Posted inଖେଳ

ଦିନିକିଆ ପରେ ଟି୨୦ରେ କ୍ଲିନ ସୁଇପ୍‌

କୋଲକାତା,୨୦।୨: ଦିନିକିଆ ପରେ ଟି୨୦ ସିରିଜ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ମୂଳପୋଛ କରିଛି ଟିମ୍‌ ଇଣ୍ଡିଆ। ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ୧୭ ରନ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ହରାଇ ଦେଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର ପୂରା ଫେଲ ମାରିଥିଲା। ଋତୁରାଜ ଗାଏକ୍ୱାଡ (୪), ଇଶାନ କିଷନ (୩୪), ଶ୍ରେୟାସ ଆୟାର (୨୫) ଓ ଅଧିନାୟକ ରୋହିତ ଶର୍ମା ୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଏକଦା ଭାରତ ୧୪ ଓଭରରେ ୪ ଉଇକେଟ ହରାଇ ୯୩ ରନ୍‌ କରିଥାଏ। ସ୍ଥିତି ଅତ୍ୟନ୍ତ ଜଟିଳ ଥିବା ବେଳେ ଓ୍ବେଷ୍ଟଇଣ୍ଡିଆନ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ ସୂର୍ଯ୍ୟକୁମାର ୬୫ ( ୧ ଚୌକା ଓ ୭ ଛକା) ଓ ଭେଙ୍କଟଶ ୩୫ (୪ ଚୌକା ଓ ୨ ଛକା)। ଦୁହେଁ ୫ମ ଉଇକେଟ ପାଇଁ ୯୧ ଯୋଡ଼ିଥିଲେ। ଫଳରେ ଭାରତ ୫ ଉଇକେଟ ହରାଇ ୧୮୪ ରନ୍‌ କରିଥିଲା।

ଜବାବରେ ଦୀପକ ଚହର ଇନିଂସ ଆରମ୍ଭରୁ ଓ୍ବେଷ୍ଟଇଣ୍ଡିଜକୁ ଡବଲ ଝଟକା ଦେଇଥିଲେ। ମଧ୍ୟକ୍ରମରେ ନିକୋଲାସ ପୁରନ ଓ ରବମାନ ପାଓ୍ବେଲ(୨୫) ତୃତୀୟ ଉଇକେଟ ଲାଗି ଦଳୀୟ ସ୍କୋରରେ ଯୋଡ଼ିଥିଲେ ୪୭ ରନ୍‌। ତା’ପରେ ଘରୋଇ ବୋଲରମାନେ କ୍ରମାଗତ ଉଇକେଟ ନେଇ ଓ୍ବେଷ୍ଟଇଣ୍ଡିଜକୁ ଠେଲି ଦେଇଥିଲେ ବ୍ୟାକଫୁଟ୍‌କୁ। କିନ୍ତୁ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ଫୁଲ ଫର୍ମରେ ଥିବା ପୁରନ। ତାଙ୍କ ସହ ତାଳ ଦେଇଥିଲେ ରୋମାରିଓ ଶେଫର୍ଡ(୨୯)। ଦୁହେଁ ୩୨ ବଲରେ ୪୮ ରନ୍‌ ଯୋଡ଼ିଥିଲେ। ୧୮ତମ ଓଭରରେ ପୁରନ(୬୧ ରନ୍‌, ୮ ଚୌକା ଓ ୧ ଛକା)ଙ୍କ ଉଇକେଟ୍‌ ନେଇଥିଲେ ଶାର୍ଦ୍ଦୁଳ ଠାକୁର। ଶେଷରେ ଓ୍ବେଷ୍ଟଇଣ୍ଡିଜ ୯ ଉଇକେଟ ହରାଇ ୧୬୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri