Posted inଫୁରସତ

ସ୍ବାସ୍ଥ୍ୟ ପାଇଁ ସ୍ବଚ୍ଛତା

ସୁସ୍ଥ ସ୍ବାସ୍ଥ୍ୟ ପାଇଁ ସ୍ବଚ୍ଛତା ଜରୁରୀ। ସ୍ବଚ୍ଛତା ମଧ୍ୟରେ ଖାଇବା ପୂର୍ବରୁ ହାତ ଧୋଇବା ଅବା ବାହାରୁ ଘରକୁ ଗଲେ ଏଭଳି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କରୋନା ମହାମାରୀ ସମୟରେ ଏ ସମ୍ପର୍କରେ ବିଶ୍ୱସ୍ତରରେ ମାର୍ଗଦର୍ଶିକା ଜାରି କରାଯାଇଥିଲା। ହାତ ଧୋଇବାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୧୫ରେ ବିଶ୍ୱ ହାତଧୁଆ ଦିବସ ପାଳନ କରାଯାଇଥାଏ। ଲୋକଙ୍କୁ ହାତ ଧୋଇବା ଅଭ୍ୟାସରେ ଉନ୍ନତି ଆଣିବା ପାଇଁ ଏହି ଦିବସ ଉତ୍ସାହିତ କରିଥାଏ। ରୋଗ ନିରାକରଣରେ ଏକ ପ୍ରମୁଖ କାରଣ ଭାବରେ ସାବୁନ ସହିତ ହାତ ଧୋଇବା ବିଷୟରେ ସଚେତନତା ସୃଷ୍ଟି ପାଇଁ ଏହି ବିଶ୍ୱସ୍ତରୀୟ ଅଭିଯାନ ଉତ୍ସର୍ଗୀକୃତ। ଠିକ୍‌ ହାତ ଧୋଇବା ଦ୍ୱାରା ଶ୍ୱାସକ୍ରିୟା ଏବଂ ଅନ୍ତଃନଳୀ ରୋଗ ୨୫-୫୦ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ୨୦୦୮ରେ ଗ୍ଲୋବାଲ ହ୍ୟାଣ୍ଡ ୱାଶିଂ ଡେ’ ପ୍ରତିଷ୍ଠା କରିଥିଲା। ଏହା କଲ୍‌ଗେଟ ପାମୋଲିଭ୍‌ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଦିବସ ପାଳନ ଅବସରରେ ଲୋକଙ୍କ ମଧ୍ୟରେ ଏହି ଅଭ୍ୟାସ ବୃଦ୍ଧି କରିବା ନେଇ ସଚେତନତା ସୃଷ୍ଟି କରାଯିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବିଶ୍ୱସ୍ତରରେ ଆୟୋଜନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri