୁବିଓ, ଜାଣନ୍ତୁ ଭାରତକୁ ନେଇ କ’ଣ କହିଲେ

ନୂଆଦିଲ୍ଲୀ,୨୪।୫: ଆମେରିକା ଏବଂ ପାକିସ୍ତାନର ସମ୍ପର୍କ ଏବଂ ଭାରତ ସହିତ ଏହାର ରଣନୈତିକ ସହଭାଗୀତା ମଧ୍ୟରେ ପାର୍ଥକ୍ୟ କରି, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି…

CBSE Copy Scanning Fees: ଆକାଉଣ୍ଟରୁ ଦୁଇଥର କଟିଛି କି ଟଙ୍କା? ଫେରସ୍ତ ନେଇ ବଡ଼ ଘୋଷଣା କଲା ବୋର୍ଡ

ନୂଆଦିଲ୍ଲୀ,୨୪।୫: ସିବିଏସ୍‌ଇ (CBSE) ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ (Re-evaluation) ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆବେଦନ ସମୟରେ ବାରମ୍ବାର ଦେଖାଦେଉଥିବା ବୈଷୟିକ…

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ମୃତ୍ୟୁକୁ ବିତିଲାଣି ୧୩ ଦିନ, ଆଜି ଭଦଭଦା ଘାଟରେ ହେବ ଟ୍ବିଶାଙ୍କ ଅନ୍ତିମ ସଂସ୍କାର

ଭୋପାଳ,୨୪।୫: ବିବାହର ମାତ୍ର ୫ ମାସ ପରେ ହୋଇଥିବା ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁର ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri