Posted inଫୁରସତ

ସଫେଇ କର୍ମଚାରୀଙ୍କ ଦରମା ବାର୍ଷିକ କୋଟିଏ

ସଫେଇ କାମକୁ ଅନେକେ ଛୋଟ କାମ ଭାବନ୍ତି। କିନ୍ତୁ ଅଷ୍ଟ୍ରେଲିଆରେ ସଫେଇ କର୍ମଚାରୀଙ୍କର ଏତେ ଚାହିଦା ଯେ, ସେମାନଙ୍କ ଦରମା ଭାରତୀୟ ଡାକ୍ତର, ଇଞ୍ଜିନିୟରଙ୍କଠାରୁ ବି ଅଧିକ। ଆଉ ଏହାର କାରଣ ହେଉଛି ଏଠାରେ ଥିବା ସଫେଇ କର୍ମଚାରୀଙ୍କର ଅଭାବ। ତେଣୁ କମ୍ପାନୀଗୁଡିକ ସେମାନଙ୍କ ଦରମା ଘଣ୍ଟା ହିସାବରେ ବଢାଉଛନ୍ତି। ଫଳରେ ସେମାନଙ୍କ ଦରମା ବାର୍ଷିକ ୧ କୋଟି ପର୍ଯ୍ୟନ୍ତ ବଢିଗଲାଣି। ଅର୍ଥାତ୍‌ ଦରମା ଭାବେ ମାସିକ ପ୍ରାୟ ୮ ଲକ୍ଷ ଟଙ୍କା ସଫେଇ କର୍ମଚାରୀଙ୍କୁ ମିଳୁଛି। ତେବେ ଆଶ୍ଚର୍ଯ୍ୟର କଥା ଏତେ ଦରମା ଦିଆଯାଉଥିବା ସତ୍ତ୍ୱେ ଏଠାରେ ସଫେଇକର୍ମଚାରୀଙ୍କ ଅଭାବ ରହିଛି। ଏଠାରେ ସଫେଇ କର୍ମଚାରୀଙ୍କୁ ବାର୍ଷିକ ଅତିକମ୍‌ରେ ୭୨-୮୦ ଲକ୍ଷରୁ ଆରମ୍ଭ କରି ୯୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯାଉଛି। ଡେଲି ଟେଲିଗ୍ରାଫରେ ପ୍ରକାଶିତ ଏକ ଖବରରେ ସିଡ୍‌ନୀର କ୍ଳିନିଂ କମ୍ପାନୀ ‘ଆବସୋଲ୍ୟୁଟ୍‌ ଡୋମେଷ୍ଟିକ୍‌’ର ମ୍ୟାନେଜିଂ ଡାଇରେକ୍ଟର ଜୋଏ ବେସ୍‌ କୁହନ୍ତି,‘ସଫେଇ କର୍ମଚାରୀଙ୍କ ବେତନ ବଢାଇ ଘଣ୍ଟା ପିଛା ୩୬୦୦ କରାଯାଇଛି। କିଛି କମ୍ପାନୀ ତ ବେତନ ବଢାଇ ଘଣ୍ଟାକୁ ୪୭୦୦ ଟଙ୍କାରୁ ବି ଉର୍ଦ୍ଧ୍ୱ କରାଇଛନ୍ତି। ଝରକା ଓ ନାଳ ସଫା କରିବା ପାଇଁ ବାର୍ଷିକ ୮୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯାଉଛି।’


Enter your email to get our daily news in your inbox.

All Right Reserved By Dharitri.Com

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri