Posted inଖେଳ

ଦିନିକିଆ ପରେ ଟି୨୦ରେ କ୍ଲିନ ସୁଇପ୍‌

କୋଲକାତା,୨୦।୨: ଦିନିକିଆ ପରେ ଟି୨୦ ସିରିଜ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ମୂଳପୋଛ କରିଛି ଟିମ୍‌ ଇଣ୍ଡିଆ। ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ୧୭ ରନ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ହରାଇ ଦେଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର ପୂରା ଫେଲ ମାରିଥିଲା। ଋତୁରାଜ ଗାଏକ୍ୱାଡ (୪), ଇଶାନ କିଷନ (୩୪), ଶ୍ରେୟାସ ଆୟାର (୨୫) ଓ ଅଧିନାୟକ ରୋହିତ ଶର୍ମା ୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଏକଦା ଭାରତ ୧୪ ଓଭରରେ ୪ ଉଇକେଟ ହରାଇ ୯୩ ରନ୍‌ କରିଥାଏ। ସ୍ଥିତି ଅତ୍ୟନ୍ତ ଜଟିଳ ଥିବା ବେଳେ ଓ୍ବେଷ୍ଟଇଣ୍ଡିଆନ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ ସୂର୍ଯ୍ୟକୁମାର ୬୫ ( ୧ ଚୌକା ଓ ୭ ଛକା) ଓ ଭେଙ୍କଟଶ ୩୫ (୪ ଚୌକା ଓ ୨ ଛକା)। ଦୁହେଁ ୫ମ ଉଇକେଟ ପାଇଁ ୯୧ ଯୋଡ଼ିଥିଲେ। ଫଳରେ ଭାରତ ୫ ଉଇକେଟ ହରାଇ ୧୮୪ ରନ୍‌ କରିଥିଲା।

ଜବାବରେ ଦୀପକ ଚହର ଇନିଂସ ଆରମ୍ଭରୁ ଓ୍ବେଷ୍ଟଇଣ୍ଡିଜକୁ ଡବଲ ଝଟକା ଦେଇଥିଲେ। ମଧ୍ୟକ୍ରମରେ ନିକୋଲାସ ପୁରନ ଓ ରବମାନ ପାଓ୍ବେଲ(୨୫) ତୃତୀୟ ଉଇକେଟ ଲାଗି ଦଳୀୟ ସ୍କୋରରେ ଯୋଡ଼ିଥିଲେ ୪୭ ରନ୍‌। ତା’ପରେ ଘରୋଇ ବୋଲରମାନେ କ୍ରମାଗତ ଉଇକେଟ ନେଇ ଓ୍ବେଷ୍ଟଇଣ୍ଡିଜକୁ ଠେଲି ଦେଇଥିଲେ ବ୍ୟାକଫୁଟ୍‌କୁ। କିନ୍ତୁ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ଫୁଲ ଫର୍ମରେ ଥିବା ପୁରନ। ତାଙ୍କ ସହ ତାଳ ଦେଇଥିଲେ ରୋମାରିଓ ଶେଫର୍ଡ(୨୯)। ଦୁହେଁ ୩୨ ବଲରେ ୪୮ ରନ୍‌ ଯୋଡ଼ିଥିଲେ। ୧୮ତମ ଓଭରରେ ପୁରନ(୬୧ ରନ୍‌, ୮ ଚୌକା ଓ ୧ ଛକା)ଙ୍କ ଉଇକେଟ୍‌ ନେଇଥିଲେ ଶାର୍ଦ୍ଦୁଳ ଠାକୁର। ଶେଷରେ ଓ୍ବେଷ୍ଟଇଣ୍ଡିଜ ୯ ଉଇକେଟ ହରାଇ ୧୬୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri